ଭୁବନେଶ୍ବର: ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳନ ଅବସରରେ ଓଡ଼ିଶାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ‘ବନ୍ଦେମାତରମ୍’ର ସାମୂହିକ ଗାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୧୬ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିଥିବା ବେଳେ ୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇ ବନ୍ଦେ ମାତରମ୍ ସାମୂହିକ ଗାନ କରିଛନ୍ତି।

Advertisment

The sweet breeze: ଶୀତୁଆ ସନ୍ଧ୍ୟାରେ ଶିଶିର ସରସର ମିଠା ଆସର

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ‘ବନ୍ଦେମାତରମ୍ ସାମୂହିକ ଗାନ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଜି ପୂର୍ବାହ୍ନ ୧୧ଟାରେ ସାରା ରାଜ୍ୟର ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ‘ବନ୍ଦେ ମାତରମ୍’ ସାମୂହିକ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଏକାଠି ହୋଇ ମା’ ଭାରତୀଙ୍କର ବନ୍ଦନା କରିଥିଲେ। 
ବନ୍ଦେମାତରମ୍ ସାମୂହିକ ଗାନ କାର୍ଯ୍ୟକ୍ରମର ସଫଳ ଆୟୋଜନକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି କାର୍ଯ୍ୟକ୍ରମକୁ ଏକ ‘ଐତିହାସିକ ମୁହୂର୍ତ୍ତ’ ଭାବେ ବର୍ଣ୍ଣନା କରିବା ସହ ଯୁବବର୍ଗଙ୍କ କଣ୍ଠରେ ବନ୍ଦେ ମାତରମ୍‌ର ଏହି ସାମୂହିକ ଗାନ ରାଷ୍ଟ୍ର ପ୍ରତି ରହିଥିବା ଆମର ଅନନ୍ୟ ସମର୍ପଣ ଭାବର ଏକ ନିଚ୍ଛକ ନିଦର୍ଶନ ବୋଲି ମତପ୍ରକାଶ କରିଛନ୍ତି।

Shreya Samhita: ଶ୍ରେୟା ସମ୍‌ହିତା କୁଣ୍ଡୁ ଜିତିଲେ ‘ଜୁନିଅର ମିସ୍ ଇଣ୍ଡିଆ’

 
ପ୍ରକାଶଯୋଗ୍ୟ, ଶିକ୍ଷାନୁଷ୍ଠାନଗୁଡ଼ିକରେ ସାମୂହିକ ବନ୍ଦେ ମାତରମ୍ ଗାନ ନିମନ୍ତେ ରାଜ୍ୟବ୍ୟାପୀ ‘ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ଆୟୋଜନ କରାଯାଇଥିଲା। ରାଜ୍ୟର ସମସ୍ତ ଜିଲ୍ଲାକୁ ୫ଟି ମଣ୍ଡଳ ‘ଜୟପୁର ମଣ୍ଡଳ’ (କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡିନୂଆପଡ଼ା) ‘ବ୍ରହ୍ମପୁର ମଣ୍ଡଳ’ (ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧନୟାଗଡ଼), ‘ବାଲେଶ୍ୱର ମଣ୍ଡଳ’ (ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝରଯାଜପୁର), ‘ସମ୍ବଲପୁର ମଣ୍ଡଳ’ (ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ବଲାଙ୍ଗୀରସୁବର୍ଣ୍ଣପୁର) ଏବଂ ‘ଭୁବନେଶ୍ୱର ମଣ୍ଡଳ’(ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳଅନୁଗୁଳ)ରେ ବିଭକ୍ତ କରାଯାଇ ‘ମଣ୍ଡଳସ୍ତରୀୟ ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ଆୟୋଜନ କରାଯାଇଥିଲା। ଏଥିସହ ଜିଲ୍ଲା, ପୌରପରିଷଦ ଓ ବ୍ଲକ୍‌ ସ୍ତରରେ ମଧ୍ୟ ‘ବନ୍ଦେ ମାତରମ୍ ପ୍ରଶିକ୍ଷଣ ଶିବିର’ର ଆୟୋଜନ କରାଯାଇଥିଲା।