Advertisment

Charbatia Gandhi Ghat: ଐତିହାସିକ ଚାରବାଟିଆ ଗାନ୍ଧୀଘାଟ ଅବହେଳିତ

Advertisment

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ବାଲିମେଦ ପଞ୍ଚାୟତ ଅନ୍ତର୍ଗତ ମନ୍ତେଇ ନଦୀକୂଳରେ ଥିବା ଐତିହାସିକ ଚାରବାଟିଆ ଗାନ୍ଧୀଘାଟ ଏବେ ଅବହେଳିତ। ଭଦ୍ରକ-ଚାନ୍ଦବାଲି ରାସ୍ତାର ତିହିଡ଼ି ବ୍ଲକ୍‌ ପୀରହାଟଠାରୁ ୮ କିମି ଗଲାପରେ ସାହାପୁର ପଞ୍ଚାୟତ ନିକଟରେ ରହିଛି ଚାରବାଟିଆ ଘାଟ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ବାଲିମେଦ ପଞ୍ଚାୟତ ଅନ୍ତର୍ଗତ ମନ୍ତେଇ ନଦୀକୂଳରେ ଥିବା ଐତିହାସିକ ଚାରବାଟିଆ ଗାନ୍ଧୀଘାଟ ଏବେ ଅବହେଳିତ। ଭଦ୍ରକ-ଚାନ୍ଦବାଲି ରାସ୍ତାର ତିହିଡ଼ି ବ୍ଲକ୍‌ ପୀରହାଟଠାରୁ ୮ କିମି ଗଲାପରେ ସାହାପୁର ପଞ୍ଚାୟତ ନିକଟରେ ରହିଛି ଚାରବାଟିଆ ଘାଟ।

dagadgczv

ହରିହର ନାୟକ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ବାଲିମେଦ ପଞ୍ଚାୟତ ଅନ୍ତର୍ଗତ ମନ୍ତେଇ ନଦୀକୂଳରେ ଥିବା ଐତିହାସିକ ଚାରବାଟିଆ ଗାନ୍ଧୀଘାଟ ଏବେ ଅବହେଳିତ। ଭଦ୍ରକ-ଚାନ୍ଦବାଲି ରାସ୍ତାର ତିହିଡ଼ି ବ୍ଲକ୍‌ ପୀରହାଟଠାରୁ ୮ କିମି ଗଲାପରେ ସାହାପୁର ପଞ୍ଚାୟତ ନିକଟରେ ରହିଛି ଚାରବାଟିଆ ଘାଟ। ୧୮୨୭ ଡିସେମ୍ବର ୧୭ ତାରିଖରେ ମହାତ୍ମା ଗାନ୍ଧୀ ମାଳମାଳ କୁମ୍ଭୀର ଆତଙ୍କ ଭିତରେ ଏହି ଘାଟ ପାର ହୋଇଥିଲେ। ସେତେବେଳେ ଇଂରେଜମାନେ ଏହି ଅଞ୍ଚଳରେ ଅଧିକ କର ଲାଗୁ କରିଥିବାରୁ ଗାନ୍ଧୀଜୀ ଏହି ଅଞ୍ଚଳ ବୁଲିବା ସହ ଅସହାୟ ଲୋକଙ୍କର ସମସ୍ୟା ବୁଝିଥିଲେ। ଯେଉଁ ମାଟିରେ ଦିନେ ଜାତିର ପିତାଙ୍କ ପାଦ ପଡ଼ିଥିଲା ତାହା ଆଜି ଅବହେଳିତ ହୋଇ ରହିଛି।  ଏହି ଘାଟକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିନାହିଁ। କେବଳ କଂଗ୍ରେସ ସରକାର ସମୟରେ ତତ୍କାଳୀନ ଚାନ୍ଦବାଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କ ଉଦ୍ୟମରେ ଗାନ୍ଧୀଙ୍କର ପ୍ରତିମୂର୍ତ୍ତିଟିଏ କରାଯାଇଥିଲା। ଏହାବାଦ୍‌ ଗାନ୍ଧୀଜୀଙ୍କ ସ୍ମୃତିରକ୍ଷା ପାଇଁ ଏଠାରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

Indian Navy: ବଙ୍ଗୋପସାଗରରେ ସରିଲା ଭାରତୀୟ ନୌସେନାର ସମରାଭ୍ୟାସ

ରାଜ୍ୟ କିମ୍ବା କେନ୍ଦ୍ର ସରକାର ଏହି ଐତିହାସିକ ପୀଠକୁ ଆଦୌ ଗୁରୁତ୍ବ ଦେଉ ନ ଥିବା ଅଭିଯୋଗ ହୋଇଛି।  ସ୍ଥାନୀୟ ଲୋକଙ୍କ କହିବାନୁସାରେ,  ଚାରବାଟିଆ ଘାଟ ଦେଇ ତିହିଡ଼ିରୁ ବାସୁଦେବପୁର ବ୍ଲକକୁ ଶହଶହ ଲୋକ ଯାତାୟାତ କରୁଥିଲେ ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନି। ଏଠାରେ ସେତୁ ନିର୍ମାଣ କାମ ଦୁଇବର୍ଷ ହେଲା ଦୁଇଟି ଖମ୍ବରେ ଅଟକିଛି। ଆହୁରି ୩ଟି ଖମ୍ବ କାମ ବାକି ରହିଛି। ସେହିପରି, ଏଠାରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠ ପ୍ରତିଷ୍ଠା ସହ ପାର୍କ, ପାନ୍ଥ ନିବାସ, ଯାତ୍ରୀ ବିଶ୍ରାମାଗାର, ଆଲୋକୀକରଣ ବ୍ୟବସ୍ଥା, ତିହିଡ଼ି-ବାସୁଦେବପୁର ରାସ୍ତା ପ୍ରଶସ୍ତୀକରଣ, ପାଠାଗାର ପ୍ରତିଷ୍ଠା ପାଇଁ ଦାବି ହେଉଛି। ଏହା ସହ ଗାନ୍ଧୀ, ଗୋପବନ୍ଧୁ, ମହତାବଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଏହି ଐତିହାସିକ ପୀଠର ବିକାଶ ପାଇଁ ମତ ପ୍ରକାଶ ପାଉଛି।

Road: ନାଲିଫିତା ତଳେ ଘୁ.ଉଦୟଗିରି ବାଇପାସ ରାସ୍ତା ନିର୍ମାଣ ସରକାରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe