ଅନୁଗୁଳ: ଅନୁଗୁଳଜିଲ୍ଲା ସାତକୋଶିଆର ମହାନଦୀ ଗଣ୍ଡରେ ବଢ଼ିଛି କୁମ୍ଭୀର ସଂଖ୍ୟା। ଗତବର୍ଷ ତୁଳନାରେ ଉଭୟ ଘଡ଼ିଆଳ ଓ ମଗର ସଂଖ୍ୟା ବୃଦ୍ଧି ପାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ମହାନଦୀ ଗଣ୍ଡର ଉତ୍ତମ ବାତାବରଣ କୁମ୍ଭୀର ସଂଖ୍ୟା ବଢ଼ିବାର କାରଣ ବୋଲି କୁହାଯାଇଛି। ଚଳିତ ମାସ ୬ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହୋଇଥିଲା। ସାତକୋଶିଆ ମହାନଦୀ ଗଣ୍ଡର ପ୍ରାୟ ୨୨ କିମି ପର୍ଯ୍ୟନ୍ତ ଏହି ଗଣନା ହୋଇଥିଲା। ଏଥିପାଇଁ ୧୪ଟି ଟିମ୍ ଗଠନ ହୋଇଥିଲା।
Cricket: ଆଜି ୟୁନିଲାଇଟ୍ କପ୍ ଫାଇନାଲ୍: ବିଜେଇଏମ୍ ବନାମ ଡିଏଭି ଚନ୍ଦ୍ରଶେଖରପୁର
ପ୍ରାୟ ୭୦ ଜଣ ବନ କର୍ମଚାରୀ, ଗବେଷକ ଏଥିରେ ସାମିଲ ଥିଲେ। ଚଳିତ ବର୍ଷ ମହାନଦୀ ଗଣ୍ଡରେ ୮୮ଟି ମଗର ଥିବା ବେଳେ ୨୨ଟି ବିଲୁପ୍ତ ପ୍ରାୟ ଘଡ଼ିଆଳ କୁମ୍ଭୀର ରହିଥିବା ଜଣାପଡ଼ିଛି। ମୋଟ ୧୦୨ଟି କୁମ୍ଭୀର ଠାବ କରାଯାଇଛି। ଗତବର୍ଷ ଏହି ଗଣ୍ଡରେ ୭୫ଟି କୁମ୍ଭୀର ରହିଥିଲେ। ସେମାନଙ୍କ ମଧ୍ୟରେ ୫୯ଟି ମଗର ଓ ୧୬ଟି ଘଡ଼ିଆଳ ରହିଥିଲେ। ସୂଚନାଯୋଗ୍ୟ ଯେ ୨୦୨୩ ମସିହାରେ ମୋଟ ୯୦ କୁମ୍ଭୀର ଓ ୨୦୨୪ ମସିହାରେ ୧୧୧ଟି କୁମ୍ଭୀର ମହାନଦୀ ଗଣ୍ଡରେ ଠାବ ହୋଇଥିଲେ।
Weekly Horoscope 2026 Feb 1 To Feb 7: ଜାଣନ୍ତୁ ଏ ସପ୍ତାହର ରାଶିଫଳ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/01/sfsfscxxc-2026-02-01-01-38-57.jpg)