The body was taken to the village on a bike: ବାଇକ୍‌ରେ ଗାଁକୁ ନେଲେ ଶବ: କାହା ସ୍ବାର୍ଥରେ ମହାପ୍ରୟାଣ ଯୋଜନା ?

Advertisment

କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅଞ୍ଚଳରେ ଗତକାଲି ଜଣେ ବୃଦ୍ଧାଙ୍କ ଶବକୁ ପରିବାରଲୋକେ ଦୋଳା କରି ଅଢ଼େଇ କିଲୋମିଟର ‌ବୋହି ନେଇଥିବା ବେଳେ ଆଜି ପୁଣି ଏକ ସମାନ ଘଟଣା ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଦେଖିବାକୁ ମିଳିଛି।

କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅଞ୍ଚଳରେ ଗତକାଲି ଜଣେ ବୃଦ୍ଧାଙ୍କ ଶବକୁ ପରିବାରଲୋକେ ଦୋଳା କରି ଅଢ଼େଇ କିଲୋମିଟର ‌ବୋହି ନେଇଥିବା ବେଳେ ଆଜି ପୁଣି ଏକ ସମାନ ଘଟଣା ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଦେଖିବାକୁ ମିଳିଛି।

Dead

Young man dead in stone attack in Dhenkanal. Photograph: (sambad)

ଗୁମ୍ମା: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅଞ୍ଚଳରେ ଗତକାଲି ଜଣେ ବୃଦ୍ଧାଙ୍କ ଶବକୁ ପରିବାରଲୋକେ ଦୋଳା କରି ଅଢ଼େଇ କିଲୋମିଟର ‌ବୋହି ନେଇଥିବା ବେଳେ ଆଜି ପୁଣି ଏକ ସମାନ ଘଟଣା ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଦେଖିବାକୁ ମିଳିଛି। ଗୁମ୍ମା ବ୍ଲକ୍ ଅନ୍ତର୍ଗତ ସେରଙ୍ଗ ଗ୍ରାମର ଚନ୍ଦ୍ରଧ୍ୱଜ ସିଂ (୬୩)ଙ୍କ ଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଥିବା ବେଳେ ହସ୍‌ପିଟାଲରେ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା ନ ଥିବାରୁ ପରିବାରଲୋକେ ବାଇକ୍‌ରେ ଶବ ‌ବୋହିବା ଭଳି ଅଭାବନୀୟ ଚିତ୍ର ସାମନାକୁ ଆସିଛି। ବାଇକ୍‌ରେ ଦୁଇଜଣ ମଝିରେ ଶବକୁ ରଖି କଷ୍ଟରେ ଗାଁ’ରେ ପହଞ୍ଚିଥିବା ବେଳେ ଏଭଳି  ଅବ୍ୟବସ୍ଥାକୁ  ସାଧାରଣରେ ନିନ୍ଦା କରାଯାଇଛି।

Drinking Water:ନବରଂଗପୁର ଜିଲ୍ଲାରେ ବଢ଼ୁଛି ଜଳକଷ୍ଠ: ପାଣି ପାଇଁ ମାରପିଟ୍

sfhsffhxvbbv

ଆଜି ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦ୍ରଧ୍ୱଜଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହ ଗାଁକୁ ନେବା ପାଇଁ ବ୍ୟବସ୍ଥା କରିବାକୁ ପରିବାରବର୍ଗ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ଏଠାରେ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା ନଥିବାରୁ ଅଟୋରେ ଶବକୁ ନେଇଯିବାକୁ ସୁରକ୍ଷାକର୍ମୀମାନେ ପରିବାର ଲୋକଙ୍କୁ କହିଥିଲେ। ତେବେ ଅଟୋଚାଳକ ଏଥିପାଇଁ ୮ରୁ ୯ହଜାର ଟଙ୍କା ଦାବି କରିଥିଲେ। କିନ୍ତୁ ଆର୍ଥିକ ସ୍ଥିତି ଭଲ ନଥିବାରୁ  ସମ୍ପର୍କୀୟମାନେ ବାଧ୍ୟ ହୋଇ ବାଇକ୍‌ରେ ଶବକୁ ନେଇଥିଲେ।  ୨୦୧୬ ମସିହାରେ ଦାନ ମାଝୀ ଶବ ବୋହିବା ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ  ପାଲଟିଥିବା ବେଳେ ଏହାପରେ ସରକାର ରାଜ୍ୟରେ ମହାପ୍ରୟାଣ ଯୋଜନା ଆରମ୍ଭ କରିଥିଲେ। ହେଲେ ଏବେ ଏହି ଯୋଜନା ବାଟବଣା ହେବାରେ ଲାଗିଛି। ‌ସରକାରଙ୍କ ମହାପ୍ରୟାଣ ଯୋଜନା କାହା ସ୍ବାର୍ଥରେ ବୋଲି ବୁଦ୍ଧିଜୀବୀ ପ୍ରଣ୍ନ କରିଛନ୍ତି।

Odia Student: ଜମ୍ମୁ କଶ୍ମୀରରେ ଗୋତି ଖଟୁଛନ୍ତି ନିଖୋଜ ଛାତ୍ର; ଉଦ୍ଧାର ପାଇ ଡିଆଇଜିକୁ ଚିଠି ଲେଖିଲେ ବିଧାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe