ତେଲକୋଇ: କେନ୍ଦୁଝରଜିଲ୍ଲା ତେଲକୋଇ ବ୍ଲକ୍‌ କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ସମାକୋଇ ନଦୀର ତଳମୁଣ୍ଡ ଚକଦରଠାରେ ପ୍ରସ୍ତାବିତ ସମାକୋଇ-ଚକଦର ଜଳସେଚନ ପ୍ରକଳ୍ପକୁ ବନ୍ଦ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ତେଲକୋଇ ବ୍ଲକ୍‌ ଶିରିଗିଡ଼ା ପିଏମ୍‌ଶ୍ରୀ ସରକାରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ମାଝୀ ସଭା ମଞ୍ଚରୁ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ତେଲକୋଇବାସୀ ସ୍ବାଗତ କରିବା ସହିତ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

Family Conflict: କୀଟନାଶକ ପିଇ ଦମ୍ପତି ମୃତ,୫ ବର୍ଷର ଶିଶୁପୁତ୍ର ଗୁରୁତର

ସମାକୋଇ ନଦୀର ଚକଦରଠାରେ ଏହି ପ୍ରକଳ୍ପ ନିର୍ମାଣ ହେଲେ ତେଲକୋଇ ଅଞ୍ଚଳ ଜଳମଗ୍ନ ହେବ। ୧୬ରୁ ଊର୍ଦ୍ଧ୍ବ ଗାଁ କ୍ଷତିଗ୍ରସ୍ତ ହେବ। ତେଲକୋଇ ଅଞ୍ଚଳର ଗୋଟିଏ ଇଞ୍ଚ ବି ଜମି ଜଳସେଚିତ ହେବ ନାହିଁ। ଅନ୍ୟପକ୍ଷରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଓ କଣିହାଁ ଅଞ୍ଚଳର ୯୯୯୦ ହେକ୍ଟର ଜମି ଜଳସେଚିତ ହେବ। ପାଲଲହଡ଼ା ଉପଖଣ୍ଡର ବିରାଳମୁଣ୍ଡା ପରିବର୍ତ୍ତେ ତେଲକୋଇର ଚକଦରଠାରେ ପ୍ରକଳ୍ପ ନିର୍ମାଣ ପାଇଁ ବାରମ୍ବାର ଉଦ୍ୟମ ହେଉଥିବାରୁ ତେଲକୋଇବାସୀ ଏହାକୁ ଚାରି ଦଶନ୍ଧି ଧରି ବିରୋଧ କରି ଆସୁଥିଲେ। ଏହାର ପ୍ରତିବାଦରେ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତେଲକୋଇ ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ପ୍ରଦାନ କରୁଥିବା ବେଳେ ମଞ୍ଚ ନିକଟରେ କିଛି ଯୁବକ ଚକଦର ପ୍ରକଳ୍ପ ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଏହି ପ୍ରକଳ୍ପକୁ ବନ୍ଦ କରାଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେଲକୋଇ ଅଞ୍ଚଳର ଚାଷଜମିକୁ ଜଳସେଚନ ପାଇଁ ଲୋକେ ଯେଉଁଠି ଚାହିଁବେ ସେଠାରେ ପ୍ରକଳ୍ପ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Obscene Dancing In Opera: ଅପେରାର ଅଶ୍ଳୀଳ ନୃତ୍ୟ ଭିଡିଓ ଭାଇରାଲ, ସାଧାରଣରେ ନିନ୍ଦା