ମାଲକାନଗିରି: ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କେଉଁଠି ସ୍କୁଲ ଥିଲେ ତ ପିଲା ନାହାନ୍ତି, ଆଉ କେଉଁଠି ପିଲା ଥିଲେ ଶିକ୍ଷକ ନାହାନ୍ତି। ଏଭଳି ପରିସ୍ଥିତି ଯୋଗୁଁ ଜିଲ୍ଲାରେ ଶିକ୍ଷାର ହାର ରାଜ୍ୟରେ ସର୍ବନିମ୍ନ ରହିଛି। ଜିଲ୍ଲାରେ ୬୦ ପ୍ରତିଶତରୁ ଊର୍ଦ୍ଧ୍ବ ପିଲା ଏବେ ବି ସ୍କୁଲ ଯାଇବି ଅଶିକ୍ଷିତ ରହିଛନ୍ତି। ଶିକ୍ଷା ବିଭାଗର ଉଚ୍ଚପଦାଧିକାରୀ ଏନେଇ ଅବଗତ ରହିଥିଲେ ମଧ୍ୟ ଶିକ୍ଷାକ ଅଭାବ ଏବଂ ଗୃହ ଅଭାବ କାରଣ ଦେଖାଇ ନିଜ ଦୋଷ ମୁଣ୍ଡରୁ ଝାଡି ଦେଉଛନ୍ତି। ଏଭଳି ଏକ ସଦ୍ୟତମ ଦୃଶ୍ୟ ଆମେ କୋରକୋଣ୍ଡା ବ୍ଲକର ମାରିଵାଡା ପଞ୍ଚାୟତର ଏମଭି-୨୪ ଗ୍ରାମରେ ରହିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିଲୁ।

ଏହି ଖବର ପଢ଼ନ୍ତୁ: ‘ସୁଭଦ୍ରା’ରୁ ବଞ୍ଚିତ ୭୦% ବଣ୍ଡା ମହିଳା

Advertisment

ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ଶିକ୍ଷାଦାନ ପାଇଁ ମାତ୍ର ଜଣେ ଶିକ୍ଷକ ରହିଛନ୍ତି। ଏହି ବିଦ୍ୟାଳଯରେ ପ୍ରଥମ ଶ୍ରେଣୀରେ ୪ ଜଣ,ଦ୍ବିତୀୟ ଶ୍ରେଣୀରେ ୬ ଜଣ,ତୃତୀୟ ଶ୍ରେଣୀରେ ୧୫ ଜଣ, ଚତୁର୍ଥ ଶ୍ରେଣୀରେ ୪ ଜଣ, ପଞ୍ଚମ ଶ୍ରେଣୀରେ ୮ ଜଣ, ଷଷ୍ଠ ଶ୍ରେଣୀରେ ୨ ଜଣ, ସପ୍ତମ ଶ୍ରେଣୀରେ ୯ ଜଣ ଏବଂ ଅଷ୍ଟମ ଶ୍ରେଣୀରେ ୭ ଜଣ ପିଲା ଅଧ୍ୟୟନ କରୁଛନ୍ତି।

ଏହି ଖବର ପଢ଼ନ୍ତୁ: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ କଲେ ଉନ୍ମୋଚନ

ତେବେ ମୋଟରେ ୫୪ ଜଣ ପିଲା ଏହି ବିଦ୍ୟାଳୟରେ ପାଠ ପଢୁଛନ୍ତି। ବିଦ୍ୟାଳୟରେ ପହଞ୍ଚିଲା ବେଳକୁ ଏହି ବିଦ୍ୟାୟର ପ୍ରଧାନ ଶିକ୍ଷକ ଛୁଟିରେ ଯାଇଥିବା ବେଳେ ପାଖ ଏମଭି-୨୫ର ଜଣେ ଶିକ୍ଷକ ଡେପୁଟେସନରେ ଏଠାରେ ପିଲାଙ୍କୁ ପାଠ ପଢାଉଥିବା ଦେଖିବାକୁ ପାଇଲୁ। ଏହି ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକକୁ ଜଣେ ଶିକ୍ଷୟତ୍ରୀ ରହିଥିଲେ। ଏହି ବିଦ୍ୟାଳୟର ଶିକ୍ଷୟତ୍ରୀ ଅନ୍ୟତ୍ର ଡେପୁଟେସନରେ ଚାଲିଯାଇଥିବା ବେଳେ ଜଣେ ମାତ୍ର ପ୍ରଧାନ ଶିକ୍ଷକ ସ୍କୁଲରେ ପାଠ ପଢାଇବା ସହ ସମସ୍ତ କାର୍ଯ୍ୟାଳୟ କାମ ଏବଂ ଅନ୍ୟ କାମ କରୁଥିବା ଜଣାପଡିଛି।

ଏହି ଖବର ପଢ଼ନ୍ତୁ: ହିନ୍ଦୁ ଏକତା ଯାତ୍ରାରେ ମୋବାଇଲ ମାଡ଼

publive-image

ମଙ୍ଗଳବାର ମାତ୍ର ୩୦ରୁ କମ୍ ପିଲା ଏହି ବିଦ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଥିଲା। ଆଜି ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ପୋଷାକ ମିଳିନାହିଁ। ପିଲାମାନେ ଅଙ୍ଗନବାଡି କେନ୍ଦ୍ରରେ ମିଳିଥିବା ପୋଷାକ ପିନ୍ଧି ସ୍କୁଲକୁ ଆସିଥିବା ଦେଖିବାକୁ ମିଳିଥିଲା।

ଏଠାରେ ୮ମ ପର୍ଯ୍ୟନ୍ତ ସ୍କୁଲ ଖୋଲିଦିଆଗଲା କିନ୍ତୁ ଏଥିପାଇଁ ଶ୍ରେଣୀ ଗୃହ ଏବଂ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି କରାଗଲା ନାହିଁ।ଯାହାଫଳରେ ପିଲାମାନେ ଗୋଟିଏ କଠୋରୀରେ ବସି ପାଠ ପଢୁଛନ୍ତି। ମଙ୍ଗଳବାର ମାତ୍ର ୩୦ରୁ କମ୍ ପିଲା ଏହି ବିଦ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଥିଲା। ଆଜି ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ପୋଷାକ ମିଳିନାହିଁ। ପିଲାମାନେ ଅଙ୍ଗନବାଡି କେନ୍ଦ୍ରରେ ମିଳିଥିବା ପୋଷାକ ପିନ୍ଧି ସ୍କୁଲକୁ ଆସିଥିବା ଦେଖିବାକୁ ମିଳିଥିଲା। ବିଦ୍ୟାଳୟରେ ପାନୀୟ ଜଳର ବ୍ୟବସ୍ଥା ରହିଥିବା ବେଳେ ରୋଷେୟୀ ଘର ମଧ୍ୟ ରହିଛି। ତେବେ ଗୋଟିଏ କଠୋରୀରେ କାର୍ଯ୍ୟାଳୟ ସହ ସମସ୍ତ ବିଦ୍ୟାଳୟର ସାମଗ୍ରୀ ରହିଥିବା ବେଳେ ଆଉ ଏକ କଠୋରୀରେ ପଠ ପଢାଯାଉଛି।ଜଣେ ଶିକ୍ଷାକ ୮ଟି ଶ୍ରେଣୀକୁ କିପରି ପଢାଉଥିବେ ସହଜରେ ଅନୁମେୟ।

ଏହି ଖବର ପଢ଼ନ୍ତୁ: ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌