Talabira coal scam: ତଲାବିରା କୋଇଲା ଦୁର୍ନୀତି: ୧୭ ଜଣ ଗ୍ରାମବାସୀଙ୍କୁ ସିବିଆଇର ପଚରାଉଚରା

Advertisment

ତଲାବିରା କୋଇଲା ଖଣି ଦୁର୍ନୀତିରେ ନୂଆଦିଲ୍ଲୀରୁ ଆସିଥିବା ସିବିଆଇର ଦୁଇଜଣିଆ ଟିମ୍‌ ଆଜି ଦିନ ସାରା ତନାଘନା ଚଳାଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍‌ ଖିଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମବାସୀଙ୍କୁ କୋଇଲା ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚରା କରାଯାଇଛି।

ତଲାବିରା କୋଇଲା ଖଣି ଦୁର୍ନୀତିରେ ନୂଆଦିଲ୍ଲୀରୁ ଆସିଥିବା ସିବିଆଇର ଦୁଇଜଣିଆ ଟିମ୍‌ ଆଜି ଦିନ ସାରା ତନାଘନା ଚଳାଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍‌ ଖିଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମବାସୀଙ୍କୁ କୋଇଲା ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚରା କରାଯାଇଛି।

1604256647_coal2

ସମ୍ବଲପୁର: ତଲାବିରା କୋଇଲା ଖଣି ଦୁର୍ନୀତିରେ ନୂଆଦିଲ୍ଲୀରୁ ଆସିଥିବା ସିବିଆଇର ଦୁଇଜଣିଆ ଟିମ୍‌ ଆଜି ଦିନ ସାରା ତନାଘନା ଚଳାଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍‌ ଖିଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମବାସୀଙ୍କୁ କୋଇଲା ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ତଦନ୍ତକାରୀ ଅଧିକାରୀ ଇନ୍‌ସପେକ୍ଟର ରବିରାଜ ଖଟିକଙ୍କ ନେତୃତ୍ବରେ ଆସିଥିବା ଟିମ୍‌ ଖିଣ୍ଡାର ହେମନ୍ତ ରାଉତ ଓ ତଲାବିରାର ପଦ୍ମଲୋଚନ ଧରଙ୍କ ସହିତ ୧୭ ଜଣ ଗ୍ରାମବାସୀଙ୍କୁ ଗତ ୨୦୧୦ ମସିହାରେ ହୋଇଥିବା ତଲାବିରା-୧ ଖଣିରୁ କୋଇଲା ଖନନ ସଂପର୍କିତ ଜନଶୁଣାଣି ସଂପର୍କରେ ପଚରାଉଚରା କରିଥିଲା।

Horoscope 2026 February 04 : ଜାଣନ୍ତୁ ଆଜିର ରାଶିଫଳ

ସେବେ ଖିଣ୍ଡାରେ ହୋଇଥିବା ଜନଶୁଣାଣିରେ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଥିଲେ। ଖିଣ୍ଡା ଜନଶୁଣାଣି ବିଫଳ ହେବା ପରେ ରେଙ୍ଗାଲିରେ ଜନଶୁଣାଣି କରାଯାଇଥିଲା। ମାତ୍ରାଧିକ କୋଇଲା ଉତ୍ପାଦନ ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ‌ଲୋକେ ବିରୋଧ କରିଥିଲେ। ସେହି ସମୟରେ ସ୍ଥାନୀୟ ଲୋକେ କୋଲ୍‌ ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ୨୦୧୪ ମସିହାରେ ଗ୍ରାମବାସୀ ପୁଣି ଅଭିଯୋଗ କରିଥିଲେ। ସିବିଆଇ ଅଧିକାରୀମାନେ ଉକ୍ତ ଅଭିଯୋଗପତ୍ରରେ ଥିବା ଦସ୍ତଖତ ସେମାନଙ୍କର କି ନୁହେଁ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଅନୁମତିଠାରୁ ଅଧିକ କୋଇଲା ଉତ୍ପାଦନ କରିଛି କି? ପରିବେଶ ଉପରେ ଏହାର କ’ଣ ପ୍ରଭାବ ପଡ଼ିଛି? ଏଭଳି ଅନେକ ପ୍ରଶ୍ନ ପଚାରିଥିଲେ। ଆଜି କେତେକ ବ୍ୟକ୍ତି ଆସିପାରିନଥିଲେ। ବାକି ରହିଯାଇଥିବା ଲୋକଙ୍କୁ ଆସନ୍ତାକାଲି ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି। ସିବିଆଇ ଟିମ୍‌ ଆସନ୍ତାକାଲି ତଲାବିରା-୧ ଖଣି ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।  

Education: ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଆୟୋଜନ

ଉଲ୍ଲେଖଯୋଗ୍ୟ ଯେ ଗତ ଫେବ୍ରୁଆରି ୧୯୯୪ ମସିହାରେ ଇଣ୍ଡଲ୍‌ (ଇଣ୍ଡିଆନ୍‌ ଆଲୁମିନିୟମ କଂପାନି) ତଥା ବର୍ତ୍ତମାନର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜକୁ ତଲାବିରା-୧ ‌କୋଇଲା ଖଣି ଆବଣ୍ଟନ କରାଯାଇଥିଲା। ଯେତିକି କୋଇଲା ଖନନ ପାଇଁ ଅନୁମତି ମିଳିଥିଲା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ତା’ଠାରୁ ବହୁ ଅଧିକ ପରିମାଣର କୋଇଲା ଖନନ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି, ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଆବଶ୍ୟକ ଅନୁମତି ବିନା କଂପାନି କୋଇଲା ଖନନ କରିଥିଲା। ପରେ ସିବିଆଇ କେତେକ ଅଜ୍ଞାତ ସରକାରୀ ଅଧିକାରୀ ଓ ହିଣ୍ଡାଲକୋ ଇଣ୍ଡିଷ୍ଟ୍ରିଜ୍‌ ବିରୋଧରେ ମାମଲା ରୁଜୁ କରିଥିଲେ ଓ ୨୦୧୫ ମସିହାରେ ମୁମ୍ବାଇ ସମେତ ସମ୍ବଲପୁର ଜିଲ୍ଲାର ୪ଟି ଜାଗାରେ ଚଢ଼ଉ କରାଯାଇଥିଲା। ୨୦୨୨ ମସିହାରେ ପୁଣି ସିବିଆଇ ପକ୍ଷରୁ ତନଘନା କରାଯାଇଥିଲା। ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ପରେ ଜିଏମ୍‌ଆର୍‌ ଏନର୍ଜି କଂପାନିକୁ ତଲାବିରା ଖଣି ଆବଣ୍ଟନ କରାଯାଇଥିଲା। ଉକ୍ତ କଂପାନି କିଛି ବର୍ଷ କୋଇଲା ଉତ୍ପାଦନ କରିବା ପରେ ଏବେ ଉକ୍ତ କୋଇଲା ଖଣି ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe