କଟକ: ଚୌଦ୍ବାର ସର୍କଲ ଜେଲ୍ର ସେଲ୍ ଭାଙ୍ଗି ଦୁଇ କଏଦୀ ଫେରାର ଘଟଣାର ୫୩ ଦିନ ପରେ ବି ପୁଲିସ ହାତ ଖାଲି। ଜେଲ୍ ଡେଇଁ ଫେରାର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରାଣା ଓ ରାଜା ସାହାଣିଙ୍କ ସଂପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଥିଲେ ବି କୌଣସି ସଫଳତା ମିଳିନାହିଁ। ତେବେ କଏଦୀ ଫେରାର ହେବା ଏବଂ ଧରା ନ ପଡ଼ିବା ପଛରେ ଷଡ୍ଯନ୍ତ୍ର ରହିଥିଲେ ବି ଏ କ୍ଷେତ୍ରରେ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟ ରହିବା ସ୍ଥିତିକୁ ଅଧିକ ଜଟିଳ କଲାଣି। ଏହି ଘଟଣାରେ ମୁଖ୍ୟ ୱାର୍ଡର ଭଗତ ରାମ ଓ ୱାର୍ଡର ସିଦ୍ଧାନ୍ତ ସାହୁଙ୍କୁ ନିଲମ୍ବିତ କରାଯାଇଛି। ଜେଲର୍ ସନ୍ତୋଷିନୀ ଦାଶଙ୍କୁ ବଦଳି କରାଯାଇଛି। ହେଲେ କାହିଁକି ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ନାହିଁ ଏବଂ କାହିଁକି ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯାଉ ନାହିଁ, ତାହା ହିଁ ସନ୍ଦେହର କାରଣ ହୋଇଛି।
Kolkata Highcourt: ୮୦୦ ଟଙ୍କା ପାଇଁ ହତ୍ୟା କରିଥିବା ଅପରାଧୀଙ୍କୁ କ୍ଷମା ଦେଲେନି ହାଇକୋର୍ଟ
Reignition: ବିଜେଡିକୁ ଝଟକା! ନଗରପାଳଙ୍କ ସହିତ ଇସ୍ତଫା ଦେଲେ ୧୩ କାଉନ୍ସିଲର
କଏଦୀ ଫେରାର ସମୟରେ ଚୌଦ୍ବାର ଜେଲ୍ ସୁରକ୍ଷା ବ୍ୟବସ୍ଥା ସହିତ ଜେଲ୍ ବିଭାଗ କେନ୍ଦ୍ରାଞ୍ଚଳ ଡିଆଇଜି ଅନସୂୟା ଜେନା, ଅଧୀକ୍ଷକ ସୁଜିତ କୁମାର ରାଉଳ ଓ ଜେଲର୍ ସନ୍ତୋଷିନୀ ଦାଶ ସଂପୃକ୍ତ ଥିଲେ। ଯେଉଁ ସେଲ୍ରୁ ଦୁଇ କଏଦୀ ଫେରାର ହେଲେ ତାହାର ସୁରକ୍ଷା ଦାୟିତ୍ବରେ ପରକୁ ପର ୱାର୍ଡର ସିଦ୍ଧାନ୍ତ ସାହୁ, ମୁଖ୍ୟ ୱାର୍ଡର ଭଗତ ରାମ, ସେଲ୍ ଇନ୍ଚାର୍ଜ ସୁବାସ ଦ୍ବିବେଦୀ, ନାଇଟ୍ ରାଉଣ୍ଡ ଅଫିସର ଶରତ ନନ୍ଦ ରହିଥିଲେ। ହେଲେ ଏତେ ବଡ଼ ଘଟଣାରେ କେବଳ ୱାର୍ଡର, ମୁଖ୍ୟ ୱାର୍ଡର ଓ ଜେଲର୍ଙ୍କୁ ଦାୟୀ କରି ଦିଆଗଲା? ଅର୍ଥାତ୍ ସେଦିନର ସୁରକ୍ଷା ତ୍ରୁଟିରେ ଅନ୍ୟ କର୍ମଚାରୀ ଅଥବା ଅଧିକାରୀମାନଙ୍କର କୌଣସି ଭୂମିକା ନଥିଲା?
ବିଚିତ୍ର ଘଟଣା ହେଉଛି ଚୌଦ୍ବାର ଜେଲ୍ରେ ଦଶହରା ଆୟୋଜନ ଧୁମ୍ଧାମ୍ରେ ହୁଏ। କାର୍ଯ୍ୟକ୍ରମ ଆୟୋଜନ ପାଇଁ ବାହାରୁ ଅନେକ ସାମଗ୍ରୀ ଅଣାଯାଏ। ସବୁ କଏଦୀଙ୍କୁ ସେଲ୍ ଓ ୱାର୍ଡରୁ ଆଣି ପୂଜାରେ ସାମିଲ ସୁଯୋଗ ଦିଆଯାଏ। ଜେଲ୍ ଡିଆଇଜିଙ୍କ ଅନୁମତିକ୍ରମେ ଏହା ଆୟୋଜନ ହୁଏ। ଚଳିତ ବର୍ଷ ସେପ୍ଟେମ୍ବର ୨୭ରୁ ୨ ତାରିଖ ଯାଏଁ ଜେଲ୍ରେ ଦଶହରା ଆୟୋଜନ ଅନୁମତି ଡିଆଇଜି ଦେଇଥିଲେ। ଏହି ସମୟ ସୁରକ୍ଷା ଦୃଷ୍ଟିରୁ ଅତି ସମ୍ବେଦନଶୀଳ ହୋଇଥିବାରୁ କୌଣସି ଅଧିକାରୀ ଅଥବା କର୍ମଚାରୀଙ୍କୁ ଛୁଟିରେ ଯିବାର ଅନୁମତି ନଥାଏ।
କିନ୍ତୁ ଜେଲ୍ ଡିଆଇଜି ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୨ ଓ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ ସେପ୍ଟେମ୍ବର ୨୭ରୁ ସେପ୍ଟେମ୍ବର ୩୦ ଯାଏଁ ଛୁଟିରେ ଚାଲିଗଲେ। ଯେଉଁ ସମୟରେ ଅଧିକ ସୁରକ୍ଷା ବନ୍ଦୋବସ୍ତ ହେବା କଥା ସେହି ସମୟରେ ଦୁଇ ପ୍ରମୁଖ ଅଧିକାରୀ ପାଖାପାଖି ଏକା ସମୟରେ ଛୁଟିରେ ଚାଲିଯିବା ଭଳି ଘଟଣା ଦେଖିବାକୁ ମିଳିଲା। କେବଳ ସେତିକି ନୁହେଁ, ଅକ୍ଟୋବର ୧ ତାରିଖରେ ଜେଲ୍ ଅଧୀକ୍ଷକ କାର୍ଯ୍ୟରେ ଯୋଗଦେବା କଥା। ହେଲେ ସେ ୧ ଓ ୨ ତାରିଖରେ ଜେଲ୍କୁ କେଉଁ ସମୟରେ ଆସିଛନ୍ତି, କେତେ ସମୟ ରହିଛନ୍ତି, ତାହା ତଦନ୍ତ ସାପେକ୍ଷ। ଅକ୍ଟୋବର ୨ ତାରିଖ ବିଳମ୍ବିତ ରାତିରେ ଦୁଇ କଏଦୀ ଜେଲ୍ରୁ ଫେରାର ହୋଇଗଲେ। ସେହି ସମୟରେ ସୁରକ୍ଷା ଦାୟିତ୍ବରେ ଥିବା ୱାର୍ଡର, ମୁଖ୍ୟ ୱାର୍ଡର, ସେଲ୍ ଇନ୍ଚାର୍ଜ, ନାଇଟ୍ ରାଉଣ୍ଡ ଅଫିସର କେଉଁଠି ଥିଲେ? ଏହା ବି ତଦନ୍ତ ସାପେକ୍ଷ। ଅକ୍ଟୋବର ୩ ସକାଳେ କଏଦୀ ଫେରାର ସଂପର୍କରେ ଖବର ମିଳିଲା। ଚୌଦ୍ବାର ଥାନା ପୁଲିସ, ଏସିପି ପହଞ୍ଚିଲେ। କିନ୍ତୁ ଜେଲ୍ ଅଧୀକ୍ଷକ କେଉଁ ସମୟରେ ଜେଲ୍ରେ ପହଞ୍ଚିଲେ, ତାହାକୁ ନେଇ ସେତେବେଳେ ପୁଲିସ ପ୍ରଶ୍ନ ଉଠାଇଥିଲା। ଏତେ ସବୁ ପ୍ରଶ୍ନ ମୁଣ୍ଡ ଟେକୁଥିଲେ ବି ଏଯାଏଁ ଉଚ୍ଚସ୍ତରୀୟ ତଦନ୍ତ ନହେବା ଏବଂ ବରିଷ୍ଠ ଅଧିକାରୀଙ୍କୁ ଦୋଷମୁକ୍ତ କରି ଦିଆଯିବା ପୂରା ଘଟଣାକୁ ରହସ୍ୟମୟ କରୁଛି। ଦୁଇ କଏଦୀ ଫେରାର ହୋଇଛନ୍ତି ନା ଯୋଜନାବଦ୍ଧ ଭାବେ ସେମାନଙ୍କୁ ଫେରାର କରାଯାଇଛି, ସେ ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସରକାର କୁନ୍ଥକୁନ୍ଥ କାହିଁକି?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/24/jail-2025-06-24-01-57-26.jpg)