ରାଉରକେଲା: ଗତ ୧୮ ବର୍ଷ ତଳେ ନିଖୋଜ ଛାତ୍ର ଜମ୍ମୁକାଶ୍ମୀରରେ ଜଣେ ଗାଡ଼ି ମାଲିକଙ୍କ ଘରେ ଗୋତି ଖଟୁଛନ୍ତି। ନିଖୋଜ ପୁତୁରା ଶିବ ଗୌଡ଼(ଛାତ୍ର)ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଫେରାଇ ଆଣିବାକୁ ମାଉସୀ ଉଲ୍ଲାସୀ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ନିବେଦନ କରିଛନ୍ତି। ଉଲ୍ଲାସୀଙ୍କଠୁ ସମସ୍ତ ବିଷୟ ଜାଣିବା ପରେ ଛାତ୍ରଙ୍କୁ ଉଦ୍ଧାର ପାଇଁ ରାଜ୍ୟ ପଞ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କୁ ଚିଠି ଲେଖିଛନ୍ତି।
ତେବେ ବିିଧାୟକ ଶ୍ରୀ ତନ୍ତୀଙ୍କ ହସ୍ତକ୍ଷେପ ପରେ ଛାତ୍ର ପୁରୁଷୋତ୍ତମ ଗୌଡ଼ ଓରଫ ଶିବକୁ ଫେରାଇ ଆଣିବାକୁ ପୁଲିସ କି ପଦକ୍ଷେପ ନେଉଛନ୍ତି, ତା’କୁ ଉଲ୍ଲାସୀ ଚାହିଁ ରହିଛନ୍ତି। ରଘୁନାଥପାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲାଠିକଟା ସୁଇଡିହି ସୁନାପର୍ବତର ରମା ଗୌଡ଼ଙ୍କ ପୁଅ ଶିବ ଗୌଡ଼। ଯେତେବେଳେ ଶିବଙ୍କୁ ବର୍ଷେ ହୋଇଥିଲା, ତାଙ୍କ ମା’ ଆରପାରିକୁ ଚାଲିଯାଇଥିଲେ। ଶିବଙ୍କ ଲାଳନପାଳନ କରୁଥିଲେ, ତାଙ୍କ ମାଉସୀ ଉଲ୍ଳାସୀ।
ଅଷ୍ଟମ ପାଠ ପଢ଼ା ବେଳେ ନିଖୋଜ
୨୦୦୮ରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ଶିବ ନିଖୋଜ ହୋଇଯାଇଥିଲେ। ବିଦ୍ୟାଳୟ ଯାଇଥିବାବେଳେ ତାଙ୍କୁ ଜଣେ ଟ୍ରକ ଚାଳକ ଲୋଭ ଦେଖାଇ ସାଥୀରେ ନେଇଯାଇଥିଲା। ଶିବ ସଂଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ନ ପାଇବାରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଗରିବ ଲୋକ ହୋଇଥିବାରୁ କାହାକୁ କିଛି ନ କହି ଚୁପ୍ ରହିଥିଲେ। ଗତ ୨୦୨୩ ଅଜଣା ନମ୍ବରରୁ ଉଲ୍ଲାସୀଙ୍କ ନିକଟକୁ କଲ୍ ଆସିଥିଲା। କଲ୍ ଉଠାଇବା ପରେ ପୁତୁରା (ଶିବ)ର ପାଟି ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେଉଁଠି ଅଛ ବୋଲି ଶିବକୁ ପଚାରିଥିଲେ। ଶିବ କାନ୍ଦିକାନ୍ଦି ଜମ୍ମୁକାଶ୍ମୀର ସାମ୍ଭା ଜିଲ୍ଲା ରାଜପୁରା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ବନ୍ଦୀ ଜୀବନ କାଟୁଛନ୍ତି।
ଆହୁରି ପଢ଼ନ୍ତୁ: Naxal: ନକ୍ସଲ ସଫା ନେଇ କାଉଣ୍ଟଡାଉନ ଆରମ୍ଭ; ଯବାନଙ୍କ ଟାର୍ଗେଟରେ ମାଓ ନେତା ପାପା ରାଓ
ଘର ମାଲିକଙ୍କ ନିର୍ଯାତନା!
ଘର ମାଲିକ ତାଙ୍କୁ ଦିନରାତି ଗୋତିଶ୍ରମିକ ପରି ଖଟାଉଛନ୍ତି। ତାଙ୍କୁ ସେଠାରୁ ସୁରକ୍ଷିତ ମୁକୁଳାଇବାକୁ ମାଉସୀ ଉଲ୍ଲାସିଙ୍କୁ କାନ୍ଦିକାନ୍ଦି କହିଥିଲେ। ପୁତୁରାଠୁ ଏମିତି କଥା ଶୁଣିବା ପରେ ସୁଇଡିହି ସରପଞ୍ଚ ଅରୁଣା ଇରାନୀ କିସାନ ଓ ବିଧାୟକ ଶ୍ରୀ ତନ୍ତୀଙ୍କ ପ୍ରତିନିଧି ଉମେଶ ନାଗକୁ ସମସ୍ତ କଥା କହିଥିଲେ। ପୁତୁରାକୁ ସୁରକ୍ଷିତ ଉଦ୍ଧାର କରି ଆଣିବାକୁ ନିବେଦନ କରିଥିଲେ। ପରେ ଉମେଶ ଉଲ୍ଲାସୀଙ୍କୁ ଧରି ବିଧାୟକ ଶ୍ରୀ ତନ୍ତୀଙ୍କ ନିକଟକୁ ଯାଇଥିଲେ। ପୁତୁରାର ଫଟୋ ଦେବା ସହ କେମିତି ତାକୁ ସେଠାର ନିର୍ଯାତନା ଦିଆଯାଉଛି, ତା’ ମଧ୍ୟ କହିଥିଲେ। ପରେ ଡିଆଇଜିଙ୍କ କାର୍ଯ୍ୟାଳୟକୁ ଯାଇ ପୁତୁରାକୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ।
ଆହୁରି ପଢ଼ନ୍ତୁ: Iran: ଇରାନରେ ୧୬ ଭାରତୀୟ ଜାହାଜ ପରିଚାଳକ ସଦସ୍ୟ ଅଟକ... ଫେରାଇ ଆଣିବାକୁ ମୋଦୀଙ୍କୁ ଅନୁରୋଧ
Follow Us