ତାତି ବଢ଼ିଲା: ରାଜ୍ୟର ୧୦ ସହରରେ ୩୫ ଡିଗ୍ରି ସେଲସିୟସ୍‌ ଟପିଲା

ରାଜ୍ୟର ତାତି ଫେବ୍ରୁଆରି ମାସରୁ ବଢ଼ିବାରେ ଲାଗିଛି। ସକାଳେ ଘଣ୍ଟାଏ ଦିଘଣ୍ଟା ପାଇଁ ଘନ କୁହୁଡ଼ି ପରେ ତାତି ବୃଦ୍ଧି ପାଉଛି। ରାଜ୍ୟର ୧୦ ସହରରେ ତାତି ୩୫ ଡିଗ୍ରି ସେଲସିୟସ୍‌ ଟପିଛି...

35 degree Celsius in 10 cities of the state

35 degree Celsius in 10 cities of the state Photograph: (sambad.in)

ଭୁବନେଶ୍ଵର: ରାଜ୍ୟର ତାତି  ଫେବ୍ରୁଆରି ମାସରୁ ବଢ଼ିବାରେ ଲାଗିଛି। ସକାଳେ ଘଣ୍ଟାଏ ଦିଘଣ୍ଟା ପାଇଁ ଘନ କୁହୁଡ଼ି ପରେ ତାତି ବୃଦ୍ଧି ପାଉଛି। ରାଜ୍ୟର ୧୦ ସହରରେ ତାତି ୩୫ ଡିଗ୍ରି ସେଲସିୟସ୍‌ ଟପିଛି ।

ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ  ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ  ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । 

ଫେବ୍ରୁଆରି ୭ ତାରିଖରେ  କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଓ ଗଞ୍ଜାମରେ ଘନ କୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ କରାଯାଇଛି । 

ବୁଧବାର ମାଲକାନଗିରି  ଓ ବଲାଙ୍ଗୀରରେ ସର୍ବାଧିକ ତାତି ୩୬ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି । ସମ୍ବଲପୁର,  ହୀରାକୁଦ ଓ ଝାରସୁଗୁଡ଼ାରେ ୩୫.୯, ଭବାନୀପାଟଣା ଓ ସୁନ୍ଦରଗଡ଼ରେ  ୩୫.୫, ସୋନପୁରରେ ୩୫.୨, ଅନୁଗୁଳରେ ୩୫.୧ ଓ ପାରଳାଖେମୁଣ୍ଡିରେ  ୩୫ ଡିଗ୍ରୀ ରେକର୍ଡ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଅଭିଷେକଙ୍କୁ ଜନ୍ମ ପରେ ଜଣ୍ଡିସ ହୋଇଥିଲା!: ଅମିତାଭ ବିରଳ ଫଟୋ ସେୟାର କଲେ

ସେହିପରି ଭୁବନେଶ୍ୱର, ତାଳଚେର ଓ ବୌଦ୍ଧରେ ୩୩.୮,  କୋରାପୁଟରେ ୩୩.୨, ଫୁଲବାଣୀରେ ୩୨.୯, ଯାଜପୁରରେ ୩୨.୮, ବାରିପଦାରେ  ୩୨.୬, ଛତ୍ରପୁରରେ ୩୨.୭, କେନ୍ଦୁଝରରେ ୩୨.୩, କଟକ ଓ ପୁରୀରେ ୩୧.୮,  ଦାରିଙ୍ଗିବାଡ଼ିରେ ୩୧.୫ଡିଗ୍ରୀ ରେକର୍ଡ ହୋଇଛି।

ଅଧିକ ପଢ଼ନ୍ତୁ: ମୋଦୀ ବିରୋଧୀ ଦଳରେ ବସିଲେ ମୋ ତପସ୍ୟା ସଫଳ ହେବ: କଂଗ୍ରେସ ନେତା ପବନ ଖେରାଙ୍କ 'ସ୍ୱପ୍ନ'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe