ଭୁବନେଶ୍ବର: କିଶୋରୀଙ୍କୁ ଦିଆଯିବ ଜରାୟୁ କର୍କଟ ଟିକା। ୧୪ ବର୍ଷ ପର୍ଯ୍ୟନ୍ତ କିଶୋରୀଙ୍କୁ ଗୋଟିଏ ଡୋଜ୍ ଟିକା ଦିଆଯିବ। ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ୩ଟି ଡୋଜ୍ ଦିଆଯିବ। ଚଳିତମାସ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଆଜମେରରୁ ଏଚ୍ପିଭି (ହ୍ୟୁମାନ ପାପିଲୋମାଭାଇରସ୍) ଟିକାର ଶୁଭାରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।
Horoscope 2026 February 26: ଜାଣନ୍ତୁ ଆଜିର ରାଶିଫଳ
ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ଏଥିପାଇଁ ସ୍ବତନ୍ତ୍ର ଭାବେ ନିର୍ଦ୍ଦେଶାବଳୀ ଆସିଛି। ଓଡ଼ିଶାରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ। ସେହିପରି ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟ ସରକାର କର୍କଟ ରୋଗର ମୁକାବିଲା ପାଇଁ ‘ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ’ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ୩୧୧ କୋଟି ଖର୍ଚ୍ଚ ହେବ। ଏଥିରେ ଜରାୟୁ, ସ୍ତନ ଓ ଅନ୍ୟ କର୍କଟ ରୋଗକୁ ପ୍ରତିହତ କରିବା ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
Droupadi Murmu: ‘ଆୟୁଷ ବ୍ୟବସ୍ଥା ସାମଗ୍ରିକ ସୁସ୍ଥତା ପାଇଁ ବ୍ୟାପକ ଜୀବନଶୈଳୀ ଢାଞ୍ଚା ପ୍ରଦାନ କରେ’
ଉଲ୍ଲେଖଯୋଗ୍ୟ ଯେ ଜରାୟୁ କର୍କଟ ପାଇଁ ଦେଶରେ ପ୍ରତିବର୍ଷ ବହୁ ସଂଖ୍ୟାରେ ମହିଳା ପ୍ରାଣ ହରାଉଛନ୍ତି। ଏଥିପାଇଁ ବଜାରରେ ଉପଲବ୍ଧ ଟିକାର ଦର ଅଧିକ ଥିବାରୁ ସମସ୍ତେ ଏହି ଟିକା ନେଇ ପାରୁନଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରିଛନ୍ତି। ଏବେ ଏହି ଟିକା ମାଗଣାରେ କିଶୋରୀମାନଙ୍କୁ ପ୍ରଦାନ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/26/vaccine-2026-02-26-01-39-05.jpg)