The sana wanted suspension: ସନା‌ ଚାହୁଥିଲେ ନିଲମ୍ବନ! ମାଟି ଓ ମୋହନଙ୍କ ସହିତ ରହିବାକୁ ସ୍ପଷ୍ଟ କରିଥିଲେ

Advertisment

ବିଜେଡିର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ନିଲମ୍ବନ ଚାହୁଥିଲେ। ଥରେ ନୁହେଁ କି ଦୁଇଥର, ଏକାଧିକଥର ଏହି କଥା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସେ ସ୍ପଷ୍ଟ କରିଥିଲେ। ଦୁଇଦିନ ତଳେ ତାଙ୍କ ବାର୍ତ୍ତା ଆହୁରି ସ୍ପଷ୍ଟ ଥିଲା।

ବିଜେଡିର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ନିଲମ୍ବନ ଚାହୁଥିଲେ। ଥରେ ନୁହେଁ କି ଦୁଇଥର, ଏକାଧିକଥର ଏହି କଥା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସେ ସ୍ପଷ୍ଟ କରିଥିଲେ। ଦୁଇଦିନ ତଳେ ତାଙ୍କ ବାର୍ତ୍ତା ଆହୁରି ସ୍ପଷ୍ଟ ଥିଲା।

sfhsfhfxvb

କେନ୍ଦୁଝର: ବିଜେଡିର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ନିଲମ୍ବନ ଚାହୁଥିଲେ। ଥରେ ନୁହେଁ କି ଦୁଇଥର, ଏକାଧିକଥର ଏହି କଥା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସେ ସ୍ପଷ୍ଟ କରିଥିଲେ। ଦୁଇଦିନ ତଳେ ତାଙ୍କ ବାର୍ତ୍ତା ଆହୁରି ସ୍ପଷ୍ଟ ଥିଲା। ସେ କହିଥିଲେ, ପାର୍ଟିଠାରୁ ମାଟି ବଡ଼ ଓ ମାଟି ପାଇଁ କାମ କରୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସେ ସବୁବେଳେ ରହିବେ। ବିଜେଡି ସମୟରେ କେନ୍ଦୁଝର ଜିଲ୍ଲାକୁ ଅବହେଳା କରାଯାଉଥିବା ନେଇ ସ୍ପଷ୍ଟ ମତ ରଖିଥିଲେ। ଯଦିଓ ଏହି ମନ୍ତବ୍ୟ ପାଇଁ ସନାତନଙ୍କୁ ବିଜେଡି ନିଲମ୍ବନ କରିଛି, ମାତ୍ର ବିଜେଡି ସହିତ ନ ରହିବାକୁ ନିର୍ବାଚନ ପରଠାରୁ ହିଁ ସନାତନ ମନସ୍ଥ କରିଥିବା ତାଙ୍କ କାର୍ଯ୍ୟକ୍ରମ ଓ ଗତିବିଧିରୁ ବାରି ହେଉଥିଲା। ସରକାର ପରିବର୍ତ୍ତନ ପରଠାରୁ ସନାତନ ବି‌ଜେଡିରେ ଭାବଗତ ଦୃଷ୍ଟିରୁ ସଂପର୍କ ତୁଟାଇ ସାରିଥିଲେ। ତେଣୁ ନିଜେ ବିଜେଡି ଛାଡିବା ଅପେକ୍ଷା ଦଳ ତାଙ୍କୁ ନିଲମ୍ବିତ କରୁ ବୋଲି ଚାହୁଁଥିଲେ। ‌ଅର୍ଥାତ ସନାତନ ଯାହା ଚାହୁଁଥିଲେ, ବିଜେଡି ଦୀର୍ଘ ଦେଢ଼ବର୍ଷ ପରେ ତାହା କରିଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

Odia Student: ଜମ୍ମୁ କଶ୍ମୀରରେ ଗୋତି ଖଟୁଛନ୍ତି ନିଖୋଜ ଛାତ୍ର; ଉଦ୍ଧାର ପାଇ ଡିଆଇଜିକୁ ଚିଠି ଲେଖିଲେ ବିଧାୟକ

ନବୀନଙ୍କୁ ଅଣଦେଖା କରିବା ପଛରେ ଏକାଧିକ ଚର୍ଚ୍ଚା
ମାଟି ଓ ମୋହନଙ୍କ ସହିତ ରହିବାକୁ ସ୍ପଷ୍ଟ କରିଥିଲେ

ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ସନାତନ ଦୁଇଥର ବିଧାୟକ ହୋଇଛନ୍ତି। ପ୍ରଥମଥର ୨୦୧୪ରେ ସ୍ବାଧୀନ ଭାବେ ଜିତିଥିଲେ। ୨୦୧୯ରେ ସନାତନଙ୍କ ସମର୍ଥିତ ପ୍ରାର୍ଥୀ ମୀନାକ୍ଷୀ ମହାନ୍ତଙ୍କୁ ବିଜେଡି ଟିକେଟ ଦେଇଥିଲା ଏବଂ ସେ ବିଧାୟିକା ହୋଇଥିଲେ। କିନ୍ତୁ ଜିତିବାର କିଛିଦିନ ପରେ ମୀନାକ୍ଷୀ, ସନାତନଙ୍କଠାରୁ ଦୂରେଇ ଯାଇଥିଲେ। ଭାବଗତ ଦୃଷ୍ଟିରୁ ସନାତନ ବିଜେଡି ସହିତ ନ ଥିଲେ ମଧ୍ୟ ଭୟ ଓ ବାଧ୍ୟବାଧକତାରେ ରହିଥିଲେ। ୨୦୨୪ ନିର୍ବାଚନରେ ସନାତନଙ୍କୁ ଶେଷ ମୁହୂର୍ତ୍ତରେ ବିଜେଡି ଟିକେଟ ଦେଇଥିଲା ଏବଂ ସେ ବିଜୟୀ ହୋଇଥିଲେ। ମାତ୍ର ସେ କେବେ ନବୀନଙ୍କୁ ଭେଟିବାକୁ ଯାଇନଥିଲେ କି ବିଜେଡିକୁ ଧରାଛୁଆଁ ଦେଉନଥିଲେ। ବିଜେଡିର ପରାଜୟ ପରେ ନବୀନ ପଟ୍ଟନାୟକ ନବନିର୍ବାଚିତ ବିଧାୟକଙ୍କୁ ଭେଟିବାକୁ ଡାକିଥିଲେ। ନିବୀନ ନିବାସରେ ଅନୁଷ୍ଠିତ ବୈଠକରେ ସନାତନଙ୍କୁ ଛାଡ଼ି ଅନ୍ୟ ସମସ୍ତ ‌ବିଧାୟକ ଉପସ୍ଥିତ ଥିଲେ। ଅସୁସ୍ଥ ଥିବା ଦର୍ଶାଇ ସନାତନ ସେଠାକୁ ଯାଇନଥିଲେ। ସେମିତି ଗତବର୍ଷ ଫେବ୍ରୁଆରି ୧୨ ତାରିଖରେ ବିଜେଡିର ବିଧାୟକ ଦଳ ବୈଠକରେ ମଧ୍ୟ ସନାତନଙ୍କୁ ଦେଖିବାକୁ ମିଳିନଥିଲା। ପୁଣି ଅସୁସ୍ଥତା ଦର୍ଶାଇ ସେ ଯାଇ ନଥିଲେ। ଏ ନେଇ ବିଧାନସଭା ପରିସରରେ ଥରେ ନବୀନ ପଟ୍ଟନାୟକ ତାଙ୍କୁ ସର୍ବସମ୍ମୁଖରେ ତାଗିଦ କରିବାର ଦୃଶ୍ୟ ଆଲୋଚ୍ୟ ବିଷୟ ହୋଇଥିଲା।

Naxal: ନକ୍ସଲ ସଫା ନେଇ କାଉଣ୍ଟଡାଉନ ଆରମ୍ଭ; ଯବାନଙ୍କ ଟାର୍ଗେଟରେ ମାଓ ନେତା ପାପା ରାଓ

ସେ ବାରମ୍ବାର ନବୀନଙ୍କୁ ଅଣଦେଖା କରିବା ପଛରେ ଏକାଧିକ ଚର୍ଚ୍ଚା ଲାଗି ରହିଥିଲା। ସେଥିରୁ ପ୍ରଥମଟି ହେଉଛି- ଦୀର୍ଘ ବର୍ଷ ଧରି ସନାତନ ବିଜେଡିର ନିର୍ଦିଷ୍ଟ ଅଧିକାରୀଙ୍କ ଦ୍ବାରା ନିର୍ଯାତନାର ଶିକାର ହେଉଥିଲେ। ସନାତନଙ୍କୁ ପୁଲିସ ଲଗାଇ ଧମକାଇବା ସହିତ ବ୍ୟାଙ୍କର ଜମାଟଙ୍କାକୁ ଫ୍ରିଜ୍‌ କରିବା, ତାଙ୍କ ସମର୍ଥକଙ୍କୁ ବିଭିନ୍ନ ସମୟରେ ଗିରଫ କରାଇବା ଓ ମୁହଁ ଖୋଲିଲେ ଗିରଫ କରିବାକୁ ତୃତୀୟ ମହଲାର କିଛି ଅଧିକାରୀ ନିୟମିତ ଧମକାଉଥିଲେ। ଯେଉଁଥି ପାଇଁ ସନାତନ ବିଜେଡି ଟିକେଟରେ ଲଢ଼ିଥିଲେ ବି ବିଜେଡି ବିରୋଧରେ କ୍ଷୋଭ ଥିଲା। ତେଣୁ ବିଜେଡିର ପରାଜୟ ପରେ ନବୀନଙ୍କୁ ସମ୍ମାନ ଦେବା କିମ୍ବା ତାଙ୍କ ନିର୍ଦ୍ଦେଶ ତତ୍କାଳ ମାନିବାକୁ ସେ ଗୁରୁତ୍ବ ଦେଉନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe