ବାଲିଅନ୍ତା: ବାଲିଅନ୍ତା ତହସିଲ ପକ୍ଷରୁ ଆଜି ବାଳକାଟି ବଜାରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ତହସିଲଦାର ଲିଲନ ପ୍ରସାଦ ସାହୁଙ୍କ ଉପସ୍ଥିତିରେ ବାଳକାଟି ବଜାରରେ ପ୍ରଥମ କରି ୫ଟି ଦୋକାନ ଘର ଉପରେ ବୁଲ୍‌ଡୋଜର ମାଡ଼ ବସିଛି।

Advertisment

Prahlad Malik's: ପ୍ରହ୍ଲାଦ ମଲ୍ଲିକଙ୍କ ୯୭ତମ ଜୟନ୍ତୀ ଉତ୍ସବ, ‘ମାନବବାଦ ନଥିଲେ ସାମାଜିକ ନ୍ୟାୟ ସମ୍ଭବ ନୁହେଁ’

 ବାଳକାଟି କଲେଜ ରୋଡ୍‌ଠାରୁ ଆରମ୍ଭ କରି ସରଦେଇପୁର-ନିମାପଡ଼ା ପୂର୍ତ୍ତ ବିଭାଗ ଅଧୀନ ଭାର୍ଗବୀ ବ୍ରିଜ୍‌ ବଜାର, ବାଳକାଟି ଫାଣ୍ଡି ଛକ ଓ ପୁରୀ କେନାଲ ବନ୍ଧ ବଜାର ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିମି ରାସ୍ତାର ଉଭୟ ପାର୍ଶ୍ବରେ ମୋଟ ୨୪୫ ଜଣ ବେପାରୀ ସରକାରୀ ରାସ୍ତା ଜବରଦଖଲ କରିଥିବା ସ୍ଥାନୀୟ ପ୍ରତାପଶାସନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ଚିହ୍ନଟ କରାଯାଇଥିଲା। ଅଟୋଷ୍ଟାଣ୍ଡ ପାର୍ଶ୍ବରେ କିଛି ବେପାରୀ ତହସିଲ ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଜବରଦଖଲରୁ ନିଜକୁ ନିଜେ ହଟି ଯାଇଥିଲେ। ଦୋକାନ ଘର ଭିତରୁ ଜିନିଷପତ୍ର କାଢ଼ି ନେଇ ବେଆଇନ ଘର କାନ୍ଥ ଓ ଆଜବେଷ୍ଟସ୍‌ ଚାଦର ଭାଙ୍ଗି ଦେଇଥିଲେ। ଆଜିର ଉଚ୍ଛେଦକୁ ମିଶାଇ ମୋଟ ୫ଟି ଦୋକାନ ଘର ଉଚ୍ଛେଦ କରାଯାଇଛି।

Utkal Women's : ଫେବ୍ରୁଆରି ୧୫ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଉତ୍କଳ ମହିଳା ସମିତି

 ଅନ୍ୟପକ୍ଷରେ ବାଳକାଟି ବଜାର ମଧ୍ୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାର୍ଶ୍ବ, ଭାର୍ଗବୀ ବଜାର ଓ କଲେଜ ରୋଡ୍‌ରେ ରହିଥିବା ବ୍ୟାପକ ଜବରଦଖଲ ଏଯାଏ ଉଚ୍ଛେଦ ଆରମ୍ଭ ହୋଇପାରିନି। ସୂଚନାଯୋଗ୍ୟ, ବାଳକାଟି ବଜାର ରାସ୍ତା ୩ କିମି ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ତେବେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଶେଷ ହୋଇ ନଥିବାରୁ କାର୍ଯ୍ୟ ଆଗକୁ ବଢ଼ି ପାରୁ ନାହିଁ।