"ଥାଟରାଜା" ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସାନଭାଇ "ଥାଟରାଜା" ରଣାର୍ଣ୍ଣବ ଦେବଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି....

Thataraja Ranarnava Deb passes away CM expresses condolences

Thataraja Ranarnava Deb passes away CM expresses condolences Photograph: (sambad.in)

ଭୁବନେଶ୍ୱର: ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସାନଭାଇ "ଥାଟରାଜା" ରଣାର୍ଣ୍ଣବ ଦେବଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଏହି ଦୁଃଖଦ ସମୟରେ ସେମାନଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ଧର୍ଯ୍ୟ ଦେବା ପାଇଁ ପ୍ରାର୍ଥନା କରିଛନ୍ତି। ସେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତଃ ଆତ୍ମାଙ୍କର ଶାନ୍ତି କାମନା କରିଛନ୍ତି।

ଅଧିକ ପଢ଼ନ୍ତୁ: ରାଜଧାନୀର ହୋଟେଲ-ଫାଷ୍ଟଫୁଡ୍ ଦୋକାନରେ ବିଏମସି ଅଧିକାରୀଙ୍କ ଚଢ଼ଉ

ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା। ଏହି ଅସହ୍ୟ ଦୁଃଖର ମୁହୂର୍ତ୍ତରେ ପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ଧର୍ଯ୍ୟ ଏବଂ ଶକ୍ତି ପ୍ରଦାନ କରନ୍ତୁ। ସ୍ୱର୍ଗତ ଆତ୍ମାଙ୍କର ଶାନ୍ତି ଏବଂ ସଦଗତି ପାଇଁ ମୁଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦତଳେ ପ୍ରାର୍ଥନା କରୁଛି।

ଉଲ୍ଲେଖଯୋଗ୍ୟ, ରଣାର୍ଣ୍ଣବ ଅସୁସ୍ଥତା ଯୋଗୁ ୬୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ ପୁରୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଏବଂ ରବିବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପରମ୍ପରା ଅନୁଯାୟୀ ରାଜକୀୟ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ଅଧିକ ପଢ଼ନ୍ତୁ: ୧୬ତମ ଜନଗଣନା ପାଇଁ ବିଜ୍ଞପ୍ତି ଜାରି

CM Mohan Charan Majhi | Ranarnab Deb | Gajapati Maharaj Dibyasingh Deb

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe