ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ସାମ୍ନାକୁ ଆସିଲା ଘଟଣା ଦିନର ସିସିଟିଭି ଫୁଟେଜ

ରାଜଧାନୀ ଭୁବନେଶ୍ବରର ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ଆସିଛି। ଘଟଣା ଦିନର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି। ତାଙ୍କ ସାଙ୍ଗରେ ଥିବା ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଖଣ୍ଡଗିରି ପୁଲିସ ତନାଘନା କରୁଛି....

Suspicious death of young woman at Oyo hotel: CCTV footage of the incident surfaced

Suspicious death of young woman at Oyo hotel: CCTV footage of the incident surfaced Photograph: (sambad.in)

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ଆସିଛି। ଘଟଣା ଦିନର ସିସିଟିଭି ଫୁଟେଜ ଏବେ  ସାମ୍ନାକୁ ଆସିଛି। ତାଙ୍କ ସାଙ୍ଗରେ ଥିବା ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଖଣ୍ଡଗିରି ପୁଲିସ ତନାଘନା କରୁଛି।   ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। 

ତାଙ୍କ ଝିଅକୁ ମାରି ଛାତ ଉପରୁ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ସିସିଟିଭି ଫୁଟେଜରେ ଉଭୟ ସାଙ୍ଗ ହୋଇ ଯାଉଥିବାର ଦୃଶ୍ୟ କଏଦ ହୋଇଛି। ପୁରୁଷବନ୍ଧୁଙ୍କୁ ଅଟକ ରଖି ଅଧିକ ପଚାରୁଚୁରା କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଜାଗମରା ସ୍ଥିତ "ଦାସ ଇନ୍" ନାମକ ଏକ ଓୟୋ ହୋଟେଲରୁ ଛାତରୁ ପଡି ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।

ମୃତ ଯୁବତୀଙ୍କ ନାମ ସୋନାଲି ମହାପାତ୍ର । ଘର ନୟାଗଡ଼ ଅଞ୍ଚଳରେ । ସେ ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରୁଥିଲେ । 

ଅଧିକ ପଢ଼ନ୍ତୁ: ପୁରୁଷ ବନ୍ଧୁ ଠେଲି ଦେଲେ ନା, ଯୁବତୀ ନିଜେ ଡେଇଁ ପଡ଼ିଲେ: ସନ୍ଦେହ ଘେରରେ ମୃତ୍ୟୁ

ପୁରୁଷ ବନ୍ଧୁ ବିଭୁତି ପ୍ରତିହାରୀଙ୍କୁ ଏହି ମାମଲାରେ ପୁଲିସ ଅଟକ ରଖିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସେପଟେ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ପରେ ଯୁବତୀ ଜଣଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ଶ୍ରୀନଗରରୁ ରାଜନାଥଙ୍କ ରଣହୁଙ୍କାର: ସେମାନେ ଧର୍ମ ପଚାରି ମାରିଥିଲେ, ଆମେ ସେମାନଙ୍କ କର୍ମ ଦେଖି ମାରିଲୁ...

khandagiri police station | oyo | Crime | murder 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe