There is no proposal to change the name of ravenshaw: Minister Photograph: (sambad.in)
ଭୁବନେଶ୍ବର: ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ ଶୁକ୍ରବାର ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କର ଏକ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ଏହାର ସ୍ପଷ୍ଟ କରିଛନ୍ତି।
ଗତ ୨୦୨୪ ବର୍ଷ ଅଗଷ୍ଟ ଅଗଷ୍ଟରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଥିଲେ । ଯାହାକୁ ନେଇ ରାଜ୍ୟରେ ବିଭିନ୍ନ ମହଲରୁ ନାନା ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଅଧିକ ପଢ଼ନ୍ତୁ: ୮ ମାସରେ ଆଦିବାସୀ ଆବାସିକ ହଷ୍ଟେଲରେ ୨୬ ଛାତ୍ରଛାତ୍ରୀଙ୍କ ମୃତ୍ୟୁ
ରେଭେନ୍ସାର ନାମ ପରିବର୍ତ୍ତନକୁ ନେଇ ବିଭିନ୍ନ ସ୍ତରରେ ପ୍ରତିବାଦ ଆନ୍ଦୋଳନ ସହ ବିତର୍କ ସଭା ହୋଇଥିଲା । ରେଭେନ୍ସା ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ବିଧାନସଭାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବେ ଉତ୍ତର ରଖିଛନ୍ତି ।
ଅଧିକ ପଢ଼ନ୍ତୁ: ୪୧.୭୫ ଲକ୍ଷ ଛାତ୍ରଛାତ୍ରୀଙ୍କ ନିକଟରେ ମଧ୍ୟାହ୍ନ ଭୋଜନ ଯୋଜନା ପହଞ୍ଚିଛି: ମନ୍ତ୍ରୀ
Follow Us