ଦୈତାରୀ: ରୋଷେଇଶାଳରୁ ଯୁଦ୍ଧକ୍ଷେତ୍ର ସବୁଠି ନାରୀର ଜୟଯାତ୍ରା। ଏଭଳି ସମୟରେ ଆଦିବାସୀ ମହିଳା ସୁନି ହେମ୍ବ୍ରମ୍‌ଙ୍କ ଟାୟାର ଦୋକାନ ଚର୍ଚ୍ଚାକୁ ଆସିଛି। ରାସ୍ତାକଡ଼ ତାଙ୍କ ପାଇଁ ଆଖଡ଼ାଶାଳ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେଠାରେ ସେ ଝାଳବୁହା ପରିଶ୍ରମ କରନ୍ତି। ନିଜ ହାତରେ ଉଠାଇଥାନ୍ତି ବଡ଼ବଡ଼ ଭାରୀଯାନର ଟାୟାର। କେନ୍ଦୁଝର ଦୈତାରୀ ଖଣି ଅଞ୍ଚଳରେ ଖଣିଜ ପରିବହନ କରୁଥିବା ଗାଡ଼ିର କ୍ବିଣ୍ଟାଲ୍‌ ଓଜନର ଟାୟାର ଖୋଲି ମରାମତି କରିବା ଓ ତାକୁ ପୁଣି ଲଗାଇବା ତାଙ୍କର ନିତିଦିନିଆ କାମ। ଦିନେ କି ମାସେ ନୁହେଁ, ଗତ ୯ ବର୍ଷ ଧରି ସେ ଏଭଳି କଠିନ ପରିଶ୍ରମ କରିଆସୁଛନ୍ତି, ଯେଉଁ କାମକୁ ପୁରୁଷମାନେ ମଧ୍ୟ ଅତି କଷ୍ଟସାଧ୍ୟ ମନେ କରିଥାନ୍ତି।

Advertisment

Public Transport: ଫୁଲବାଣୀରୁ ମଣ୍ଡାସ ଚଳାଚଳ କରୁଥିବା ସରକାରୀ ବସ୍ ବନ୍ଦ, ଯାତ୍ରୀ ହନ୍ତସନ୍ତ

କେନ୍ଦୁଝର ଜିଲ୍ଲାର ବ୍ରାହ୍ମଣୀପାଳ ରାସ୍ତାକଡ଼ରେ ରହିଛି ସୁନିଙ୍କ ଟାୟାର ମରାମତି ଦୋକାନ। ୯ ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ସ୍ୱାମୀ ବିରେନ୍ଦ୍ର ହେମ୍ବ୍ରମ୍‌ ଗୁରୁତର ହୋଇଥିଲେ। ଏହାପରେ ସେ ଆଉ କାମଦାମ କରି ପାରୁନାହାନ୍ତି। ଏଭଳି ଅବସ୍ଥାରେ ଚୁଲି ଜଳିବା କଷ୍ଟକର ହୋଇଥିଲା। ଶେଷରେ ମନକୁ ଦୃଢ଼ କରିଥିଲେ ସୁନି। ଟାୟାର ମରାମତି ଦୋକାନ ଭଳି କଠିନ କାମ କରିବାକୁ ନିଷ୍ପତ୍ତି ନେଇଥିଲେ। ମୋଟର ସାଇକଲ, କାର୍‌ ଚକ ଖୋଲି ମରାମତି କରିବା ଓ ଲଗାଇବାରେ 
ତ କିଛି ଅସୁବିଧା ନାହିଁ। ଗୋଟିଏ ହାଇୱାର ଟାୟାର ଓ ରିମ୍‌ର ଓଜନ ପାଖାପାଖି ୯୫ରୁ ୧୧୫ କେଜି ପର୍ଯ୍ୟନ୍ତ ହୋଇଥାଏ।

Road Problem: ଅବଧି ସରିଲା, କାମ ସରୁନି, ୧୫ ପିଏମଜେଏସୱାଇ ରାସ୍ତା ଅଧାରେ: ୩୧ସୁଦ୍ଧା ନ ସରିଲେ ଫେରିଯିବ ଟଙ୍କା

ଏହାକୁ ଉଠାଇବା ଓ ମରାମତି କରିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ। ଏହି କାମ ପାଇଁ ଲୋକଙ୍କଠାରୁ ତାଙ୍କୁ ନାନା କଥା ଶୁଣିବାକୁ ପଡ଼ିଥିଲା। ହେଲେ ସବୁ ସମାଲୋଚନାକୁ ପଛକରି ସେ ଆଜି ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି। ସେହି ଅର୍ଥରେ ଘର ଚଳାଇବା ସହ ସ୍ବାମୀଙ୍କ ଔଷଧ ଖର୍ଚ୍ଚ ଓ ଦୁଇପୁଅଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଉଛନ୍ତି। ଲୋକଙ୍କ କଥାରେ ପେଟ ପୂରେ ନାହିଁ କି ଘର ଚଳେ ନାହିଁ, ନିଜ କାମ ନିଜେ କରିବାକୁ ହୋଇଥାଏ। ସୁସ୍ଥ ସବଳ ଥିବା ପର୍ଯ୍ୟନ୍ତ ସେ ଏହି କାମ କରିଚାଲିବେ ବୋଲି କହିଛନ୍ତି ସୁନି। ବିଡ଼ମ୍ବନା ହେଉଛି ସେ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ରାସନକାର୍ଡ ମଧ୍ୟ ତାଙ୍କର ନାହିଁ।