ଆତ୍ମସମର୍ପଣ କଲେ ୩ ମାଓବାଦୀ

ଛତିଶଗଡ ରାଜ୍ୟ ପୁଲିସକୁ ସୋମବାର ଏକ ବଡ ଧରଣର ସଫଳତା ମିଳିଛି। ଛତିଶଗଡ ରାଜ୍ୟର ପୁଲିସ ଏଡିଜିଙ୍କ ପାଖରେ ୩ କ୍ୟାଡ଼ର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ମହିଳା ଓ ଜଣେ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି...

Three Maoists surrendered

Three Maoists surrendered Photograph: (sambad.in)

ନୂଆପଡ଼ା: ଛତିଶଗଡ ରାଜ୍ୟ ପୁଲିସକୁ ସୋମବାର ଏକ ବଡ ଧରଣର ସଫଳତା ମିଳିଛି। ଛତିଶଗଡ ରାଜ୍ୟର ପୁଲିସ ଏଡିଜିଙ୍କ ପାଖରେ ୩ କ୍ୟାଡ଼ର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ମହିଳା ଓ ଜଣେ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ କରି ଥିବା ମାଓବାଦୀମାନେ ଏସଡିକେ ସୁନାବେଡ଼ା - ଧରମାବନ୍ଧା - ଖୋଲିଭିତର ଏରିଆ କମିଟିର ଡେପୁଟି କମାଣ୍ଡର ଦିଲୀପ, ମଞ୍ଜୁଳା ଓରଫ ଲକ୍ଷ୍ମୀ ଏସଡିକେ ଆକ୍ସନ ଟିମ୍ ମେମ୍ବର ଓ ବରଗଡ ଏରିଆ କମିଟିର ସକ୍ରିୟ ସଦସ୍ୟ ସୁନୀତା ଓରଫ ଯୁନକି ବୋଲି ଜଣା ପଡିଛି।

ଅଧିକ ପଢ଼ନ୍ତୁ: ସରକାର ଗତ ୯ ମାସରେ ୨୧ହଜାର କୋଟିରୁ ଅଧିକ ଟଙ୍କା ଋଣ କରିଛନ୍ତି: ମୁଖ୍ୟମନ୍ତ୍ରୀ

ସେମାନେ ସ୍ବୟଂ ଚଳିତ ଅସ୍ତ୍ର ସହ ଏଡିଜି ଛତିଶଗଡ ପୁଲିସ ବିବେକାନନ୍ଦ ସିହ୍ନାଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ପାଇଁ ସରକାର ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଆତ୍ମସମର୍ପଣ କରି ଥିବା ମାଓବାଦୀମାନେ ନୂଆପଡା ଛତିଶଗଡ ସୀମାନ୍ତରେ ଅନେକ ମାଓ ଘଟଣାରେ ସଂପୃକ୍ତ ଥିବା ପୁଲିସ କହିଛି।

ଅଧିକ ପଢ଼ନ୍ତୁ: ଭୁପେଶ ବଘେଲଙ୍କ ଘରୁ ଚଢଉ ସାରି ଫେରୁଥିବାବେଳେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe