Theft from mobile tower, 5 arrested Photograph: (sambad.in)
ରାଉରକେଲା: ମୋବାଇଲ୍ ଟାୱାରରୁ ତାର ଚୋରି ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ବ୍ରାହ୍ମଣୀତରଙ୍ଗ ପୁଲିସ। ଅଭିଯୁକ୍ତମାନେ ହେଲେ ରଘୁନାଥପାଲି ଅଞ୍ଚଳର ରାଜୁ ମୁଣ୍ଡା(୨୬), ଗାନ୍ଧି ଭଦ୍ରା(୨୪), ସ୍ବପ୍ନେଶ୍ବର ଟୁଡୁ(୨୪), ଶିବୁ ଓରାମ(୨୩) ଓ ଟାଙ୍ଗରପାଲି ଅଞ୍ଚଳର ରୋହିତ ପାତ୍ର(୨୨)। ସେମାନଙ୍କ ଠାରୁ ୧୧୫ ମିଟର ଚୋରି ତାର ଜବତ କରିବା ପରେ କୋର୍ଟ ଚାଲାଣ କରାଯାଇଛି।
ସୂଚନାନୁଯାୟୀ, ଅଭିଯୋଗକାରୀ ଲୁକେଶ୍ବର ଓରାମ(୨୭) ଇଣ୍ଡସ୍ କମ୍ପାନିରେ ଏୟାରଟେଲ ଟାୱାରର ରକ୍ଷଣାବେକ୍ଷଣ ଦାୟିତ୍ବରେ ଅଛନ୍ତି। ୨୦ ତାରିଖ ରାତି ପ୍ରାୟ ୧ଟା ସମୟରେ ଟାଇଁସର ଟାୱାର ସାଇଟ୍ରୁ ସେ ଏକ ଫଲ୍ଟ ଆଲାରାମ୍ ପାଇଥିଲେ। ଏନ୍ପିଆଇଏଲ୍ ଟେକ୍ନିସିଆନ୍ଙ୍କୁ ଉମାଶଙ୍କର ସାହୁଙ୍କୁ ନେଇ ​ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଏକ ମାଲବାହୀ ଅଟୋ(ଓଡି-୧୪କ୍ୟୁ-୮୦୯୫) ସେଠାରୁ ଚମ୍ପଟ୍ ମାରୁଥିଲା। ​ଉଭୟ ଗାଡ଼ିକୁ ପିଛା କରିଥିଲେ।
ଅଧିକ ପଢ଼ନ୍ତୁ: ମୋଦୀ ରାହୁଲଙ୍କ ହାତରୁ ଛଡ଼ାଇ ନେଲେ ସବୁଠାରୁ ବଡ଼ ପ୍ରସଙ୍ଗ: ବିହାର ନିର୍ବାଚନ ପୂର୍ବରୁ ଜାତିଗତ ଜନଗଣନାକୁ ମଞ୍ଜୁରୀ
କିଛି ବାଟ ପିଛା କରିବା ପରେ ରେଳ ଫାଟକ ପଡ଼ିବାରୁ ଅଟୋଟି ଚମ୍ପଟ୍ ମାରିଥିଲା କିନ୍ତୁ ଅଭିଯୁକ୍ତମାନେ ଫାଟକ୍ ପଛରେ ରହିଯାଇଥିଲେ।
ତେବେ ଗାଡ଼ି ନମ୍ବର ଯାଞ୍ଚ କରିବାରୁ ମାଲିକ ଶିବମ୍ ଦୁବେ ବୋଲି ଜାଣିବାକୁ ପାଇଥିଲେ। ଏନେଇ ଏକ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ତନାଘନା କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଚୋରି ସାମଗ୍ରୀ ଜବତ କରିଛି।
ଅଧିକ ପଢ଼ନ୍ତୁ: ଭାରତ ଭୟରେ ଥରୁଥିଲା ଏବେ ଭୂକମ୍ପ ଝଟକାରେ ପୁଣି ଥରିଲା ପାକିସ୍ତାନ...
sundargarh | Crime
Follow Us