Toilets in all Anganwadis: ମାର୍ଚ୍ଚ ୮ ସୁଦ୍ଧା ସବୁ ଅଙ୍ଗନବାଡ଼ିରେ ଶୌଚାଳୟ: ସଚିବସ୍ତରୀୟ ବୈଠକରେ ନିଷ୍ପତ୍ତି

Advertisment

ଶାସନ ପରିଚାଳନାକୁ ଦକ୍ଷ, ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଆଜି ମୁଖ୍ୟ ସଚିବଙ୍କୁ ୧୫ଟି କାର୍ଯ୍ୟସୂଚୀ ଦେଇଥିବାବେଳେ ଏହାକୁ ସମସ୍ତ ବିଭାଗ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ସଚିବ ଅନୁ ଗର୍ଗ ସମସ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶାସନ ପରିଚାଳନାକୁ ଦକ୍ଷ, ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଆଜି ମୁଖ୍ୟ ସଚିବଙ୍କୁ ୧୫ଟି କାର୍ଯ୍ୟସୂଚୀ ଦେଇଥିବାବେଳେ ଏହାକୁ ସମସ୍ତ ବିଭାଗ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ସଚିବ ଅନୁ ଗର୍ଗ ସମସ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

toilet

Photograph: (The Leaflet)

ଭୁବନେଶ୍ୱର: ଶାସନ ପରିଚାଳନାକୁ ଦକ୍ଷ, ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଆଜି ମୁଖ୍ୟ ସଚିବଙ୍କୁ ୧୫ଟି କାର୍ଯ୍ୟସୂଚୀ ଦେଇଥିବାବେଳେ ଏହାକୁ ସମସ୍ତ ବିଭାଗ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ସଚିବ ଅନୁ ଗର୍ଗ ସମସ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଲୋକସେବା ଭବନରେ ବସିଥିବା ସଚିବସ୍ତରୀୟ ବୈଠକରେ ମିସନ କର୍ମଯୋଗୀ ଅଧୀନରେ  ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ ନିମନ୍ତେ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି, ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକତା ବଜାୟ ରଖିବା, ପ୍ରକଳ୍ପ  କାର୍ଯ୍ୟକାରିତା ତ୍ୱରାନିତ୍ୱ କରିବା ପାଇଁ ପ୍ରକଳ୍ପୱାରୀ ତଦାରଖ, ବଜେଟ୍ ଅନୁମୋଦିତ ଖର୍ଚ୍ଚ ଓ ଏହାର ଫଳାଫଳର ସମୀକ୍ଷା, ରାଜ୍ୟର ଦୀର୍ଘମିଆଦି ବିକାଶ ପାଇଁ ଭିତ୍ତିଭୂମି, ଶିଳ୍ପ, ବନ୍ଦର, ସଡ଼କ, ସେତୁ  ପାନୀୟ ଜଳ, ଜଳସେଚନ , ଶକ୍ତି ଓ ସହରାଞ୍ଚଳ  ବିକାଶରେ ପୁଞ୍ଜି ବ୍ୟୟକୁ ତ୍ୱରାନ୍ବିତ କରାଯିବା ଏବଂ ଗ୍ରାମୀଣ ବିକାଶ ପାଇଁ ମିସନ  ‘ପାୱାର’ କାର୍ଯ୍ୟକ୍ରମ ଦ୍ୱାରା ପ୍ରତି ଗ୍ରାମକୁ ବିଦ୍ୟୁତ୍‌ ଶକ୍ତି, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଏବଂ ସବୁଦିନିଆ ରାସ୍ତା ସୁବିଧା ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଥିଲେ।

New Year: କ୍ୟାଲେଣ୍ଡର ବର୍ଷ-୨୦୨୫ର ଶେଷଦିନରେ ୨୦ଲକ୍ଷର ଆମିଷ କାରବାର, ଭୋଜିଭାତର ଆସର

ସଚିବସ୍ତରୀୟ ବୈଠକରେ ନିଷ୍ପତ୍ତି
ଜନଅଭିଯୋଗ ୧୦ଦିନ ଭିତରେ ଫଇସଲା କରିବାକୁ ନିର୍ଦ୍ଦେଶ

ସେହିପରି ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆରେ କରିବା ସହ ଗୁରୁତ୍ୱପୂର୍ଣ୍ଣ ସରକାରୀ  ବୈଠକରେ  ଉପସ୍ଥାପନା(ପିପିଟି) ଏବଂ ବୈଠକର  ବିବରଣୀଗୁଡ଼ିକ  ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯିବା ନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ସବୁ ସରକାରୀ ୱେବ୍‌ସାଇଟ୍‌ ଓଡ଼ିଆରେ ପ୍ରସ୍ତୁତ କରିବା ସହ ଅପ୍‌ ଟୁ ଡେଟ୍ କରିବାକୁ କୁହାଯାଇଛି। ଜନ ଅଭିଯୋଗଗୁଡିକ  ୧୦ ଦିନ ଭିତରେ ଫଇସଲା କରି ବିବରଣୀ ପ୍ରଦାନ କରିବା, ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ଜିଲ୍ଲା ଗସ୍ତ ବିବରଣୀ  ପରିଦର୍ଶନ ପୋର୍ଟାଲ୍‌ରେ ଉଲ୍ଲେଖ କରିବା ଓ ଏହାର କାର୍ଯ୍ୟାନୁଷ୍ଠାନ ସଂପର୍କରେ ଅନୁସରଣ କରିବାକୁ ମୁଖ୍ୟସଚିବ ନିର୍ଦ୍ଦେଶ  ଦେଇଛନ୍ତି। ବୈଠକରେ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପରେ ଆଲୋଚନା ହୋଇଥିବାବେଳେ ଆସନ୍ତା ତିନି ମାସ ମଧ୍ୟରେ ବିଭାଗର ବଜେଟ୍ ଅନୁମୋଦିତ ଖର୍ଚ୍ଚ ବଢ଼ାଇବା ଏବଂ ରାଜସ୍ବ ଆଦାୟ ବଢ଼ାଇବାକୁ କୁହାଯାଇଛି। ସେହିପରି ଜାତୀୟସ୍ତର ବୈଠକରେ ଗୁରୁତ୍ୱ ଦିଆଯାଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଗୋଟିଏ ଗୋଟିଏ ଖୁସିର କେନ୍ଦ୍ର ଭାବେ ବିକଶିତ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହେବାକୁ ଥିବାବେଳେ ଏହି ସମୟ ସୁଦ୍ଧା ସବୁ ଅଙ୍ଗନବାଡ଼ିରେ ଶୌଚାଳୟ ସୁବିଧା ସହିତ ସେଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତି ବିଭାଗର ଆଭିମୁଖ୍ୟ ଯେପରି  ଜାତୀୟ  ଆଭିମୁଖ୍ୟ ସହିତ ସଂଯୋଜିତ ହେବ, ମୂଲ୍ୟଯୁକ୍ତ  କୃଷି ଉତ୍ପାଦନରେ ସାରା ‌ଦେଶରେ ଏବଂ ବିଶ୍ବରେ ଓଡ଼ିଶାର ଯୋଗଦାନର ମହତ୍ୱ ସଂପର୍କରେ ଗୁରୁତ୍ୱ ଦେଇ ତଦନୁଯାୟୀ ରଣନୀତି ପ୍ରଣୟନ କରିବାକୁ  ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବମାନେ ଉପସ୍ଥିତ ଥିଲେ।

New Year: କ୍ୟାଲେଣ୍ଡର ବର୍ଷ-୨୦୨୫ର ଶେଷଦିନରେ ୨୦ଲକ୍ଷର ଆମିଷ କାରବାର, ଭୋଜିଭାତର ଆସର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe