ଘୁ.ଉଦୟଗିରି: ଶକ୍ତିଶାଳୀ ବାଘ ଦୁର୍ବଳ ହୋଇଯାଇଛି। ମନୁଷ୍ୟର ବିଚକ୍ଷଣ ବୁଦ୍ଧି ଆଗରେ ବାଘମାନେ ହାରମାନିଛନ୍ତି। ସେଥିପାଇଁ ମନୁଷ୍ୟ ଦ୍ବାରା ଅକ୍ରୋଶର ଶିକାର ହେଉଛନ୍ତି। ରାଜ୍ୟରେ ବାରମ୍ବାର ବାଘ ଶିକାର ଘଟଣା ଲୋକଲୋଚନକୁ ଆସୁଛି। କନ୍ଧମାଳଜିଲ୍ଲା ଜି ଉଦୟଗିରି ବନ ବିଭାଗ ପକ୍ଷରୁ ବାଘ ଛାଲ ଓ ଦେଶୀ ବନ୍ଧୁକ ଜବତ କରାଯାଇଛି। କିନ୍ତୁ ବନ ବିଭାଗ ଏନେଇ ମୁହଁ ଖୋଲୁ ନାହାନ୍ତି। 

ଏହି ଖବର ପଢ଼ନ୍ତୁ: ଶୀତ ଅନୁଭୂତିର ସ୍ପର୍ଶ ପାଇଁ କାଲିଗାଡୁ ଯାତ୍ରା

Advertisment

କଳିଙ୍ଗା ସେକ୍ସନରେ ବାଘ ଶିକାର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦୁଇଟି ସ୍ଥାନରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ଏକ ଦେଶୀ ବନ୍ଧୁକ ପାଇଥିବା ବେଳେ ଅନ୍ୟଜଣକୁ ଏହିଭଳି ଦୁଇ ଜଣକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ବେଳେ ଏହି ବାଘ ଶିକାରରେ ଅନ୍ୟ କିଛି ଜଣ ସମ୍ପୃକ୍ତ ଥିବା ନେଇ ତନାଘନା ଚଳେଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। କିନ୍ତୁ ଏହି ଘଟଣାକୁ ନେଇ ବନ ବିଭାଗ ଅଧିକାରୀ ମୁଁହ ଖୋଲୁନାହାନ୍ତି। କୌଣସି ପ୍ରତିକ୍ରିୟା ଦେବାକୁ ପ୍ରସ୍ତୁତ ନାହାନ୍ତି।

ଏହି ଖବର ପଢ଼ନ୍ତୁ: ବିଜେଡିରେ ଗୋଷ୍ଠୀ କନ୍ଦଳ

ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ମରାଯାଇ ଭିତରକୁ କାହାରିକୁ ପ୍ରବେଶ କରିବାକୁ ଦିଆଯାଉନଥିବା ବେଳେ ଆଜି ଖବର ପାଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ବନ ବିଭାଗ କାର୍ଯ୍ୟଳୟକୁ ଖବର ସଂଗ୍ରହ ପାଇଁ ଯାଇ ମୁଖ୍ୟ ଫାଟକ ବାହାରେ ଦୀର୍ଘ ସମୟ ଅପେକ୍ଷା କରି ଫେରି ଯାଇଥିଲେ।

ଏହି ଖବର ପଢ଼ନ୍ତୁ: ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସବୁବେଳେ ସମର୍ଥନ ଦେଇ ଆସୁଛି

ଏହି ବିଷୟରେ ସ୍ଥାନୀୟ ବନ ବିଭାଗ ଏସିଏଫ କାଜଲ ନାୟକଙ୍କୁ ଫୋନ ଯୋଗେ ପଚାରିବା ପରେ ସେ ତଦନ୍ତ ଚାଲିଛି। ଆପଣମାନେ ସହଯୋଗ କରନ୍ତୁ। ଡିଏଫଓ ସାର ଆସିଲେ ସମସ୍ତ ତଥ୍ୟ ପ୍ରଦାନ କରିବେ ବୋଲି କହିଥିବା ବେଳେ ଫୁଲବାଣୀ ଡିଏଫଓ ପ୍ରଶାନ୍ତ ପଟେଲଙ୍କୁ ଏହି ଘଟଣା ବିଷୟରେ ପଚାରିବା ପରେ ସେ କହିଲେ ତଦନ୍ତ ଚାଲିଛି। ଏବେ କିଛି କହି ହେବନି ।ତଦନ୍ତରେ ବାଧା ସୃଷ୍ଟି ହେବ। ଏଣୁ ତଦନ୍ତ ସାରିବା ପରେ ସମସ୍ତ ତଥ୍ୟ ଦିଆଯିବ।

ଏହି ଖବର ପଢ଼ନ୍ତୁ: ଚାମ୍ପିୟନ୍ସ ଟ୍ରଫିକୁ ନେଇ ଅଚଳାବସ୍ଥା ଜାରି