ଭୁବନେଶ୍ୱର: ଶୀତୁଆ ସଂଧ୍ୟାରେ ଶିଶିର ସରସର ମିଠା ଆସର, ରାଜଧାନୀବାସୀଙ୍କୁ  ନିଜ ଆଡ଼କୁ ଟାଣୁଆଣୁଥିଲା। ସବୁବେଳେ ମନୋରଞ୍ଜନ ପାଇଁ ସୁଯୋଗ ଖୋଜୁଥିବା ରାଜଧାନୀବାସୀଙ୍କ ପାଇଁ ଏହି ମେଳା ପୁଣି ଏକ ମଉକା ଯୋଗାଇ ଦେଇଛି। କିଏ ବିଭିନ୍ନ ସାମଗ୍ରୀ କିଣାକିଣିରେ ବ୍ୟସ୍ତ ଥିଲେ ତ କିଏ କେବଳ ବୁଲିବୁଲି ଉପଭୋଗ କରୁଥିଲେ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ମେଳା ପଡ଼ିଆରେ ଏପଟସେପଟ ହେଉଥିଲେ।  କିଣାବିକା ସହ ମେଳାରେ ତୃତୀୟ ସନ୍ଧ୍ୟାରେ ଜମିଥିଲା ସାଂସ୍କୃତିକ ଆସର। ସମ୍ୱଲପୁରୀ,  କୁଚିପୁଡ଼ି, ପାଲି ଆଦି ପାରମ୍ପରିକ ନୃତ୍ୟକୁ ଦର୍ଶକମାନେ ଉପଭୋଗ କରିଥିଲେ। ମେଳାରେ ସହରବାସୀଙ୍କ ଏତେ ଉତ୍ସାହ ରହିଛି ଯେ ଗତ ଦୁଇଦିନ ଭିତରେ ପ୍ରାୟ ୨ କୋଟି ୪୭ ଲକ୍ଷ ଟଙ୍କାର ବିକ୍ରିବଟା ହୋଇସାରିଲାଣି। ଆରମ୍ଭରୁ ବ୍ୟବସାୟ ଉତ୍ସାହଜନକ ହୋଇଥିବାରୁ ଆଗକୁ ଆହୁରି ବଢ଼ିଆ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା କରିଛନ୍ତି।

Advertisment

Shreya Samhita: ଶ୍ରେୟା ସମ୍‌ହିତା କୁଣ୍ଡୁ ଜିତିଲେ ‘ଜୁନିଅର ମିସ୍ ଇଣ୍ଡିଆ’

ଫ୍ୟାବ୍ରିକ୍ ଜୁଏଲାରି ଷ୍ଟଲ୍‌ରେ ଭିଡ଼

ମେଳାରେ ଫ୍ୟାବ୍ରିକ୍ ଜୁଏଲାରି ଲାଇଭ୍‌ କାଉଣ୍ଟରର ମହିଳାମାନଙ୍କ ଗହଳି ଜମୁଛି। କାଉଣ୍ଟର୍‌ରେ ଜୁଏଲାରି ପାଇଁ ସମ୍ବଲପୁରୀ କପଡ଼ା ବ୍ୟବହୃତ ହେଉଛି।  ଛୋଟ, ବଡ଼ ମାଳି ବ୍ୟବହାର କରି କାନଫୁଲରୁ ଆରମ୍ଭକରି ନେକ୍‌ଲେସ ସେଟ୍ ଯାଏଁ ବିଭିନ୍ନ ଅଳଙ୍କାର ଭଲ ଦାମରେ ଉପଲବ୍ଧ ହେଉଛି। ପ୍ରାୟ ସମସ୍ତ ଫ୍ୟାବ୍ରିକ୍ ଜୁଏଲାରିଗୁଡ଼ିକ ଇକୋ-ଫ୍ରେଣ୍ଡଲି, ହାଲୁକା ହୋଇଥିବାରୁ ମହିଳାମାନେ ଏହା କିଣିବାକୁ ଖୁବ୍‌ ପସନ୍ଦ କରୁଛନ୍ତି।

War in the middle east: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା: ଯେକୌଣସିି ସମୟରେ ଅାକ୍ରମଣ କରିପାରେ ଆମେରିକା

କାଠ ଖେଳନାରେ ସଭିଙ୍କ ମନ

ପ୍ଲାଷ୍ଟିକ୍‌ ଓ ଇଲେକ୍ଟ୍ରୋନିକ ବର୍ଜ୍ୟର ପ୍ରଦୂଷଣ ବର୍ତ୍ତମାନ ସାରା ବିଶ୍ୱ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ଛୋଟ ପିଲାମାନେ ମୋବାଇଲ ଯୋଗୁ ପାରମ୍ପରିକ ଖେଳ ଭୁଲିଗଲେଣି। ତେଣୁ ସେହି ପିଲାଙ୍କୁ ପାରମ୍ପରିକ ଖେଳ ପ୍ରତି ଆକୃଷ୍ଟ କରିବା ପାଇଁ ବିହାରର କାରିଗର ରିଙ୍କି କେଶରୀ କାଠରୁ ପ୍ରସ୍ତୁତ ଧନୁ ତୀର, ପଜଲ୍‌, ଗିଟାର, ବିଭିନ୍ନ ଜୀବଜନ୍ତୁ, ପେନ୍‌ଷ୍ଟାଣ୍ଡ, ପାଣିବୋତଲ, ନାମଫଳକ, ସ୍ୟାକ୍ସୋଫୋନ ପରି  ଜିନିଷ ଆଣିଛନ୍ତି। ଏପରିକି ବିଭିନ୍ନ କାର୍ଟୁନ୍‌ରେ ଦେଖାଯାଉଥିବା ଖେଳନା ମଧ୍ୟ ସେ ରଖିଛନ୍ତି। 

ନଡ଼ିଆ ଦେଇଛି ପରିଚୟ

ପୁରୀର ଉତ୍ପାଦକ  ସର୍ଜିତା ହରିଚନ୍ଦନକୁ ନଡ଼ିଆ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ସେ କହୁଛନ୍ତି। ବର୍ତ୍ତମାନ ଲୋକମାନେ ରାସାୟନିକ ଦ୍ରବ୍ୟ ବଦଳରେ ପ୍ରାକୃତିକ ଉତ୍ପାଦକୁ ବେଶ୍ ପସନ୍ଦ କରୁଛନ୍ତି। ତେଣୁ ସେ ନଡ଼ିଆରୁ ତେଲ, ସାବୁନ, ଲଡ଼ୁ, ଚିକି ଆଦି ପ୍ରସ୍ତୁତ କରୁଛନ୍ତି। ରାଜଧାନୀରେ ଏହାର ବେଶ୍ ଚାହିହା ରହିଛି ବୋଲି ସେ କୁହନ୍ତି। ବିଭିନ୍ନ କରି ନଡ଼ିଆ, ବିଭିନ୍ନ ପ୍ରକାର ଫୁଲରେ ପ୍ରସ୍ତୁତ ପ୍ରାକୃତିକ ସାବୁନକୁ ଲୋକ ବେଶୀ ପସନ୍ଦ କରୁଛନ୍ତି। ଏହାବ୍ୟତୀତ ସୋରିଷ, ନିମ୍ୱ, କରଞ୍ଜ, ଜଡ଼ା ତେଲର ମଧ୍ୟ ଚାହିଦା ରହିଛି।