ଅନୁଗୁଳ: ବିସ୍ଫୋରକ ଭର୍ତ୍ତି ଖାଦ୍ୟ ଖାଇ ମୟୂରଭଞ୍ଜରେ ହାତୀ ମୃତ୍ୟୁ ଘଟଣା ମନରୁ ଲିଭିନି। ଏବେ ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ବାଳୁଅକଟା ଗାଁରେ ସମାନ ଘଟଣା ଘଟିଛି। ଶିକାର ପାଇଁ ଖାଦ୍ୟରେ ବୋମା ଖଞ୍ଜା ଯାଇଥିଲା। ଏକ ମାଈହାତୀ ଏହାକୁ ଖାଇଦେବାରୁ ମୁହଁ ଛିନ୍‌ଛତ୍ର ହୋଇଯାଇଛି। ମାଈହାତୀଟି ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି। ସୂଚନା ଅନୁଯାୟୀ, ବୁଧବାର ରାତିରେ ଗୁରୁତର ଅବସ୍ଥାରେ ହାତୀଟି ରାସ୍ତାକଡ଼ରେ ପଡ଼ିଥିବା ଖବର ପାଇ ବନ ବିଭାଗ ଅଧିକାରୀ ଓ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ। 

Advertisment

Annual Function: ନାଳନ୍ଦା ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡାକ୍ତରୀ ଦଳ କହିଛନ୍ତି, ହାତୀଟି ୫ରୁ ୬ ବର୍ଷ ବୟସର ହୋଇପାରେ। ତାର ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ପାଟି ଭିତର ପୋଡ଼ି ଯାଇଛି। ହାଡ଼ ଓ ମାଂସ ଛିଣ୍ଡି ପଡ଼ିଛି। ଖୁବ୍‌ଶୀଘ୍ର ଉଦ୍ଧାର କେନ୍ଦ୍ରକୁ ନିଆଯିବ। ଅନୁଗୁଳ ବନଖଣ୍ଡ ଅଧିକାରୀ ଡ.ନୀତୀଶ କୁମାର କହିଛନ୍ତି ଯେ ୫୧ଟି ହାତୀ ସହ ଅନୁଗୁଳ ଓ ଢେଙ୍କାନାଳରେ ଏ ହାତୀଟି ବୁଲୁଥିଲା। ଗତ ୧୩ ତାରିଖରେ ହାତୀଟି ଢେଙ୍କାନାଳ ବନଖଣ୍ଡରେ ଗୋଷ୍ଠୀରୁ ଅଲଗା ହୋଇ ପ୍ରଥମେ ତାଳଚେର ଓ ଗତକାଲି ବନ୍ତଳା ରେଞ୍ଜକୁ ଆସିଥିଲା। ହାତୀଟିର ଏଭଳି ଅବସ୍ଥା ପାଇଁ କିଏ ଦାୟୀ, ସେ ନେଇ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Naxal: ନକ୍ସଲ ସଫା ନେଇ କାଉଣ୍ଟଡାଉନ ଆରମ୍ଭ; ଯବାନଙ୍କ ଟାର୍ଗେଟରେ ମାଓ ନେତା ପାପା ରାଓ