ଗୁଣ୍ଡୁରି ଚଢେଇ ଧରିବା ପାଇଁ ଜାଲ ଧରି ଶିକାରୀ ବୁଲୁଛନ୍ତି

ମଣ୍ଡିରେ ଧାନ ବିକ୍ରି ସରିବା ପରେ ଲୋକେ ସେହି ଟଙ୍କାରେ ନିଜର ଅତ୍ୟାବଶକୀୟ ଜିନିଷ କିଣିବା ଏବଂ ଟଙ୍କା ଜମା ରଖିବାର କାମ କରୁଛନ୍ତି। ତେବେ ଗାଁରେ ଲୋକେ କାମ ନଥିବାରୁ ସକାଳୁ ଜାଲ ଧରି ଗୁଣ୍ଡୁରି ଚଢେଇ ଧରିବାକୁ ବାହାରି ପଡୁଥିବା ଦେଖିବାକୁ ମିଳୁଛି...

To catch the gunduri   A hunter walks with a net

To catch the gunduri A hunter walks with a net Photograph: (Sambad.in)

ମାଲକାନଗିରି: ମଣ୍ଡିରେ ଧାନ ବିକ୍ରି ସରିବା ପରେ ଲୋକେ ସେହି ଟଙ୍କାରେ ନିଜର ଅତ୍ୟାବଶକୀୟ ଜିନିଷ କିଣିବା ଏବଂ ଟଙ୍କା ଜମା ରଖିବାର କାମ କରୁଛନ୍ତି। ଏଥିସହ ନିଜର ପାରମ୍ପାରିକ ଖେଳ କୁକୁଡା ଗାଲିକୁ ମଧ୍ୟ ଯାଉଛନ୍ତି। ତେବେ ଗାଁରେ ଲୋକେ କାମ ନଥିବାରୁ ସକାଳୁ ଜାଲ ଧରି ଗୁଣ୍ଡୁରି ଚଢେଇ ଧରିବାକୁ ବାହାରି ପଡୁଥିବା ଦେଖିବାକୁ ମିଳୁଛି।

କେବଳ ଗୁଣ୍ଡୁରି ହିଁ ନୁହେଁ ବରଂ ଜଙ୍ଗଲୀ ପକ୍ଷୀ ମଧ୍ୟ ଧରି ଏହାକୁ ବଜାରରେ ବିକ୍ରି କରିବା ସହ ନିଜର ଖାଦ୍ୟ ରୂପେ ମଧ୍ୟ ଲୋକେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଗୁଣ୍ଡୁରି ଚଢେଇ ଏବେ  ବିଲୁପ୍ତ ହେବାକୁ ବସିଲେଣି।

ହେଲେ ମଧ୍ୟ ଲୋକେ ଏହାକୁ ଧରି ଖାଇବାକୁ ପସନ୍ଦ କରୁଛନ୍ତି। ବିଲରେ ଏବେ ଧାନ କଟାଯାଇଥିବାରୁ ଶୁଖିଲା ପଡିଛି। ଗୁଣ୍ଡୁରି ଚଢେଇମାନେ ଧାନ ବିଲରେ ପଡିଥିବା ଧାନଗୁଡିକ ଖାଇବାକୁ ଆସୁଛନ୍ତି।  ଶିକାରୀ ଜାଲକୁ ମୁଣ୍ଡରେ ଧରି ବିଲରେ ବୁଲୁଛନ୍ତି। ଚଢେଇମାନେ ଧାନ ଖାଇବାରେ ବ୍ୟସ୍ତ ଥିବା ବେଳେ ଜାଲକୁ ସେମାନଙ୍କ ଉପରେ ଫୋପାଡି ଦେଇ ଧରୁଛନ୍ତି।

ଅଧିକ ପଢ଼ନ୍ତୁ: ପର୍ଯ୍ୟଟନର ବିକାଶ ପାଇଁ ‘ମହିଳା ପର୍ଯ୍ୟଟନ ମିତ୍ର’ ନିଯୁକ୍ତ ହେବେ

ଗୁଣ୍ଡୁରି ଚଢେଇ ଧରିବା ପରେ କୁକୁଡା ଗାଲିକୁ ବିକ୍ରି ପାଇଁ ଶିକାରି ନେଇଥାଏ। ସେଠାରେ ଏହାର ଗ୍ରାହକମାନଙ୍କ ସଂଖ୍ୟା ସର୍ବାଧିକ। ଗୁଣ୍ଡୁରି ଚଢେଇର ଦାମ ଯେତେ ଅଧିକା ହେଲେ ମଧ୍ୟ ଗ୍ରାହକ କିଣି ନେଉଥିବା ଦେଖିବାକୁ ମିଳୁଛି।

କେବଳ ଗୁଣ୍ଡୁରି ଚଢେଇ ହିଁ ନୁହେଁ ଅନ୍ୟ ବନ୍ୟ ପକ୍ଷୀକୁ ମଧ୍ୟ ଏହି ଶିକାରିମାନେ ଧରି ତାକୁ ବଜାରରେ ବିକ୍ରି କରୁଛନ୍ତି। ଗୋଟିଏ ଗୁଣ୍ଡୁରି ଚଢେଇ ଏବେ ଦେଢ ଶହ ଟଙ୍କାରେ ବିକ୍ରି ହେଉଛି।  ଗୋଟିଏ ପକ୍ଷୀରୁ ଅଢେଇ ଗ୍ରାମରୁ ୩୦୦ ଗ୍ରାମ ପର୍ଯ୍ୟନ୍ତ ମାଂସ ବାହାରୁଥିବା କୁହାଯାଉଛି। ବନ ବଭାଗ ଏନେଇ ଚଢଉ କଲେ ବହୁ ପକ୍ଷୀ ଶିକାରି ଧରାପଡ଼ିବେ ବୋଲି ଦାବି ହେଉଛି।

ଅଧିକ ପଢ଼ନ୍ତୁ: ଅନୁଗୁଳରେ ଗୁଳିମାଡ଼: ୨ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି, ଲୋକେ ଭୟଭୀତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe