The ambulance: ଦୀର୍ଘ ସମୟ ଧରି ଅଟକିଲା ଆମ୍ବୁଲାନ୍ସ

Advertisment

ତାଳଚେର ଘଣ୍ଟପଡ଼ା ‌ରେଳ ଫାଟକରେ ପ୍ରାୟ ଦିନ ଅଭାବନୀୟ ଘଟଣା ଘଟିବାରେ ଲାଗିଛି। ରେଳ ଫାଟକ ଘଣ୍ଟା‌ ଘଣ୍ଟା ଅଚଳ ହୋଇ ପଡ଼ିବାରୁ ଆମ୍ବୁଲାନ୍ସ ସହ ସାଧାରଣ ଯାତ୍ରୀ ଫସି.....

ତାଳଚେର ଘଣ୍ଟପଡ଼ା ‌ରେଳ ଫାଟକରେ ପ୍ରାୟ ଦିନ ଅଭାବନୀୟ ଘଟଣା ଘଟିବାରେ ଲାଗିଛି। ରେଳ ଫାଟକ ଘଣ୍ଟା‌ ଘଣ୍ଟା ଅଚଳ ହୋଇ ପଡ଼ିବାରୁ ଆମ୍ବୁଲାନ୍ସ ସହ ସାଧାରଣ ଯାତ୍ରୀ ଫସି.....

Untitled-19

ତାଳଚେର: ତାଳଚେର ଘଣ୍ଟପଡ଼ା ‌ରେଳ ଫାଟକରେ ପ୍ରାୟ ଦିନ ଅଭାବନୀୟ ଘଟଣା ଘଟିବାରେ ଲାଗିଛି। ରେଳ ଫାଟକ ଘଣ୍ଟା‌ ଘଣ୍ଟା ଅଚଳ ହୋଇ ପଡ଼ିବାରୁ ଆମ୍ବୁଲାନ୍ସ ସହ ସାଧାରଣ ଯାତ୍ରୀ ଫସି ରହୁଛନ୍ତି। ଆଜି ହାଣ୍ଡିଧୂଆ ରେଳ ଫାଟକଠାରେ ଟ୍ରେନ୍‌ ଯିବାବେଳେ କୌଣସି କାରଣରୁ ଫାଟକଟି ଅଧାରୁ ଭାଙ୍ଗି ଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିବା ବେଳେ ରୋଗୀ ବାହକ ଆମ୍ବୁଲାନ୍ସ ଗାଡ଼ି ମଧ୍ୟ ଫସି ରହିଥିବା ଦେଖିବାକୁ ମିଳିଥିଲା।

Communal violence: ନେପାଳରେ ସାଂପ୍ରଦାୟିକ ହିଂସା, ଭାରତ ସୀମା ସିଲ୍

 ଉକ୍ତ ଆମ୍ବୁଲାନ୍ସ ତାଳଚେର ଉପଖଣ୍ଡ ଚିକିତ୍ସାଳୟରୁ ଜଣେ ରୋଗୀଙ୍କୁ ନେଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲା। ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଫାଟକ ଭାଙ୍ଗିବା ଯୋଗୁଁ ଆମ୍ବୁଲାନ୍ସ ଆଗକୁ ଯାଇପାରିନଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ପରେ ରେଳବାଇ କର୍ମଚାରୀ ପହଞ୍ଚି ଫାଟକକୁ ଖୋଲିଥିଲେ। ଅନ୍ୟପକ୍ଷରେ ଫାଟକଠାରୁ ହାଣ୍ଡିଧୂଆ ଛକ ଓ ଚାଳଗଡ଼ ପର୍ଯ୍ୟନ୍ତ ରାସ୍ତା ଜାମ୍ ହୋଇ ଯାଇଥିଲା। ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ ପୁଲିସକୁ ୩ ଘଣ୍ଟା ସମୟ ଲାଗିଥିଲା। ଉକ୍ତ ଫାଟକଠାରେ ଓଭର ବ୍ରିଜ୍‌ କାମ ଶେଷ ହୋଇଥିଲେ ମଧ୍ୟ ତାହା ଖୋଲା ଯାଉନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋ‌ଷ ବୃଦ୍ଧି ପାଉଛି।

Keep the brain young: ଅପରକୁ ସାହାଯ୍ୟ କରନ୍ତୁ ମସ୍ତିଷ୍କକୁ ଯୁବସୁଲଭ ରଖନ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe