Advertisment

Mill: ମଣ୍ଡି ଓ ମିଲ୍‌ରେ ଅସହ୍ୟ ହେଲା ନିର୍ଯାତନା: ୩ ଦିନ ଅଖିଆଅପିଆ ରହି ଆଖି ବୁଜିଲେ, ପ୍ରଶାସନିକ ଅଧିକାରୀଙ୍କ ତନାଘନା

Advertisment

ମଣ୍ଡି ଓ ମିଲରଙ୍କ ନିର୍ଯାତନା ସହି ନ ପାରି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଜୁଣଗଡ଼ି ଗାଁର ଜଣେ ଚାଷୀ ଆଖି ବୁଜିଛନ୍ତି। ମୃତ ଚାଷୀ ହେଲେ ତ୍ରିଲୋଚନ ନାୟକ (୫୩ ବର୍ଷ)। ୩ ଦିନ କାଳ ମିଲ୍‌ ସାମନାରେ ଖୋଲା ଆକାଶ ତଳେ ଅଖିଆଅପିଆ ପଡ଼ିରହି ଅସୁସ୍ଥ ହୋଇପଡ଼ିଥିଲେ ତ୍ରିଲୋଚନ।

ମଣ୍ଡି ଓ ମିଲରଙ୍କ ନିର୍ଯାତନା ସହି ନ ପାରି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଜୁଣଗଡ଼ି ଗାଁର ଜଣେ ଚାଷୀ ଆଖି ବୁଜିଛନ୍ତି। ମୃତ ଚାଷୀ ହେଲେ ତ୍ରିଲୋଚନ ନାୟକ (୫୩ ବର୍ଷ)। ୩ ଦିନ କାଳ ମିଲ୍‌ ସାମନାରେ ଖୋଲା ଆକାଶ ତଳେ ଅଖିଆଅପିଆ ପଡ଼ିରହି ଅସୁସ୍ଥ ହୋଇପଡ଼ିଥିଲେ ତ୍ରିଲୋଚନ।

Mandi

ରାଜନଗର: ମଣ୍ଡି ଓ ମିଲରଙ୍କ ନିର୍ଯାତନା ସହି ନ ପାରି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଜୁଣଗଡ଼ି ଗାଁର ଜଣେ ଚାଷୀ ଆଖି ବୁଜିଛନ୍ତି। ମୃତ ଚାଷୀ ହେଲେ ତ୍ରିଲୋଚନ ନାୟକ (୫୩ ବର୍ଷ)। ୩ ଦିନ କାଳ ମିଲ୍‌ ସାମନାରେ ଖୋଲା ଆକାଶ ତଳେ ଅଖିଆଅପିଆ ପଡ଼ିରହି ଅସୁସ୍ଥ ହୋଇପଡ଼ିଥିଲେ ତ୍ରିଲୋଚନ। ଗତକାଲି ରାତିରେ ମିଲ୍‌ରୁ ଫେରି ଘରେ ପହଞ୍ଚିବା କ୍ଷଣି ତାଙ୍କର ମୃତ୍ୟୁ ଘଟିଥିଲା। ୪୦ ଦିନ କାଳ ମଣ୍ଡି ଓ ମିଲ୍‌କୁ ଦୌଡ଼ି ଦୌଡ଼ି ନିର୍ଯାତିତ ହୋଇ ତ୍ରିଲୋଚନଙ୍କ ମୃତ୍ୟୁ ଘଟଣା ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଅନ୍ୟପଟେ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚାଷୀ ମୃତ୍ୟୁର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Horoscope 2026 February 27: ଜାଣନ୍ତୁ ଆଜିର ରାଶିଫଳ

ଜୁଣଗଡ଼ି ଗାଁର ତ୍ରିଲୋଚନ ନାୟକ ଓ ତାଙ୍କର ଦୁଇ ଭାଇ ଦୁର୍ଯ୍ୟୋଧନ ନାୟକ ଓ ପୁରନ୍ଦର ନାୟକଙ୍କୁ ଜାନୁଆରି୧୬ରେ ମଣ୍ଡିରେ ଧାନ ଦେବାକୁ ମେସେଜ୍‌ ଆସିଥିଲା। ଫେବ୍ରୁଆରି ୧୫ ଧାନ ବିକ୍ରିର ଶେଷ ତାରିଖ ଥିଲା। ତ୍ରିଲୋଚନ ଓ ତାଙ୍କ ଦୁଇ ଭାଇ ଜାନୁଆରି ୧୬ ତାରିଖ ଠାରୁ ଈଶ୍ୱରପୁରସ୍ଥିତ ଡାଙ୍ଗମାଳ ସେବା ସମବାୟ ସମିତି ମଣ୍ଡିକୁ ବାରମ୍ବାର ଯାଇଥିଲେ ବି ସେମାନଙ୍କ ଧାନ ରଖାଯାଇ ନଥିଲା। ଟୋକନ୍‌ ଅବଧି ସରିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଫେବ୍ରୁଆରି ୧୪ରେ ତ୍ରିଲୋଚନଙ୍କର ଆଖି ସ୍କାନ୍‌ କରାଯାଇଥିଲା। ଫେବ୍ରୁଆରି ୨୩ ତାରିଖ ଦିନ ତ୍ରିଲୋଚନ ଓ ତାଙ୍କ ଭାଇ ଦୁର୍ଯ୍ୟୋଧନ ଧାନ ନେଇ ନୁରୁଗାଁ ସ୍ଥିତ ରାମଚଣ୍ଡୀ ମିଲ୍‌କୁ ଯାଇଥିଲେ। ରାମଚଣ୍ଡୀ ମିଲ୍‌ରେ ୨୩ ତାରିଖରୁ ୨୫ ତାରିଖ ସନ୍ଧ୍ୟା ଯାଏଁ ଦୁଇ ଭାଇ ଅଖିଆଅପିଆ ପଡ଼ିରହିଥିଲେ। ଖୋଲା ଆକାଶ ତଳେ ତିନି ଦିନ ରହି ତ୍ରିଲୋଚନ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଘରକୁ ପଠାଇ ଭାଇ ଦୁର୍ଯ୍ୟୋଧନ ମିଲ୍‌ରେ ରହିଥିଲେ। ତ୍ରିଲୋଚନ ଘରେ ପହଞ୍ଚି ଅଧିକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ ଈଶ୍ୱରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  

fsfscxxcxc

ପ୍ରଶାସନିକ ଅଧିକାରୀଙ୍କ ତନାଘନା
କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାର
ତଦନ୍ତ ହେବ କହିଲେ ଯୋଗାଣ ମନ୍ତ୍ରୀ

ତ୍ରିଲୋଚନଙ୍କ ଅସୁସ୍ଥତା ସଂପର୍କରେ ସୂଚନା ଦେଇ ଦୁର୍ଯ୍ୟୋଧନ ମିଲରଙ୍କୁ ତାଙ୍କ ଧାନ ଖାଲି କରିଦେବାକୁ ନେହୁରା ହୋଇଥିଲେ। ମାତ୍ର ମିଲର୍‌ ଧାନ ଅନ୍‌ଲୋଡ୍‌ କରିବା ପାଇଁ ୩ ହଜାର ଟଙ୍କା ଓ ଧାନ କୁଇଣ୍ଟାଲ ପିଛା ୩ କେଜି ଲେଖାଏଁ କାଟି ଧାନ ଗ୍ରହଣ ନେଇ  ଚିଠା ଦେଇଥିବା ଦୁର୍ଯ୍ୟୋଧନ ଅଭିଯୋଗ କରିଛନ୍ତି। ଭାଇଙ୍କ ମୃତ୍ୟୁ ପାଇଁ ସେବା ସମବାୟ ସମିତିର ସମ୍ପାଦକ ଓ ମିଲରଙ୍କୁ ଦୁର୍ଯ୍ୟୋଧନ ଦାୟୀ କରିଛନ୍ତି। ସହସଂପାଦକ ୧ହଜାର ଟଙ୍କା ନେଇ ରାମଚଣ୍ଡୀ ମିଲ୍‌ରେ ଧାନ ଦେବାକୁ ଟୋକନ୍‌ ଦେଇଥିଲେ ବୋଲି ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ରାଜନଗର ତହସିଲଦାର ଯୀଶୁକୃଷ୍ଣ ଦାସ ମଣ୍ଡି ଓ ରାମଚଣ୍ଡୀ ମିଲ୍‌ରେ ପହଞ୍ଚି ତଦନ୍ତ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆର୍‌. ରଘୁରାମ ଆୟାର ମଧ୍ୟ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Indian Navy: ବଙ୍ଗୋପସାଗରରେ ସରିଲା ଭାରତୀୟ ନୌସେନାର ସମରାଭ୍ୟାସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe