Sundargarh coal mine in the Assembly: ବିଧାନସଭାରେ ସୁନ୍ଦରଗଡ଼ କୋଇଲା କେଳେଙ୍କାରୀ: କଥାରେ ରହିଗଲା କାର୍ଯ୍ୟାନୁଷ୍ଠାନ

ମଙ୍ଗଳବାର ରାଜଗାଙ୍ଗପୁର ବିଧାୟକ ଡ. ସିଏସ୍‌ ରାଜେନ ଏକ୍କା ଶୂନ୍ୟକାଳରେ ହେମଗିର ଅଞ୍ଚଳର ବହୁଚର୍ଚ୍ଚିତ କୋଇଲା ଚୋରି ଘଟଣାରେ ସରକାରଙ୍କ ନିରବତାକୁ ନେଇ ବିଧାନସଭାରେ ପ୍ରଶ୍ନ କରିଛନ୍ତି।

jgdjdgjbcn

ସୁନ୍ଦରଗଡ଼: ମଙ୍ଗଳବାର ରାଜଗାଙ୍ଗପୁର ବିଧାୟକ ଡ. ସିଏସ୍‌ ରାଜେନ ଏକ୍କା ଶୂନ୍ୟକାଳରେ ହେମଗିର ଅଞ୍ଚଳର ବହୁଚର୍ଚ୍ଚିତ କୋଇଲା ଚୋରି ଘଟଣାରେ ସରକାରଙ୍କ ନିରବତାକୁ ନେଇ ବିଧାନସଭାରେ ପ୍ରଶ୍ନ କରିଛନ୍ତି। ଖଣି ମନ୍ତ୍ରୀ ଓ ୯ ଜଣିଆ ଉଚ୍ଚସ୍ତରୀୟ ବୈଷୟିକ ଦଳର ସରଜମିନ ତଦନ୍ତ ପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ସେ ପଚାରିଥିଲେ। ସେ କହିଥିଲେ, ହେମଗିର ଅଞ୍ଚଳରୁ ୯୮୪୩.୪୨୦ ମେଟ୍ରିକ ଟନ୍‌ କୋଇଲା ଚୋରି ହୋଇଥିବା ସରକାରୀ ଭାବେ କୁହାଯାଇଥିଲା। କିନ୍ତୁ ପ୍ରକୃତରେ ସଂରକ୍ଷିତ ଓ ରାଜସ୍ବ ଜଙ୍ଗଲ ଭିତରେ ଶତାଧିକ ଖଣି ଖୋଳି କୋଇଲା ତସ୍କରମାନେ ୨୦ ହଜାର ଟନ୍‌ରୁ ଅଧିକ  କୋଇଲା ଚୋରି କରିଛନ୍ତି। କେବଳ ଖଣି ପାଖ ଗାଁର ୪ ଜଣ ନିରୀହ ଲୋକଙ୍କୁ ଗିରଫ କରାଯିବା ସହ ଗୋଟିଏ ସାଇକଲ ଓ ଟ୍ରାକ୍ଟର ଜବତ କରାଯାଇଛି। କୋଇଲା ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଛତିଶଗଡ଼ ଅଞ୍ଚଳର ସ୍ପଞ୍ଜ ଆଇରନ କାରଖାନା କାହାର, ଅନୁପ ବଂଶଲ କିଏ ବୋଲି ପଚାରି ପରୋକ୍ଷରେ କୋଇଲା ଚୋରି ସହ ଏମାନେ ଜଡ଼ିତ ବୋଲି ଇଙ୍ଗିତ କରିଥିଲେ ବିଧାୟକ ଡ. ଏକ୍କା।

Raid: ଖଣି ବିଭାଗର ଚଢଉ: ହାଇୱା-ଟ୍ରାକ୍ଟର ଜବତ

ଏପ୍ରିଲ ୪ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଏମ୍‌ସିଏଲ୍‌ କ୍ଷେତ୍ର ଅଧୀନ ଗୋପାଳପୁର ଅଞ୍ଚଳର ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ରାଜସ୍ବ ଓ ସଂରକ୍ଷିତ ଜଙ୍ଗଲରେ ରାଜ୍ୟର ସବୁଠାରୁ ବଡ଼ ଖଣିଜ ଲୁଟ୍‌ ଘଟଣା ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ସାମନାକୁ ଆଣିବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏହା ପରେ ପ୍ରଶାସନ, ଖଣି, ବନ ଓ ରାଜସ୍ବ ବିଭାଗର ମିଳିତ ଟିମ୍‌ ଚୋରାଖଣି ଉପରେ ଚଢ଼ଉ କରି ଚୋରା କୋଇଲା ଜବତ କରିଥିଲେ। ରାଜ୍ୟ ଖଣି ବିଭାଗର ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଡ୍ରୋନ୍‌ ସାହାଯ୍ୟରେ ଖଣି ଚୋରିର ତଦନ୍ତ କରିଥିଲା। ଓଡ଼ିଶା ଉପବାଚସ୍ପତି ତଥା ତଳସରା ବିଧାୟକ ଭବାନୀଶଙ୍କର ଭୋଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଉଚ୍ଚସ୍ତରୀୟ ତଦନ୍ତ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସୁନ୍ଦରଗଡ଼ର ପୂର୍ବତନ ବିଧାୟିକା କୁସୁମ ଟେଟେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବାବେଳେ ବିଧାୟକ ଯୋଗେଶ ସିଂ ସିବିଆଇ ତଦନ୍ତ ଦାବି କରିଥିଲେ। କଂଗ୍ରେସର ସ୍ୱତନ୍ତ୍ର ଦଳ ଏହାର ଅନୁଧ୍ୟାନ କରିଥିଲା।

FIR Against Pradeep Majhi: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ କରିଦେବି କହିବା ମାମଲାରେ ପୂର୍ବତନ ସାଂସଦଙ୍କ ନାମରେ ଏତଲା

ତନାଘନା ଚାଲିଥିବାବେଳେ କନିକାସ୍ଥିତ ଆର୍ଯ୍ୟନ୍‌ କୋଲ୍‌ ୱାସେରିର ଅନତିଦୂର ଜଙ୍ଗଲରେ ୨ ଏକର ପରିମିତ ସ୍ଥାନରେ ହଜାର ହଜାର ଟନ୍‌ ବେଆଇନ କୋଇଲା ଠାବ ହୋଇଥିଲା। କୋଲ୍‌ ୱାସେରିକୁ ସିଲ୍‌ କରିଥିଲା ପ୍ରଶାସନ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଜଙ୍ଗଲମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଏପ୍ରିଲ ୧୮ ତାରିଖରେ ଗୋପାଳପୁର ଅଞ୍ଚଳକୁ ଆସି ଚୋରାଖଣି ଦେଖିଥିଲେ। ମନ୍ତ୍ରୀଙ୍କ ଅନୁଧ୍ୟାନ ରିପୋର୍ଟ ପ‌ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସର ସ୍ୱତନ୍ତ୍ର ଅନୁସନ୍ଧନକାରୀ ଦଳ ତଦନ୍ତ ଚଳାଇଛନ୍ତି। ହେଲେ ୭ ମାସ ବିତିଯାଇଥିଲେ ମଧ୍ୟ ତଦନ୍ତ ନ ସରିବା ଓ ଏଥିରେ ଜଡ଼ିତ ମାଫିଆ, ଅସାଧୁ ସରକାରୀ ଅଧିକାରୀଙ୍କ ମୁହଁ ପଦାକୁ ନ ଆସିବା ପଛରେ ବଡ଼ଧରଣର ରହସ୍ୟ ଲୁଚି ରହିଛି ବୋଲି ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe