Nisha Maharana's vulgar dance: ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ ନେଇ ଛତିଶଗଡ଼ରେ ହଙ୍ଗାମା: ତଦନ୍ତ ନିର୍ଦ୍ଦେଶ ଦେଲେ ଗରିଆବନ୍ଧ ଜିଲ୍ଲାପାଳ

Advertisment

ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଉରମାଲଠାରେ ଚାଲିଥିବା ଓଡ଼ିଆ ଅପେରାରେ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟକୁ ନେଇ ଜୋରଦାର ହଙ୍ଗାମା ହୋଇଛି। ଏହି ଅଶ୍ଳୀଳ ନୃତ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌....

ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଉରମାଲଠାରେ ଚାଲିଥିବା ଓଡ଼ିଆ ଅପେରାରେ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟକୁ ନେଇ ଜୋରଦାର ହଙ୍ଗାମା ହୋଇଛି। ଏହି ଅଶ୍ଳୀଳ ନୃତ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌....

fhfshfsxbbvb

ଭବାନୀପାଟଣା: ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଉରମାଲଠାରେ ଚାଲିଥିବା ଓଡ଼ିଆ ଅପେରାରେ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟକୁ ନେଇ ଜୋରଦାର ହଙ୍ଗାମା ହୋଇଛି। ଏହି ଅଶ୍ଳୀଳ ନୃତ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଗରିଆବନ୍ଧ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ମୈନପୁର ଉପଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ସେହିଭଳି ପୁଲିସ ପକ୍ଷରୁ ୧୪ ଜଣ ଆୟୋଜକଙ୍କୁ ଗିରଫ କରାଯାଇଛି। ୩ ଜଣ ପୁଲିସ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି।

ଜଳୁଛି ଇଟାଭାଟି, ଦୂଷିତ ହେଉଛି ପରିବେଶ: ପ୍ରଶାସନ ନୀରବ

ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାର ଦେଭୋଗ ଥାନା ଅର୍ନ୍ତଗତ ଉରମାଲଠାରେ ଓଡ଼ିଶାର ବନଦୁର୍ଗା ଗଣନାଟ୍ୟକୁ ଗତ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିଥିଲା। ତେବେ ଗତ ୯ ତାରିଖ ରାତିରେ ଅପେରାରେ ନିଶା ମହାରଣା ନୃତ୍ୟ ପରିବେଷଣ କରିଥିଲେ। ମୈନପୁର ଉପଜିଲ୍ଲାପାଳ ଓ ପୁଲିସଙ୍କ ଉପସ୍ଥିତିରେ ଏଭଳି ନୃତ୍ୟ ଚାଲିଥିବା ନେଇ ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହୋଇଥିଲା। ଏହା ପରେ ୧୦ ତାରିଖରେ ଅପେରା ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

୧୪ ଆୟୋଜକ ଗିରଫ, ୩ ପୁଲିସ କର୍ମଚାରୀ ନିଲମ୍ବିତ, ଉପଜିଲ୍ଲାପାଳଙ୍କ ବଦଳି

AAP MP Raghav Chadha: ଡେଲିଭରି ବଏ ଭୂମିକା‌ରେ ସାଂସଦ ରାଘବ ଚଢ଼ା...

ତହସିଲଦାର ଓ ପୁଲିସର ବିନା ଅନୁମତିରେ ମୈନପୁର ଉପଜିଲ୍ଲାପାଳ ଡ. ତୁଳସୀ ଦାସ ମାର୍କାମା ଅପେରା ପାଇଁ ଅନୁମତି ଦେବା ଓ ନିଜେ ଉପସ୍ଥିତ ରହି ମଜା ଉଠାଉଥିବା ଅଭିଯୋଗରେ ତାଙ୍କୁ ବଦଳି କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।  ସେହିଭଳି ଏକ ୪ ଜଣିଆ ଟିମ୍‌ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଦେଭୋଗ ଥାନା ପକ୍ଷରୁ ୧୪ ଜଣ ଆୟୋଜକଙ୍କୁ ଗିରଫ କରାଯାଇଥିବା ବେଳେ ଅଶ୍ଳୀଳ ନୃତ୍ୟର ମଜା ନେଉଥିବା ୩ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe