Cyber ​​fraud: ସାଇବର ଠକଙ୍କ ଜାଲରେ ଛାତ୍ରଛାତ୍ରୀ: କଲେଜରେ ଫର୍ମ ଫିଲପ୍‌ କରା ଯିବ କହି ନେଇ ଗଲେ ଟଙ୍କା

ଛାତ୍ରଛାତ୍ରୀଙ୍କୁ କଲେଜରେ ଫର୍ମ ଫିଲପ କରି ଦେବି ଏବଂ କିଛି ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପ୍ରଥମ ବର୍ଷର ନାମ ଲେଖା ଟଙ୍କା ବାକି ଅଛି କହି ଜଣେ ସାଇବର ଠକ ଛାତ୍ରଛାତ୍ରୀ ଠାରୁ ହଜାର ହଜାର ଟଙ୍କା ଠକି ନେଇଯାଇଥିବା ଅଭିଯୋଗ ହୋଇଛି...

Students fall prey to cyber fraudsters: Money is taken away by promising to falsify college forms

Students fall prey to cyber fraudsters: Money is taken away by promising to falsify college forms Photograph: (sambad.in)

ଚନ୍ଦାହାଣ୍ଡି: ଛାତ୍ରଛାତ୍ରୀଙ୍କୁ କଲେଜରେ ଫର୍ମ ଫିଲପ କରି ଦେବି ଏବଂ କିଛି ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପ୍ରଥମ ବର୍ଷର ନାମ ଲେଖା ଟଙ୍କା ବାକି ଅଛି କହି ଜଣେ ସାଇବର ଠକ ଛାତ୍ରଛାତ୍ରୀ ଠାରୁ ହଜାର ହଜାର ଟଙ୍କା ଠକି ନେଇଯାଇଥିବା ଅଭିଯୋଗ ହୋଇଛି। ନିଜକୁ କଲେଜ ପ୍ରିନ୍ସପାଲ ପରିଚୟ ଦେଇ ସାଇବର ଠକ ଜଣକ ଆକାଉଣ୍ଟ ନମ୍ବର ଦେଇ ଠକି ନେଇଥିବା ଅଭିଯୋଗ କରାଯାଇଛି।

ଏଭଳି ଠକେଇର ଶିକାର ହୋଇଛନ୍ତି ଚନ୍ଦାହାଣ୍ଡି ବ୍ଲକର  ପଲସାପଡ଼ା ଗ୍ରାମର  ଛାତ୍ରୀ  ନନ୍ଦିନୀ ଦଣ୍ଡସେନା । ଛାତ୍ରୀଙ୍କ ଠାରୁ ପୃଥକ ପୃଥକ ଭାବେ ୨ ହଜାର ଏବଂ ୧ ହଜାର ଟଙ୍କା ମୋଟ  ୩ ହଜାର ଟଙ୍କା  ସାଇବର ଠକ ନେଇଯାଇଥିବା ପାନାବେଡା ଜୁନିଅର କଲେ ର ଅଧ୍ୟକ୍ଷ ନଳିନୀ ଦାସ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ:Inter-caste marriage: ଅନ୍ୟ ଜାତିରେ ବିବାହ ପରେ ସାମୁହିକ ମୁଣ୍ଡନ ଘଟଣା: ଦିବ୍ୟାଙ୍ଗ ଦମ୍ପତିଙ୍କ ପ୍ରତି ପ୍ରଶାସନର ବୈମାତୃକ ମନୋଭାବ

ସାଇବର ଠକଙ୍କ କଲ୍

ସୋମବାର କଲେଜରେ ଫର୍ମ ଫିଲପ ଚାଲିଛି ଏଥିପାଇଁ ତୁରନ୍ତ ଫି ଜମାକର ନଚେତ ତୁମେ ପରୀକ୍ଷା ଦେଇ ପାରିବ ନାହିଁ  ବୋଲି କହି ଠକ ଜଣକ ନମ୍ବର ପଠାଇ ଥିଲେ। ତେବେ ଏ ପର୍ଯ୍ୟନ୍ତ ଚନ୍ଦାହାଣ୍ଡି ଥାନାରେ କୌଣସି ଏତଲା ହୋଇ ନଥିବା ଜଣାପଡିଛି।  ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏପରି ଠକେଇ ର ଖବର ଆସୁଛି ।

 କିଛି ଅବିଭାବକ ଓ ଛାତ୍ରଛାତ୍ରୀ ଠକେଇର ଶିକାର ହୋଇଥିବା ବେଳେ କିଛି ଚତୁରତା ଯୋଗୁ ଖସି ଯାଉଛନ୍ତି। କଲେଜ ଗୁଡିକ ପକ୍ଷରୁ ଏପରି ଫ୍ରର୍ଡ କଲକ ଠାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଉଛି। ଆସନ୍ତା କାଲି ମଙ୍ଗଳବାର କଲେଜ ଅଧ୍ୟକ୍ଷ ନଳିନୀ ଦାସ ଲିଖିତ ଏତଲା ଦେବେ ବୋଲି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ:Advantages Pumpkin Seeds: କଖାରୁ ମଞ୍ଜି ସ୍ୱାସ୍ଥ୍ୟ ପାଇଁ ସୁପରଫୁଡ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe