କଟକ: ଅଭିଭାବକମାନେ ବିବାହ ସଂପର୍କିତ ନିଷ୍ପତ୍ତି ନେବା ପୂର୍ବରୁ ଏହି ପ୍ରସଙ୍ଗରେ ଝିଅର ସ୍ବୀକୃତି ନେବା ନିଶ୍ଚିତ ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି। ଝିଅ ନିଖୋଜ ଥିବା ଅଭିଯୋଗ ନେଇ ବାପାଙ୍କ ତରଫରୁ ଦାୟର ଏକ ହେବିୟସ୍ କର୍ପସ ପିଟିସନ୍ର ଶୁଣାଣି କରି ହାଇକୋର୍ଟ ଏଭଳି ଉଲ୍ଲେଖ କରିଛନ୍ତି। ବିବାହ କ୍ଷେତ୍ରରେ ଝିଅର ନିଷ୍ପତ୍ତି ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏପରି କୌଣସି ନିଷ୍ପତ୍ତି ଅଭିଭାବକଙ୍କ ଦ୍ବାରା ନିଆଯିବା ପୂର୍ବରୁ ଝିଅର ଅନୁମତି ନିଆଯିବା ଉଚିତ।ଯେତେବେଳେ ଜଣେ ଝିଅ ବିବାହ ପାଇଁ ପ୍ରସ୍ତୁତ ନଥାଏ, ବାହ୍ୟ ବଳ ପ୍ରୟୋଗ କରି ତାଙ୍କୁ ବାହାଦେବା ସୁସ୍ଥ ସମାଜ ପାଇଁ ଅନୁକୂଳ ନୁହେଁ। ଅଭିଭାବକମାନେ ନିଜ ନିଷ୍ପତ୍ତି ପିଲାମାନଙ୍କ ଉପରେ ଲଦି ଦେବାର ଭାବନା ବିରୋଧରେ ପ୍ରଶାସନ ସଚେତନ କରିବା ଆବଶ୍ୟକ। ପ୍ରାପ୍ତ ବୟସ୍କ ଝିଅର ନିଷ୍ପତ୍ତିକୁ ସମ୍ମାନ ଦେବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।
ମାମଲାର ବିଚାର କରି ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ରହୁଥିବା ସ୍ଥାନକୁ ଝିଅ ଯେପରି ସହଜରେ ଫେରି ପାରିବ ଏବଂ ତାଙ୍କ ଜୀବନରେ ଅଭିଭାବକ ଓ ସ୍ବାମୀଙ୍କର କୌଣସି ହସ୍ତକ୍ଷେପ ନ ରହିବ ତାହା ସୁନିଶ୍ଚିତ କରିବାକୁ ହେବ। ରହୁଥିବା ସ୍ଥାନରେ ଝିଅର ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ପ୍ରସଙ୍ଗରେ କୌଣସି ଘଟଣା ନେଇ ରିପୋର୍ଟ ମିଳେ ତେବେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଝିଅକୁ ଉଦ୍ଧାର ପାଇଁ ବାପା ଦାୟର କରିଥିବା ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
GPLF Building: ୧୫କୋଟି ଜିପିଏଲଏଫ କୋଠା ନିର୍ମାଣ ଅଧାରୁ ବନ୍ଦ
ମାମଲାର ବିବରଣୀରୁ ପ୍ରକାଶ ଯେ ନିଖୋଜ ଝିଅକୁ ଉଦ୍ଧାର ପାଇଁ ବାପା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମୋବାଇଲ୍ ନମ୍ବରରୁ ଝିଅକୁ ଠାବ କରି ପୁଲିସ ଯୋଗାଯୋଗ କରିଥିଲା। ଝିଅ ନିଜ ଇଚ୍ଛାରେ ରାଜ୍ୟ ବାହାରକୁ ଯାଇ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ପୁଲିସକୁ ଅବଗତ କରିଥିଲେ। ଏହାପରେ ହାଇକୋର୍ଟ ଝିଅକୁ ବ୍ୟକ୍ତିଗତ ଭାବେ ହାଜର କରାଇବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ଶୁଣାଣି ସମୟରେ ଝିଅଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଥିଲା ଯେ ତାଙ୍କୁ ଜୋରଜବରଦସ୍ତ ବିବାହ କରି ଦିଆଯାଇଥିଲା। ସ୍ବାମୀ କିମ୍ବା ବାପା-ମା’ଙ୍କ ସହିତ ରହିବା ପାଇଁ ସେ ଚାହୁଁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/19/high-court22-2025-12-19-02-11-30.jpg)