The life of Pabitra Mohan: ପବିତ୍ର ମୋହନଙ୍କ ଜୀବନୀ ନ୍ୟାୟ ଓ ଅଧିକାରର ଲଢ଼େଇ ପାଇଁ ପ୍ରେରଣା ଯୋଗାଇବ: ରାଜ୍ୟପାଳ

Advertisment

ପ୍ରକୃତ ମହାନତା ସେବା, ତ୍ୟାଗ ଓ ଚରିତ୍ରରେ ରହିଛି। ଏହା ପବିତ୍ର ମୋହନ ପ୍ରଧାନଙ୍କ ଜୀବନୀ ସ୍ମରଣ କରାଇଦିଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପବିତ୍ରନଗରଠାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ....

ପ୍ରକୃତ ମହାନତା ସେବା, ତ୍ୟାଗ ଓ ଚରିତ୍ରରେ ରହିଛି। ଏହା ପବିତ୍ର ମୋହନ ପ୍ରଧାନଙ୍କ ଜୀବନୀ ସ୍ମରଣ କରାଇଦିଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପବିତ୍ରନଗରଠାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ....

sfhfshfxbvbv

କଣିହାଁ/ପବିତ୍ରନଗର: ପ୍ରକୃତ ମହାନତା ସେବା, ତ୍ୟାଗ ଓ ଚରିତ୍ରରେ ରହିଛି। ଏହା ପବିତ୍ର ମୋହନ ପ୍ରଧାନଙ୍କ ଜୀବନୀ ସ୍ମରଣ କରାଇଦିଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପବିତ୍ରନଗରଠାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ରାଜ୍ୟସ୍ତରୀୟ ୧୧୮ତମ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସଂଗ୍ରହାଳୟ ଲୋକାର୍ପଣ କରି ରାଜ୍ୟପାଳ ପବିତ୍ର ମୋହନଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ।

Peace Talk: ‘ନା’ କହିବାରେ ତେହେରାନର ଶକ୍ତି ନିହିତ: ଅରାଘଚି

ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ରାଜ୍ୟପାଳ କହିଥିଲେ, ଏହି ମାଟି ତ୍ୟାଗ, ସାହସ ଓ ବିବେକର ଭୂମି। ଏହି ଭୂମି ଓଡ଼ିଶାର ବୀରପୁତ୍ର ପବିତ୍ର ମୋହନ ପ୍ରଧାନଙ୍କୁ ଜନ୍ମ ଦେଇଥିଲା, ଯାହାଙ୍କ ଜୀବନ ପିଢ଼ି ପରେ ପିଢ଼ିକୁ ନ୍ୟାୟ, ମର୍ଯ୍ୟାଦା ଏବଂ ସାଧାରଣ ଲୋକଙ୍କ ଅଧିକାର ପାଇଁ ଲଢ଼ିବାକୁ ପ୍ରେରଣା ଯୋଗାଇବ। ଏହି ପ୍ରତିମୂର୍ତ୍ତି ଓ ସଂଗ୍ରହାଳୟ କେବଳ ପଥର ଓ ଇଟାର ଗଠନ ନୁହେଁ, ବରଂ ଏହା ସମାଜର ସେବା, ସ୍ୱାଧୀନତା ଏବଂ ଗରିବ ତଥା ଦୁର୍ବଳଙ୍କ ଉନ୍ନତି ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଏକ ମହାନ ଜୀବନର ଜୀବନ୍ତ ପ୍ରତୀକ। ଏହି ଅନୁଷ୍ଠାନଗୁଡ଼ିକ ମାଧ୍ୟମରେ ଭବିଷ୍ୟତ ପିଢ଼ି କେବଳ ଇତିହାସ ବିଷୟରେ ନୁହେଁ, ବରଂ ସାହସ, ତ୍ୟାଗ, ସଚ୍ଚୋଟତା ଏବଂ ଜନସେବା ଭଳି ମୂଲ୍ୟବୋଧ ବିଷୟରେ ମଧ୍ୟ ଶିଖିବେ ବୋଲି ରାଜ୍ୟପାଳ କହିଥିଲେ। ଲୋକଙ୍କ ମର୍ଯ୍ୟାଦା ଓ ଅଧିକାର ପାଇଁ ସେ ଗଡ଼ଜାତ ଶାସକଙ୍କ ଅତ୍ୟାଚାର ବିରୋଧରେ ଐତିହାସିକ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ତାଙ୍କର ସାହସ ଓ ପ୍ରତିବଦ୍ଧତା ସାରା ଦେଶ ପାଇଁ ପ୍ରତିରୋଧ ଓ ଆଶାର ବତିଘର ସାଜିଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ଏହି ମାଟିର ପୁଅ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ତାଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷାନୀତି ମାଧ୍ୟମରେ ଶିକ୍ଷାକ୍ଷେତ୍ରରେ ଏକ ଐତିହାସିକ ପରିବର୍ତ୍ତନ ହେଉଥିବା ରାଜ୍ୟପାଳ କହିଥିଲେ। 

Indrabati: ଇନ୍ଦ୍ରାବତୀ ଜଳଭଣ୍ଡାର ଅବବାହିକାରେ ନିର୍ମାଣାଧୀନ ପୋଲର ଅଗ୍ରଗତି ମାଗିଲେ ମୁଖ୍ୟଯନ୍ତ୍ରୀ

ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କୁ ଏ ମାଟିର ଗର୍ବ, ଗୌରବ ଓ ସ୍ୱାଭିମାନର ପ୍ରତୀକ ଭାବେ ଅବତାରଣା କରି ସର୍ବଦା ସେ ପ୍ରେରଣାର ଉତ୍ସ ହୋଇ ରହିଥିବେ ବୋଲି କହିଥିଲେ। ପବିତ୍ର ମୋହନଙ୍କ ସଂଗ୍ରାମୀ ଜୀବନ ଓ ରାଜନୈତିକ ଜୀବନ ଉପରେ ଆଲୋକପାତ କରିବା ସହ ଶିକ୍ଷାର ଉନ୍ନତି ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ  ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହୋଇ ଅଞ୍ଚଳର ଗୌରବ ବର୍ଦ୍ଧନ କରିବାକୁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଓ ଜିଲ୍ଲାପାଳ ଅବ୍‌ଦାଲ ଅଖତାର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯକ୍ରମ ଅବସରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe