ଭୁବନେଶ୍ବର: ଓଡ଼ିଶାରୋ ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ। କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ କରାଯିବ। ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଟେକ୍ନିକାଲ କମିଟି ଗଠନ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ଏହି କମିଟି ବିଭିନ୍ନ ସହାରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ।
ନୂଆ ଟ୍ରାକ୍ ନେଇ କମିଟି ରିପୋର୍ଟ ଦେବେ। ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀ ସ୍ତରୀୟ ସବ କମିଟିର ଦ୍ଵିତୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି। ବୈଠକରେ କମ୍ପ୍ରେହେନସିଭ ମୋବିଲିଟି ପ୍ଲାନ୍ ତିଆରି ହୋଇଛି।
ଅଧିକ ପଢ଼ନ୍ତୁ:ଭିସୁଟ୍ରେ ବାଧ୍ୟତାମୂଳକ ଡ୍ରେସ୍ କୋଡ୍ : ଜିନ୍ସ-ଦୁପଟ୍ଟା ମନା
କେଉଁ ଅଞ୍ଚଳରେ ଲାଇନ୍ ଯିବ, କେଉଁ ଜାଗାରେ ପାର୍କିଂ ଅଞ୍ଚଳ ହେବ ତାହାର ରିପୋର୍ଟ ଟେକ୍ନିକାଲ କମିଟି ଦେବେ। ସାଧାରଣ ଲୋକଙ୍କ ମତାମତ ମଧ୍ୟ ନିଆଯିବ।
ପୁରୁଣା ପ୍ରକଳ୍ପ ବନ୍ଦ ହୋଇଛି। ସେସବୁ ରାସ୍ତା ଟ୍ରାଫିକ ଜାମ୍ ରହୁଛି। ଟେଷ୍ଟିଙ୍ଗ୍ ବେଳେ ଲୋକଙ୍କୁ ହଇରାଣ ହେବାକୁ ପଡିଥିବା ମନ୍ତ୍ରୀ କହିଛନ୍ତି।ମେଟ୍ରୋ କାମ ଚାଲିଥିଲେ ସେସବୁ ରାସ୍ତା ବନ୍ଦ ହୋଇ ଯାଇଥାନ୍ତା। ସେଥି ପାଇଁ ନୂଆ ଟ୍ରାକ୍ କେଉଁଠି ହେବ ସେ ରିପୋର୍ଟ କମିଟି ଦେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।
ମେଟ୍ରୋ ପ୍ରକଳ୍ପ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ଅନ୍ୟ ରାଜ୍ୟ ଗୁଡିକରେ କ୍ଷତିରେ ଚାଲିଛି ମେଟ୍ରୋ। ସେଠାକାର ସରକାରଙ୍କୁ କ୍ଷତିଭରଣା କରିବାକୁ ପଡୁଛି। ସେଥିପାଇଁ ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଏକ କମିଟି ବିଭିନ୍ନ ରାଜ୍ୟକୁ ଯାଇ ମେଟ୍ରୋ ପ୍ରକଳ୍ପକୁ ଅନୁଧ୍ୟାନ କରି ରିପୋର୍ଟ ଦେବେ। ତାକୁ ଅନୁଧ୍ୟାନ କରି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ।
ଅଧିକ ପଢ଼ନ୍ତୁ:ଜାମିନ୍ ଦେଇଥିଲେ କର୍ଣ୍ଣାଟକ ସରକାର, ବାତିଲ୍ କରି ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
Krushna Chandra Mohapatra | metro | Bhubaneswar Metro Train
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/14/technical-committee-to-be-formed-for-metro-in-new-format-urban-development-minister-2025-08-14-12-39-01.jpg)