ଭୁବନେଶ୍ବର: ମହାନଦୀ ଟ୍ରିବ୍ୟୁନାଲ୍ର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ମାସରେ ଶେଷ ହେବ। ଟ୍ରିବ୍ୟୁନାଲ୍ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷରେ ପହଞ୍ଚିନାହାନ୍ତି। କିନ୍ତୁ ଟ୍ରିବ୍ୟୁନାଲ୍ର କାର୍ଯ୍ୟକାଳ ବଢ଼ାଇବାକୁ ଓଡ଼ିଶା ସରକାର ଲିଖିତ ଭାବେ କେନ୍ଦ୍ରକୁ ଜଣାଇନାହାନ୍ତି। ଛତିଶଗଡ଼ ସରକାର ବି ନିରବ ଅଛନ୍ତି। ଫଳରେ ଟ୍ରିବ୍ୟୁନାଲ୍ର ଭବିଷ୍ୟତ ନେଇ ଆଶଙ୍କା ଦେଖାଦେଇଛି। ଏପଟେ ଦୁଇ ରାଜ୍ୟ ମଧ୍ୟରେ ଆପୋସ ସମାଧାନର ବାଟ ମଧ୍ୟ ଆଗେଇ ପାରିନାହିଁ। ଏହାକୁ ନେଇ ସଚେତନ ନାଗରିକଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଗତ ୧୭ ତାରିଖରେ ହୋଇଥିବା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରେ କୁହାଯାଇଥିଲା ଯେ ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ ଅବଧି ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି। ୯ ମାସ ଧରି ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଟ୍ରିବ୍ୟୁନାଲ୍ର କାର୍ଯ୍ୟରେ ଅଗ୍ରଗତି ହୋଇ ନଥିଲା। ତେଣୁ ଆଉ ଏକ ବର୍ଷ ଦରକାର ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଟ୍ରିବ୍ୟୁନାଲ୍ର ରେଜିଷ୍ଟ୍ରାର ଓଡ଼ିଶା ସରକାରଙ୍କ ଓକିଲଙ୍କ ପାଖକୁ ଲେଖିଥିବା ପତ୍ର ଭିନ୍ନ ତଥ୍ୟ ଦର୍ଶାଉଛି। ଏଥିରେ କୁହାଯାଇଛି, ମହାନଦୀ ଟ୍ରିବ୍ୟୁନାଲ୍ର କାର୍ଯ୍ୟକାଳ ବଢ଼ାଇବା ଲାଗି ଉଭୟ ରାଜ୍ୟ ଚଳିତମାସର ପ୍ରଥମ ସପ୍ତାହରେ ଲିଖିତ ଭାବେ ଜଣାଇବା ପାଇଁ ଧାର୍ଯ୍ୟ ହୋଇଥିଲା। ମାତ୍ର ଦୁଇ ରାଜ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହାକୁ ନେଇ ଟ୍ରିବ୍ୟୁନାଲ୍ ଉଭୟ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି।
Operation Saranda: ଅପରେସନ୍ ସରଣ୍ଡା: ମାଓ ନେତା ଅନଲ୍ଦା ସହ ୧୫ ନକ୍ସଲ ସଫା
ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ ବଢ଼ାଇବାକୁ ଲିଖିତ ଜଣାଉନାହାନ୍ତି ସରକାର
ଆପୋସ ସମାଧାନ ବାଟ ବି ଆଗେଇନି
ସେହିପରି ଆସନ୍ତା ଫେବ୍ରୁଆରି ମାସ ୭ ତାରିଖରେ ଟ୍ରିବ୍ୟୁନାଲ୍ରେ ଶୁଣାଣି ହେବ। ଏହି ଶୁଣାଣିରେ ଓଡ଼ିଶାର ଆଡ୍ଭୋକେଟ୍ ଜେନେରାଲ (ଏଜି) ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଜଣାଇଛନ୍ତି। ଶୁଣାଣି ତାରିଖକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରାଯାଇଥିଲା। ମାତ୍ର ଟ୍ରିବ୍ୟୁନାଲ୍ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସହ ଏହି ଶୁଣାଣିରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନ ଥିବାରୁ ଏଜିଙ୍କ ଅନୁପସ୍ଥିତିରେ ବି ଚାଲିପାରିବ ବୋଲି କହିଛନ୍ତି। ଗୋଟିଏ ପଟେ ଟ୍ରିବ୍ୟୁନାଲ୍ରେ ଓଡ଼ିଶା ନ୍ୟାୟ ପାଇବା ପ୍ରକ୍ରିୟା ବିଳମ୍ବିତ ହୋଇଚାଲିଛି। ଅନ୍ୟପଟେ ରାଜ୍ୟ ସରକାର ମହାନଦୀ ବିବାଦର ଆପୋସ ସମାଧାନ ପାଇଁ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ରାଜ୍ୟ ଭିତରେ ମଧ୍ୟ ଏକ ସର୍ବଦଳୀୟ କମିଟି ଗଠନ କରାଯାଇଛି। କିନ୍ତୁ ଆପୋସ ଆଲୋଚନା ନିର୍ଦ୍ଦିଷ୍ଟ ଭାବେ କେଉଁ ବିନ୍ଦୁ ଉପରେ ହେଉଛି, ସେ ସମ୍ପର୍କରେ ରାଜ୍ୟବାସୀ ଏବେ ବି ଅଜ୍ଞ ଅଛନ୍ତି। ଆସନ୍ତାକାଲି ମହାନଦୀ ପ୍ରସଙ୍ଗରେ ଲୋକସେବା ଭବନରେ ସର୍ବଦଳୀୟ ବୈଠକ ଡକାଯାଇଛି। ସେଥିରେ କି ନିଷ୍ପତ୍ତି
ନିଆଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
State-level Panchayat: ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୬: ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ
ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ରାଜ୍ୟ ଆବାହକ ସୁଦର୍ଶନ ଦାସ କହିଛନ୍ତି, ଟ୍ରିବ୍ୟୁନାଲ୍ଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସରେ ଶେଷ ହେବ। ଟ୍ରିବ୍ୟୁନାଲ୍ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ନେଇପାରିନାହାନ୍ତି। ଏହାବାଦ୍ ଦୁଇ ରାଜ୍ୟ ଭିତରେ ଆପୋସ ଆଲୋଚନାର ସ୍ଥିତିରେ କୌଣସି ସ୍ପଷ୍ଟତା ନାହିଁ। ଏହାକୁ ଦୃଷ୍ଟିରେ ରଖି ଟ୍ରିବ୍ୟୁନାଲ୍ଙ୍କ କାର୍ଯ୍ୟକାଳକୁ ବଢ଼ାଇବା ପାଇଁ ଦୁଇ ରାଜ୍ୟଙ୍କୁ ଲିଖିତ ଭାବେ ଜଣାଇବା ପାଇଁ କୁହାଯାଇଥିଲା। ମାତ୍ର ଠିକ୍ ସମୟରେ ସରକାର ଲିଖିତ ଭାବେ ନ ଜଣାଇବା ଦୁର୍ଭାଗ୍ୟଜନକ। ଏଥିରୁ ମହାନଦୀ ଜଳ ବିବାଦର ସମାଧାନ ଦିଗରେ ଓଡ଼ିଶା-ଛତିଶଗଡ଼ ସରକାର ଯେଉଁ ତତ୍ପରତା ପ୍ରକାଶ କରିବା କଥା ତାହା ଦେଖିବାକୁ ମିଳୁନାହିଁ ବୋଲି ପ୍ରତୀୟମାନ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/J69hufdHjwZJDGmMvKrY.jpg)