Most Wanted Nikhil: ମୋଷ୍ଟୱାଣ୍ଟେଡ୍‌ ନିଖିଲର ୩୦ ବର୍ଷର ଇତିହାସ: ଛାତ୍ର-ଯୁବ ସଂଗଠନରୁ ଟପ୍ ମାଓନେତା

Advertisment

ରାୟଗଡ଼ା ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ମାଓ ସଂଗଠନର ରାଜ୍ୟ କମିଟି ସଦସ୍ୟ ତଥା ମୋଷ୍ଟୱାଣ୍ଟେଡ୍‌ ନିଖିଲ ଓରଫ ନିରଞ୍ଜନ ରାଉତ ଓରଫ ନିଗମ ଗଲା ୩୦ ବର୍ଷ ଭିତରେ କିଭଳି ଛାତ୍ରନେତାରୁ ଦୁର୍ଦ୍ଦାନ୍ତ ମାଓବାଦୀ ପାଲଟିଥିଲା....

ରାୟଗଡ଼ା ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ମାଓ ସଂଗଠନର ରାଜ୍ୟ କମିଟି ସଦସ୍ୟ ତଥା ମୋଷ୍ଟୱାଣ୍ଟେଡ୍‌ ନିଖିଲ ଓରଫ ନିରଞ୍ଜନ ରାଉତ ଓରଫ ନିଗମ ଗଲା ୩୦ ବର୍ଷ ଭିତରେ କିଭଳି ଛାତ୍ରନେତାରୁ ଦୁର୍ଦ୍ଦାନ୍ତ ମାଓବାଦୀ ପାଲଟିଥିଲା....

dgjgjjdgcbnbn

ଶୁଭକାନ୍ତ ପଢ଼ିହାରୀ

ଜଗତସିଂହପୁର: ରାୟଗଡ଼ା ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ମାଓ ସଂଗଠନର ରାଜ୍ୟ କମିଟି ସଦସ୍ୟ ତଥା ମୋଷ୍ଟୱାଣ୍ଟେଡ୍‌ ନିଖିଲ ଓରଫ ନିରଞ୍ଜନ ରାଉତ ଓରଫ ନିଗମ ଗଲା ୩୦ ବର୍ଷ ଭିତରେ କିଭଳି ଛାତ୍ରନେତାରୁ ଦୁର୍ଦ୍ଦାନ୍ତ ମାଓବାଦୀ ପାଲଟିଥିଲା, ସେ ସଂପର୍କିତ ତଥ୍ୟ ସାମନାକୁ ଆସିଛି। ଜଗତସିଂହପୁର ବାଲିକୁଦା ତେନ୍ତୁଳିବେଲାରି ଅଞ୍ଚଳର ନିଖିଲ ୧୯୯୬-୯୭ ମସିହାରେ ଏରସମା ପଞ୍ଚୁପଲ୍ଲୀ ଅଞ୍ଚଳର ଅମିୟ ପାଳ ଦ୍ବାରା ପରିଚାଳିତ ଛାତ୍ର-ଯୁବ ସଂଗ୍ରାମ କମିଟିରେ ପ୍ରଥମେ ସାମିଲ ହୋଇଥିଲା। ଏଥିରେ ଏରସମା ପଇଦାକୂଳର କ୍ୟାଡର ମାଓବାଦୀ ମଙ୍ଗୁ ଓରଫ୍ ଶତ୍ରୁଘ୍ନ ବିଶ୍ବାଳ(୫.୩.୨୦୧୧ରେ ଗିରଫ), ଜଗୁ ଓରଫ୍ ପବିତ୍ର ଓରଫ୍ ପ୍ରସନ୍ନ ପାଲ(ଜେଲରେ), ପଶା ଓରଫ୍ ପ୍ରଶାନ୍ତ ପରିଡ଼ା(ଆତ୍ମସମର୍ପଣ), ରବିନ ଓରଫ୍ ରଞ୍ଜନ ରାଉତ (ଜେଲ୍‌ରେ), ବାପି ଓରଫ୍ ପ୍ରଶାନ୍ତ ସ୍ବାଇଁ(ଏନ୍‌କାଉଣ୍ଟରରେ ମୃତ), ରୀତା ପାଲ(ଏନ୍‌କାଉଣ୍ଟରରେ ମୃତ), ଦୀନେଶ ଓରଫ୍ ଦେବ ଓରଫ ଦେବେନ୍ଦ୍ର ଦାସ, ଚିତ୍ତ ବିଶ୍ବାଳ ବି ଥିଲେ। ମହାବାତ୍ୟାରେ କ୍ଷତିଗ୍ରସ୍ତ ନିଖିଲର ଗାଁକୁ ସେତେବେଳେ ଏକ ଏନ୍‌ଜିଓ ପୋଷ୍ୟ ଭାବେ ଗ୍ରହଣ କରିଥିଲା।

Rayagada will be a modern industrial area: ଆଧୁନିକ ଶିଳ୍ପାଞ୍ଚଳ ହେବ ରାୟଗଡ଼ା: ମୁଖ୍ୟମନ୍ତ୍ରୀ

୬ ଥର ପୁଲିସ ଏନ୍‌କାଉଣ୍ଟରରୁ ବର୍ତ୍ତି ଯାଇଥିଲା
ମହାବାତ୍ୟା ସମୟରେ ବାଲିକୁଦା-ଏରସମାର ଯୁବକଙ୍କୁ ମାଓ ସଂଗଠନରେ ସାମିଲ କରାଇଥିଲା ଏନ୍‌ଜିଓ

ସରକାର ବିରୋଧୀ ଓ ବାମପନ୍ଥୀ ଚିନ୍ତାଧାରାର ସେହି ଏନ୍‌ଜିଓ ନିଖିଲ, ରଞ୍ଜନ ରାଉତ, ପ୍ରଶାନ୍ତ ରାଉତ, ଯୋଗେଶ ରାଉତଙ୍କୁ ନିଜ ସହ ସାମିଲ କରାଇ ନେଇଥିଲା। ସେହି ଏନ୍‌ଜିଓ ୨୦୦୧-୨୦୦୨ରେ ନିଖିଲ, ପ୍ରଶାନ୍ତ, ଯୋଗେଶ, ରଞ୍ଜନକୁ ପଶ୍ଚିମବଙ୍ଗର ସିଲିଗୁଡ଼ା ନେଇ ସେଠାରେ ମାଓବାଦୀ ତାଲିମ ଦେଇଥିଲା। ଏରସମା ପଞ୍ଚୁପଲ୍ଲୀ ପଇଦାକୂଳର ଶରତ ପାଲ ଯିଏ ଏବେ ପଶ୍ଚିମବଙ୍ଗରେ ଅଛି, ଛାତ୍ର-ଯୁବ ସଂଗଠନ ପଛରେ ରହି ସହଯୋଗ କରୁଥିଲା। ୨୦୦୫ରେ ଶରତ ମାଓବାଦୀ ସଂଗଠନରେ ସାମିଲ ଲାଗି ପବିତ୍ର ଓରଫ ପ୍ରସନ୍ନ ପାଲ, ନିତା ଓରଫ ମଞ୍ଜୁଲତା ମୁଦୁଲି, ନିଗମ ଓରଫ ନିରଞ୍ଜନ ରାଉତକୁ ମାଓନେତା ରଣବୀର ଓରଫ ଦାମୋଦର ପାଖକୁ ପଠାଇଥିଲା। ୨୦୦୫ରେ ଶରତ ପାଳ ବାଲିକୁଦା, ଏରସମା ସମେତ ଜଗତସିଂହପୁର ଅଞ୍ଚଳର ବହୁ ଯୁବକଙ୍କୁ ମାଓ ସଂଗଠନରେ ସାମିଲ କରାଇଥିଲା। ୨୦୦୮ ଜାନୁଆରି ୫ ରେ ସମ୍ବଲପୁର ଜିଲ୍ଲା କିଷିଣ୍ଡା ଥାନା ଅନ୍ତର୍ଗତ ଚେପଟାକାନିରେ ପୁଲିସ ସହ ମାଓବାଦୀଙ୍କ ଗୁଳିବିନିମୟ ହୋଇଥିଲା। ଶତ୍ରୁଘ୍ନ ବିଶ୍ବାଳ ଆହତ ହୋଇ ପଶ୍ଚିମବଙ୍ଗର ଶ୍ରମଜୀବୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା। ସେହି ସମୟରେ ନିଖିଲ ସେଠାକୁ ଯାଇ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଥିଲା। ୨୦୦୮ରେ ନିଖିଲ ବଂଶଧାରା କମିଟିରେ ଯୋଗ ଦେଇଥିଲା। ସେତେବେଳେ ଆଜାଦ୍ ଓରଫ୍ ମହେଶ ବଂଶଧାରା କମିଟିର ସଚିବ ଥିଲା।

Naxal Operations: ନକ୍ସଲବାଦ ବିରୋଧୀ ଅଭିଯାନର ସମ୍ପୂର୍ଣ୍ଣ ରିପୋର୍ଟ ଦେଲେ ଝାଡ଼ଖଣ୍ଡ ଡିଜିପି

ଓଡ଼ିଶା ଦାୟିତ୍ବରେ ସେତେବେଳେ ବାଲକ୍ରିଷ୍ଣା ଓରଫ ମନୋଜ ଓରଫ ଭାସ୍କର ଥିଲା। ଟପ୍ ମାଓନେତା ସବ୍ୟସାଚୀ ପଣ୍ଡାର ଅନୁମୋଦନ କ୍ରମେ ଓଡ଼ିଶା ରାଜ୍ୟ ଅପରେସନ୍‌ କମିଟିର ସଚିବ ଭାବେ ନିଖିଲ ନିଯୁକ୍ତ ହୋଇଥିଲା। ୨୦୧୨ରେ ଛତିଶଗଡ଼ ଓ କୋର୍ କମିଟି ସହ ମତଭେଦ ପରେ ସବ୍ୟସାଚୀ ଓଡ଼ିଶା ମାଓବାଦୀ ପାର୍ଟି ଗଠନ କରିଥିଲା। ୨୦୧୩ ଜୁଲାଇ ୨୯ ତାରିଖ ବୈଠକରେ ନିଖିଲ ଯୋଗ ଦେଇଥିଲା। ଛତିଶଗଡ଼- ଓଡ଼ିଶା ବର୍ଡର କମିଟି ସେହି ସମୟରେ ଘୁମୁସର ଓ ବଂଶଧାରା ଡିଭିଜନ୍ ସହ ମିଶି ଯାଇଥିଲା। ନୂଆ ସଂଗଠନର ନାଁ ହୋଇଥିଲା ବଂଶଧାରା-ଘୁମୁସର-ନିୟମଗିରି-କାଶୀପୁର ଡିଭିଜନାଲ୍ କମିଟି। ଏହି କମିଟିର ସଚିବ ଭାବେ ନିଖିଲକୁ ନିଯୁକ୍ତ କରାଯାଇଥିଲା। ତାର ପତ୍ନୀ ରଶ୍ମିତା ଓରଫ ଅଙ୍କିତା ଓରଫ ଇନ୍ଦୁକୁ ନିୟମଗିରି ଏରିଆ ସଚିବ ଭାବେ ଦାୟିତ୍ବ ଦିଆଯାଇଥିଲା। କଳାହାଣ୍ଡି-କନ୍ଧମାଳ-ବଲାଙ୍ଗୀର-ନୟାଗଡ଼(କେକେବିଏନ୍) ଡିଭିଜନ୍ ମଧ୍ୟ ନିଖିଳ ନିର୍ଦ୍ଦେଶରେ ପରିଚାଳିତ ହେଉଥିଲା। ନିଖିଲ ବିରୋଧରେ ପ୍ରଥମ ଅପରାଧ ମାମଲା ଜଗତସିଂହପୁର ରଘୁନାଥପୁର ଥାନାରେ ୨୦୦୮ ଅଗଷ୍ଟ ୮ରେ ରୁଜୁ ହୋଇଥିଲା। ଏବେ ସୁଦ୍ଧା ତା’ ବିରୋଧରେ ୬୬ଟି ମାମଲା ରହିଥିବା ଜଣାଯାଇଛି। ପୁଲିସ ସହ ନିଖିଲର ୬ ଥର ଏନ୍‌କାଉଣ୍ଟର ହୋଇଥିବା ବେଳେ ସେ ଖସି ଯିବାକୁ ସକ୍ଷମ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe