Rice: ମଣ୍ଡିରୁ ଉଠୁନି ଧାନ, ମିଲର୍‌ଙ୍କ ମନମାନି: ରାସ୍ତାରେ ଯୋଗାଣ ମନ୍ତ୍ରୀଙ୍କୁ ଅଟକାଇଲେ ଚାଷୀ

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଅନ୍ତର୍ଗତ ତରାସ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀମାନେ ଖୋଲା ଆକାଶ ତଳେ ଧାନ ପକାଇ ରଖିଛନ୍ତି। ମାତ୍ର ମିଲର୍‌ ଧାନ ନେବାକୁ ଆସୁ ନାହାନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଅନ୍ତର୍ଗତ ତରାସ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀମାନେ ଖୋଲା ଆକାଶ ତଳେ ଧାନ ପକାଇ ରଖିଛନ୍ତି। ମାତ୍ର ମିଲର୍‌ ଧାନ ନେବାକୁ ଆସୁ ନାହାନ୍ତି।

fhfhhfssfhsfh

ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଅନ୍ତର୍ଗତ ତରାସ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀମାନେ ଖୋଲା ଆକାଶ ତଳେ ଧାନ ପକାଇ ରଖିଛନ୍ତି। ମାତ୍ର ମିଲର୍‌ ଧାନ ନେବାକୁ ଆସୁ ନାହାନ୍ତି। ବସ୍ତାକୁ କାଟି ମୂଷା ଧାନ ଖାଇଗଲେଣି। ଏଥିସହ ଧାନ ବସ୍ତା ପ୍ରତି ୫ କେଜି ମିଲର୍‌ କାଟି ନେଉଥିଲା ବେଳେ ଗୁହାରି ସତ୍ତ୍ବେ ପ୍ରଶାସନ ଶୁଣୁ ନାହିଁ। ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଆଗରେ ସମିତିର ଚାଷୀମାନେ ଏଭଳି ଅଭିଯୋଗ କରିଛନ୍ତି।

CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ବରାଡ଼ିଆ ପଞ୍ଚାୟତ ଯାଉଥିଲା ବେଳେ ତରାସ ସମିତି ଆଗରେ ଚାଷୀମାନେ ତାଙ୍କୁ ଅଟକାଇ ଧାନମଣ୍ଡିରେ ଦେଖାଦେଉଥିବା ସମସ୍ୟା ସମ୍ପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନେ ଅଭିଯୋଗ କରିଥିଲେ, ତରାସ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ଧାନ ରଖି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମିଲର୍‌ ଆସୁ ନ ଥିବାରୁ ଶହଶହ ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ିରହିଛି। ଏହି ସମିତିରେ ଧାନ ଦେବା ପାଇଁ ୧୧୧ ଚାଷୀଙ୍କର ଟୋକନ୍‌ ଆସିଛି। ପ୍ରଥମ ପର୍ଯ୍ୟାୟରେ ୭୦ ଜଣ ଚାଷୀଙ୍କ ନିମନ୍ତେ ଜାନୁଆରି ୧୦ ତାରିଖରୁ ଫେବ୍ରୁଆରି ୮ ତାରିଖ ମଧ୍ୟରେ ୨୬୦୦ କ୍ବିଣ୍ଟାଲ୍‌ ଆବଶ୍ୟକ ଥିଲା ବେଳେ କେବଳ ୭୯୨ କ୍ବିଣ୍ଟାଲ୍‌ ଧାନ ଟାର୍ଗେଟ୍‌ ଆସିଛି। ଏଭଳି ସ୍ଥିତିରେ ମିଲର୍‌ ଗୋଟିଏ ଗାଡ଼ି ଧାନ ନେଇ ଆଉ ଆସୁନାହିଁ। ଏଥିସହ ପ୍ରତି ବସ୍ତାରୁ ୫ କେଜି ଲେଖାଏଁ ଧାନ କାଟି ନିଆଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ।

Mohan Charan Majhi: ଗଂଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଭେଟି ଦେଲେ ରାଜ୍ୟ ସରକାର

ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଅଖା ଦେବାର ବ୍ୟବସ୍ଥା ଥିଲା ବେଳେ ମିଲର୍‌ ଚାଷୀମାନଙ୍କ ଅଖା ନେଇ ମଧ୍ୟ ଟଙ୍କା ଦେଉନାହିଁ ବୋଲି ଚାଷୀମାନେ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଶୁଭ୍ରଜିତ୍‌ ବିଶ୍ୱାଳ, ବିକ୍ରମ ମଲିକ, ଅକ୍ଷୟ ରାଉତ, ପ୍ରଭାତ ନାୟକ, ପ୍ରଦୀପ ରାଉତ, ବିକାଶରଞ୍ଜନ ନାୟକ, ଭାଗୀରଥୀ ନାୟକ, ଧନେଶ୍ୱର ନାୟକ, ସୁବାସ ବେହେରା, ସୁଶାନ୍ତ ବାରିକ, ବିଜୟ ନାୟକ, ସଞ୍ଜୟ ବିଶ୍ୱାଳ, ମନୋଜ ଜେନା ପ୍ରମୁଖ ଶତାଧିକ ଚାଷୀ ମନ୍ତ୍ରୀଙ୍କୁ ଅଟକାଇ ଏଭଳି ଅଭିଯୋଗ କରିବା ସହିତ ସାତଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମିତି ସହ ବ୍ଲକ୍‌ର ଅନ୍ୟ ୧୬ଟି ସମିତିରେ ଚାଷୀମାନେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ। ଏଭଳି କାର୍ଯ୍ୟ କରୁଥିବା ମିଲର୍‌ଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ତୁରନ୍ତ ଧାନ ଉଠାଇବା ବ୍ୟବସ୍ଥା ସହ ଅଧିକ ଟାର୍ଗେଟ୍‌ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe