Three children visiting maternal uncle's house died after falling into a septic tank Photograph: (sambad.in)
କଟକ/ନରସିଂହପୁର: କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ରଗଡ଼ିପଡ଼ା ଗାଁରେ ସୋମବାର ଅପରାହ୍ନରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସେପ୍ଟିକ୍ ଟାଙ୍କିରେ ପଡ଼ି ତିନି ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ଏବଂ ଦୁଇଜଣ ନାବାଳକ ଅଛନ୍ତି।
ମୃତ ଶିଶୁମାନେ ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ ବାରେନା ଏବଂ ଇଚ୍ଛାପୁର ଗାଁର ସୁଭମ ନାୟକ (୩), ଶିବାନୀ ନାୟକ (୭) ଏବଂ ଅଙ୍କିତ ନାୟକ (୯) ବୋଲି ଚିହ୍ନଟ କରାଯାଇଛି।
ଆହୁରି ପଢ଼ନ୍ତୁ:Naveen campaigns for BJD: ବିଜେପି କରୁଛି ପ୍ରାର୍ଥୀ ଚୋରି: ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ
ପରିବାର ସଦସ୍ୟଙ୍କ ସହ ତିନି ଜଣ ପିଲା ରାଗଡ଼ିପଡ଼ା ଗାଁରେ ଥିବା ସେମାନଙ୍କ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ ବୋଲି ଜଣାପଡ଼ିଛି। କିନ୍ତୁ, ସୋମବାର ସେମାନେ ଖେଳୁଥିବା ସମୟରେ ଦୁର୍ଘଟଣାବଶତଃ ଏକ ସେପ୍ଟିକ୍ ଟାଙ୍କିରେ ପଡ଼ିଯାଇଥିଲେ। ସେପ୍ଟିକ୍ ଟାଙ୍କି ଖୋଲା ଥିବାରୁ ଶିଶୁମାନେ ସେଥିରେ ପଡ଼ିଯାଇଥିବା କୁହାଯାଉଛି।
ମାମୁଁ ଘରେ ଜଗିଥିଲା ଯମ
କିଛି ଗାଁ ଲୋକ ସେମାନଙ୍କୁ ସେପ୍ଟିକ୍ ଟାଙ୍କିରୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ମ୍ବା ହସ୍ପିଟାଲକୁ ନେଇଥିଲେ। ତେବେ ହସ୍ପିଟାଲରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।
ଆହୁରି ପଢ଼ନ୍ତୁ:Jaipur Accident: ଛାତି ଥରାଇ ଦେଉଛି ଭୟାବହ ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ମାଡ଼ିଗଲା ଡମ୍ପର, ଚାଲିଗଲା ୧୯ଜଣ ଯାତ୍ରୀଙ୍କ ଜୀବନ
ଖବର ପାଇ ବଡ଼ମ୍ବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରି ପୃଥକ ପୃଥକ ଅପମୃତ ମାମଲା ରୁଜୁ କରିଛି। ମୃତଦେହଗୁଡ଼ିକର ପୋଷ୍ଟମର୍ଟମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଠଗଡ଼ ଏସଡିପିଓ ବିଶ୍ୱଜିତ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
  
 Follow Us