କଲରାପତରିଆ ବାଘଛାଲ ଜବତ ଘଟଣା: ୨ଜଣଙ୍କୁ କୋର୍ଟ ଚାଲାଣ କଲା ବନ ବିଭାଗ

ଜଙ୍ଗଲରେ ପଶୁପକ୍ଷୀଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ କିଛି ହାତଗଣତି ବାଘଙ୍କ ଉପରେ ଶିକାରୀମାନଙ୍କର ଲୋଲୁପ ଦୃଷ୍ଟି ପଡ଼ିଛି। ଶକ୍ତିଶାଳୀ ବାଘମାନେ ଶିକାରୀମାନଙ୍କ ଯୋଗୁଁ ଦୁର୍ବଳ ହୋଇପଡ଼ିଛନ୍ତି।

ଘୁ.ଉଦୟଗିରି: ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ପଶୁପକ୍ଷୀ ସହ ବୃକ୍ଷଲତାର ମଧ୍ୟ ଯତ୍ନ ନେବାର ଆବଶ୍ୟକତା ରହିଛି। ଏଥି ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ବ୍ୟୟ କରି ମାଳମାଳ ଯୋଜନା କରୁଥିବା ବେଳେ ଜଙ୍ଗଲ କ୍ଷୟ ହେବା କମୁନି କି ଜଙ୍ଗଲ ନଷ୍ଟ ହେବା ଥମୁ ନାହିଁ। ଏହାଭିତରେ ଜଙ୍ଗଲରେ ପଶୁପକ୍ଷୀଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ କିଛି ହାତଗଣତି ବାଘଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳର ଜଙ୍ଗଲରେ କାଁଭାଁ କଲରାପତିରିଆ ବାଘ ଥିବା ବେଳେ ତାକୁ ମଧ୍ୟ ଶିକାର କରି ତାର ମାଂସ ଖାଇଗଲେଣି ଶିକାରୀମାନେ। ଘୁ.ଉଦୟଗିରି ବନାଞ୍ଚଳରେ କଲରାପତିରିଆ ବାଘ ଛାଲ ଏକ ଗୁଳି ଭର୍ତ୍ତି ବନ୍ଧୁକ ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଏହି ଖବର ପଢ଼ନ୍ତୁ: ବାଘଛାଲ ସହ ଦେଶୀ ବନ୍ଧୁକ ଜବତ

ଗତ ଏକ ମାସ ତଳେ ବ୍ରଡିସରୁ ଜଙ୍ଗଲରେ କିଛି ଶିକାରୀ ବାର୍‌ହା ଶିକାର ନିମନ୍ତେ ଏକ ଫାସ ବସେଇଥିଲେ। ବାର୍‌ହା ବଦଳରେ କଲରାପତିରିଆ ଏହି ଫାଶରେ ଲାଗି ଯାଇଥିଲା। ଶିକାରୀମାନେ ଏହା ଦେଖି ସଙ୍ଗେସଙ୍ଗେ ବନ୍ଧୁକରେ ଗୁଳି କରି ମାରି ତାର ମାଂସକୁ ଭାଗବଣ୍ଟା କରିଥିଲେ। ତାର ଚମଡ଼ାକୁ ବିକ୍ରି କରିବା ନିମନ୍ତେ ରଖିଥିଲେ। 

ଏହି ଖବର ପଢ଼ନ୍ତୁ: ରାଜନୀତି ଛାଡ଼ି କ୍ଷେତରେ ପୂର୍ବତନ ବିଧାୟକ

ଗତ ୨୮ତାରିଖ ଦିନ ଏହି ବାଘ ଚମଡା ବିକ୍ରି ପାଇଁ ଯୋଜନା ଚାଲିଥିବା ନେଇ ସ୍ଥାନୀୟ ବନବିଭାଗ ଅଧିକାରୀ ଖବର ପାଇଥିଲା। କଳିଙ୍ଗା ସେକ୍ସନରେ ପାଟ୍ରୋଲିଂ ଆରମ୍ଭ କରିବା ସହ ରାସ୍ତାକଡ଼ରେ ମାଲାନସୁଗା ଗ୍ରାମର ଭବାନୀ ଶଙ୍କର ପ୍ରଧାନ ନାମକ ଏକ ଯୁବକ ଏକ ବ୍ୟାଗ ଧରି ଠିଆ ହୋଇଥିବା ଟିମ୍‌ ଦେଖିଥିଲେ। ବନ ବିଭାଗ କର୍ମଚାରୀ ତାଙ୍କୁ ପଚରାଉଚରା କରିବା ପରେ ସନ୍ଦେହ ହେବାରୁ ହାତରେ ଧରିଥିବା ଏକ ବ୍ୟାଗ ଯାଞ୍ଚ କରିଥିଲେ। ବ୍ୟାଗରେ କଲରାପତିରିଆ ବାଘର ଚମଡା ଥିବା ଦେଖି ସଂଗେ ସଂଗେ ଭବାନୀ ଶଙ୍କରକୁ ନିଜ ହେପାଜାତକୁ ନେଇ ପଚରାଉଚରା ପରେ ସେ ଅନ୍ୟ ସହଯୋଗୀ ଏବଂ ଶିକାରୀଙ୍କ ନା କହିଥିଲଶ। ସଂଗେ ସଙ୍ଗେ ବନ୍ଧୁକ ରଖିଥିବା ଏବଂ ସେଇ ବନ୍ଧୁକରୁ ବାଘକୁ ଗୁଳି ହୋଇଥିବା ବନ୍ଧୁକ ଖୋଜି ଗମ୍ଭାରୀଗୁଡା ଗ୍ରାମର ପ୍ରମୋଦ ପ୍ରଧାନଙ୍କ ଘରେ ଚଢ଼ାଉ କରି ବନ୍ଧୁକ ଜବତ କରିବା ସହ ତାକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲେ।

publive-image

ଏହି ଖବର ପଢ଼ନ୍ତୁ: ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗ୍ ଠାବ

ଏହି ଘଟଣାଟି ପ୍ରାୟ ଏକ ମାସ ପୂର୍ବରୁ ଘଟିଥିଲା। ବ୍ରଡିସରୁ ଜଙ୍ଗଲରେ ବାରହା ଫାସ ପକେଇଥିଲେ ଭବାନୀ ଶଙ୍କର, ଲଣ୍ଡା, ହେମନ୍ତ, ଷଡଙ୍ଗୀ ପ୍ରଧାନ, ମିଟେଙ୍ଗା ପ୍ରଧାନ, ପ୍ରମୋଦ ପ୍ରଧାନଙ୍କ ସମେତ କିଛି ଶିକାରୀ। ବାଘ ଶିକାରର ଦୀର୍ଘ ଏକ ମାସ ପରେ ବନ ବିଭାଗ ଖବର ପାଇ ଘଟଣାର ପ୍ରଦଫାସ କରିଥିବା ବେଳେ ଭବାନୀ ଶଙ୍କର ପ୍ରଧାନ ଏବଂ ପ୍ରମୋଦ ପ୍ରଧାନକୁ ଗିରଫ କରି ୧୦୬/୨୪ ରେ ମାମଲା ରୁଜୁ କରି ସ୍ଥାନୀୟ ସହକାରୀ ବନ ସଂରକ୍ଷକ କାଜଲ କୁମାରୀ ନାୟକ ତାର ତଦନ୍ତ ଭାର ନେବା ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି।

ଏହି ଖବର ପଢ଼ନ୍ତୁ: ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ ହେବ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe