The river has dried up: ଶୁଖିଲା ପଡ଼ିଛି ସାଳନ୍ଦୀ: ନଦୀବନ୍ଧ ନିର୍ମାଣ ଓ ସୌନ୍ଦର୍ଯ୍ୟୀକରଣକୁ ଅଣଦେଖା, ଆଖୁ ଓ ପରିବା ଚାଷ ପାଇଁ ପାଣି ନିଅଣ୍ଟ

Advertisment

ଭଦ୍ରକ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଚିରସ୍ରୋତା ‘ସାଳନ୍ଦୀ ନଦୀ’ ଏବେ ଶୁଖିଗଲାଣି। ଏକଦା ସାଳନ୍ଦୀ ନଦୀର ପାଣି ହିଁ ଜିଲ୍ଲାର କୃଷିକ୍ଷେତ୍ରକୁ ବଞ୍ଚାଇ ରଖିଥିଲା। ଏବେ ଜାନୁଆରି ଆରମ୍ଭରୁ ନଦୀ ଶୁଖିଯିବାରୁ ଆଖୁ ଓ ପନିପରିବା ଚାଷ ପାଇଁ ଜଳ ନିଅଣ୍ଟ ହେଉଛି।

ଭଦ୍ରକ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଚିରସ୍ରୋତା ‘ସାଳନ୍ଦୀ ନଦୀ’ ଏବେ ଶୁଖିଗଲାଣି। ଏକଦା ସାଳନ୍ଦୀ ନଦୀର ପାଣି ହିଁ ଜିଲ୍ଲାର କୃଷିକ୍ଷେତ୍ରକୁ ବଞ୍ଚାଇ ରଖିଥିଲା। ଏବେ ଜାନୁଆରି ଆରମ୍ଭରୁ ନଦୀ ଶୁଖିଯିବାରୁ ଆଖୁ ଓ ପନିପରିବା ଚାଷ ପାଇଁ ଜଳ ନିଅଣ୍ଟ ହେଉଛି।

dagdadgazvc

ଭଦ୍ରକ: ଭଦ୍ରକ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଚିରସ୍ରୋତା ‘ସାଳନ୍ଦୀ ନଦୀ’ ଏବେ ଶୁଖିଗଲାଣି। ଏକଦା ସାଳନ୍ଦୀ ନଦୀର ପାଣି ହିଁ ଜିଲ୍ଲାର କୃଷିକ୍ଷେତ୍ରକୁ ବଞ୍ଚାଇ ରଖିଥିଲା। ଏବେ ଜାନୁଆରି ଆରମ୍ଭରୁ ନଦୀ ଶୁଖିଯିବାରୁ ଆଖୁ ଓ ପନିପରିବା ଚାଷ ପାଇଁ ଜଳ ନିଅଣ୍ଟ ହେଉଛି। ସୂଚନା ମୁତାବକ, ଶିମିଳିପାଳ ଅଞ୍ଚଳରେ ଥିବା ମେଘାସନୀ ପାହାଡ଼ରୁ ବାହାରିଥିବା ସାଳନ୍ଦୀ କେନ୍ଦୁଝର, ଭଦ୍ରକ ଜିଲ୍ଲା ମଧ୍ୟଦେଇ ପ୍ରାୟ ୧୪୪ କିମି ପ୍ରବାହିତ ହୋଇଛି। ଏହି ନଦୀରେ ହଦଗଡ଼ଠାରେ ଡ୍ୟାମ୍‌ ନିର୍ମାଣ ଯୋଗୁ ଭଦ୍ରକ, କେନ୍ଦୁଝର ସମେତ ବାଲେଶ୍ୱର ଜିଲ୍ଲାର ପ୍ରାୟ ୮ଟି ବ୍ଲକ୍‌ର ଜମି ଜଳସେଚିତ ହେଉଛି।

T20 WC : ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହେବ କି ବାଂଲାଦେଶର ମ୍ୟାଚ ?

ମାତ୍ର କେତେକ ଶିଳ୍ପ ସଂସ୍ଥା ବେଆଇନ ଭାବେ ସାଳନ୍ଦୀ ନଦୀରୁ ପାଣି ନେଉଥିବାରୁ ଜାନୁଆରି ଆରମ୍ଭରୁ ଶୁଖିଗଲାଣି। ଧାନକଟା ଶେଷ ପରେ ନଦୀକୂଳରେ ବନ୍ତ, ତିହିଡ଼ି ଓ ଚାନ୍ଦବାଲି ବ୍ଲକ୍‌ର ବହୁଚାଷୀ ଆଖୁ, ଧାନ, ମୁଗ ସମେତ ପନିପରିବା ଚାଷ କରନ୍ତି। ଅନୁରୂପ ଭାବେ ଉକ୍ତ ନଦୀର ପାଣି କେନାଲରେ ଯିବା ପରେ ବାଲେଶ୍ବର ଜିଲ୍ଲାର ଖଇରା ଓ ସିମୁଳିଆ ବ୍ଲକ୍‌ରେ ରବି ଫସଲ ହୋଇଥାଏ। କିନ୍ତୁ ଏବେ ଚାଷ ପାଇଁ ସାଳନ୍ଦୀ ପାଣି ନିଅଣ୍ଟ ହେଉଛି।

Health: ପୁଣି ଦେଢ଼ମାସ ଧରି ଅଚଳ ଓମ୍ବାଡ୍ସି ଆମ୍ବୁଲାନ୍ସ: ୧୧୦ ଦିନରେ ୯୦ ଦିନ ବନ୍ଦ୍ ହେଲାଣି

ଅଧିକାଂଶ ସ୍ଥାନରେ ସାଳନ୍ଦୀ ନଦୀର ଗର୍ଭ ପୋତି ହୋଇଗଲାଣି। ଫଳରେ ଜଳଧାରଣ କ୍ଷମତା କମିଗଲାଣି। ସାଳନ୍ଦୀରୁ ଦଳ ସଫା କରାଯାଉ ନଥିବାରୁ ଜଳସ୍ରୋତରେ ବାଧା ଉପୁଜୁଛି। ନଦୀର ଆଡ଼ିବନ୍ଧ ସୁଦୃଢ଼ ନଥିବା ବେଳେ କେତେକ ସ୍ଥାନରେ ଏହା ଜବରଦଖଲକାରୀଙ୍କ କବଳରେ ରହିଛି। ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟିରେ ରଖି ସାଳନ୍ଦୀ ନଦୀ ସଂସ୍କାର ସହ ତୁରନ୍ତ ଆଡ଼ିବନ୍ଧ ନିର୍ମାଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe