Taking an oath to promote the country's art, culture and tradition in the world market: Chief Minister Photograph: (sambad.in)
ଭୁବନେଶ୍ୱର: ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ପ୍ରବାସୀ ଭାରତୀୟ ଦିବସ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଉଛି।
ଦେଶର ବିକାଶରେ ଭାରତୀୟଙ୍କ ଅବଦାନ ଅବିସ୍ମରଣୀୟ। ଆସନ୍ତୁ ସ୍ଵଦେଶୀ ଚିନ୍ତାଧାରାକୁ ଆପଣାଇବା ସହ ବିଶ୍ଵ ଦରବାରରେ ନିଜ ଦେଶର କଳା, ସଂସ୍କୃତି, ପରମ୍ପରାର ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଶପଥ ନେବା।
ଓଡ଼ିଶୀ ନୃତ୍ୟ, ପଟ୍ଟଚିତ୍ର ଏବଂ ସମ୍ବଲପୁରୀ ହସ୍ତତନ୍ତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ବିଭିନ୍ନ ପରମ୍ପରାର ଏକ କେନ୍ଦ୍ର ଅଟେ।
ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଦିବସ ହେଉଛି ପାରିବାରିକ ପୁନର୍ମିଳନ: ଜୟଶଙ୍କର
ନିଜ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ପଞ୍ଜିନିବେଶ ଉପରେ ଗୁରୁତ୍ବ ଦେଇଥିଲେ । ପୁଞ୍ଜିନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହୁଅନ୍ତୁ। ବ୍ୟବସାୟ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ ।
ରାଜ୍ୟ ସରକାର ସବୁ ପ୍ରକାଳ ସହଯୋଗ କରିବେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶା ଆଗକୁ ବଢୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟର ଓଡ଼ିଶା ଭରପୁର । ଏହା ଆପଣମାନଙ୍କୁ ପୁଞ୍ଜିନିବେଶରେ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।
Follow Us