କଟକ/ସିଡିଏ: ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ମୃତ୍ୟୁ ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ହ୍ୟୁମାନ୍ଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ତାଙ୍କ ମା’ ସେଫାଳି ସୁମନ୍ ମର୍କତନଗର ଥାନାରେ ଏତଲା ଦେଇଛନ୍ତି। ୯ ଜଣ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଏତଲାରେ ଦର୍ଶାଯାଇଛି। ଏଥିରେ ହ୍ୟୁମାନ୍ଙ୍କ ପତ୍ନୀ, ଜଣେ କଣ୍ଠଶିଳ୍ପୀ ଓ ମ୍ୟାନେଜର୍ ରହିଛନ୍ତି। ତେବେ ପୁଲିସ ଏହି ଘଟଣାରେ ବିଏନ୍ଏସ୍ର ଧାରା ୩୫୬(୨), ୩୧୮(୪), ୧୧୫(୨), ୩୫୧(୨), ୬୧(୨)(ବି), ୩(୫)ରେ ଏକ ମାମଲା(କେସ୍ ନଂ ୨୫୯) ରୁଜୁ କରିଥିବା ବେଳେ ନିଜେ ମର୍କତନଗର ଥାନା ଆଇଆଇସି ସତ୍ୟବ୍ରତ ଭୂତିଆ ତଦନ୍ତକାରୀ ଅଧିକାରୀ ଅଛନ୍ତି। ଅନ୍ୟପଟେ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା(୧୬୮/୨୫)ରୁଜୁ କରିଥିବା ଥାନା ଆଇଆଇସି ଶ୍ରୀ ଭୂତିଆ ସୂଚନା ଦେଇଛନ୍ତି।
NIA : ଜମ୍ମୁ ଏନଆଇଏ କାର୍ଯ୍ୟାଳୟ ନିକଟରୁ ମିଳିଲା ରାଇଫଲର ଟେଲିସ୍କୋପ୍
୯ ଜଣଙ୍କ ବିରୋଧରେ ମାମଲା ରୁଜୁ
ତାଲିକାରେ ବୋହୂ ଶ୍ରେୟା, କଣ୍ଠଶିଳ୍ପୀ ଅର୍ପିତା, ମ୍ୟାନେଜର ଦିନେଶ
ହ୍ୟୁମାନ୍ ସାଗରଙ୍କ ମା’ ସେଫାଳି ସୁମନ୍ ମର୍କତନଗର ଥାନାରେ ରବିବାର ଲିଖିତ ଅଭିଯୋଗ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ହ୍ୟୁମାନ୍ଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା, ଏଯାଏଁ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ମୃତ୍ୟୁ ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ଯଥା ବିଷକ୍ରିୟା କିମ୍ବା ନିଶା ଦେବା, ଶାରୀରିକ ଆଘାତ, ପ୍ରରୋଚନା, ମାନସିକ ନିର୍ଯାତନା, ଧମକ, ଚାପ, ଷଡ୍ଯନ୍ତ୍ର କିମ୍ବା ଆର୍ଥିକ କାରବାର ଥିଲା କି ନାହିଁ, ଏନେଇ ତଦନ୍ତ କରିବାକୁ ପୁଲିସକୁ ଅନୁରୋଧ କରିଛନ୍ତି। ହ୍ୟୁମାନ୍ଙ୍କ କଟକ ଭଡ଼ାଘର ସିସି କ୍ୟାମେରାର ଗଲା ୬୦ ଦିନର ଭିଡିଓ ଜବତ ସହିତ ତାଙ୍କ ନିକଟକୁ ଆସୁଥିବା ବ୍ୟକ୍ତିଙ୍କ ତଥ୍ୟ, ତାଙ୍କ ମୋବାଇଲ୍, ଲାପଟପ୍, ଟାବଲେଟ୍, ସିମ୍କାର୍ଡ, ଷ୍ଟୋରେଜ ଡିଭାଇସ, ମୋବାଇଲ ସିଡିଆର୍, ହ୍ବାଟସ୍ଆପ୍ ଚାଟ୍, ଏସ୍ଏମ୍ଏସ୍, ଇମେଲ, ସୋସିଆଲ୍ ମିଡିଆ ମ୍ୟାସେଜ ଯାଞ୍ଚ, କଲ୍ ରେକର୍ଡିଂ, ଭଏସ୍ ମେଲ୍ କିମ୍ବା ଅଡିଓ ଓ ଭିଡିଓ କମ୍ୟୁନିକେସନ୍ ଯାଞ୍ଚ କରିବାକୁ କୁହାଯାଇଛି। ହ୍ୟୁମାନ୍ଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ ସହିତ ସମସ୍ତ ନିବେଶ ଯାଞ୍ଚ କରିବାକୁ ଦର୍ଶାଯାଇଛି।
ହ୍ୟୁମାନ୍ଙ୍କ ସମସ୍ତ ଡାକ୍ତରୀ ଚିକିତ୍ସା ସଂକ୍ରାନ୍ତ ତଥ୍ୟ ଯାଞ୍ଚ କରିବାକୁ ଦାବି ହୋଇଛି। ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ବାରମ୍ବାର ଅଭିଯୋଗ ଆଣିଥିଲେ। ଏଭଳି ଭିତ୍ତିହୀନ ଅଭିଯୋଗ ଯୋଗୁଁ ମାନସିକସ୍ତରରେ ଉଭୟ ହ୍ୟୁମାନ୍ ଓ ସେଫାଳି ପ୍ରଭାବିତ ହୋଇଥିଲେ। ହ୍ୟୁମାନ୍ଙ୍କ ଝିଅଙ୍କୁ ଭେଟିବାର ସୁଯୋଗରୁ ଉଭୟଙ୍କୁ ବଞ୍ଚିତ କରାଯାଉଥିଲା। ଗଲା ୩ରୁ ୪ ବର୍ଷ ଭିତରେ ହ୍ୟୁମାନଙ୍କ ନିକଟତର ହୋଇଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହିତ ହ୍ୟୁମାନ୍ଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର ସଦସ୍ୟ, ଡାକ୍ତର ଶୁଭେନ୍ଦୁ ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ସୋମେଶ ଶତପଥୀ, ଦିନେଶ ବେହେରା, ମହମ୍ମଦ ଅବିତ(ବବଲୁ), ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଏତଲାରେ ଦର୍ଶାଇଛନ୍ତି। ଅର୍ପିତାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ସୋମେଶଙ୍କ ସହ ସମ୍ପର୍କ, ଭୁବନେଶ୍ବରରେ ଥିବା ଅଡିଓ ଷ୍ଟୁଡିଓର ଆର୍ଥିକ କାରବାର ଯାଞ୍ଚ କରିବାକୁ ଦାବି ହୋଇଛି। ଏତଲାର ନକଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ପଠାଯାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/22/dagdagdvzvc-2025-12-22-02-36-43.jpg)