୨୨୦ ନଂ ଜାତୀୟ ରାଜପଥରେ ଟ୍ରାକ୍ଟର-ବାଇକ୍ ଧକ୍କା: ଜଣେ ମୃତ,ଜଣେ ଗୁରୁତର

Advertisment

ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା ଘଟିଛି । ବାରମ୍ବାର ଦୂର୍ଘଟଣା ଯୋଗୁ ଧନଜୀବନ କ୍ଷତି ହେଉଛି । ଟ୍ରାକ୍ଟର-ବାଇକ୍ ଧକ୍କା ହୋଇଛି। ଗୁରୁତର ଅବସ୍ଥାରେ ବାଇକ୍ ଆରୋହୀ ଓ ଟ୍ରାକ୍ଟର ଚାଳକଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା...

ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା ଘଟିଛି । ବାରମ୍ବାର ଦୂର୍ଘଟଣା ଯୋଗୁ ଧନଜୀବନ କ୍ଷତି ହେଉଛି । ଟ୍ରାକ୍ଟର-ବାଇକ୍ ଧକ୍କା ହୋଇଛି। ଗୁରୁତର ଅବସ୍ଥାରେ ବାଇକ୍ ଆରୋହୀ ଓ ଟ୍ରାକ୍ଟର ଚାଳକଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା...

Tractor-bike collision on National Highway 220

Tractor-bike collision on National Highway 220 Photograph: (sambad.in)

ରାଇରଙ୍ଗପୁର/ବହଳଦା: ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା ଘଟିଛି । ବାରମ୍ବାର ଦୂର୍ଘଟଣା ଯୋଗୁ ଧନଜୀବନ କ୍ଷତି ହେଉଛି ।

ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅର୍ନ୍ତଗତ ୨୨୦ ନମ୍ବର ଜାତୀୟ ରାଜପଥର ବହଳଦା ବାଇପାସର ପେଟ୍ରୋଲ୍ ପମ୍ପ ନିକଟରେ ଜଣେ ବାଇକ୍ ଆରୋହୀ ପିଲାକୁ ଧରି ଟିଉସନ୍ ପଠାଇବାକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ପରେ ଓଲଟି ପୋଡିଥିଲା ।  

ଗୁରୁତର ଅବସ୍ଥାରେ ବାଇକ୍ ଆରୋହୀ ଓ ଟ୍ରାକ୍ଟର ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବାଇକ୍ ଆରୋହୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଅଧିକ ପଢ଼ନ୍ତୁ: ଚନ୍ଦ୍ରଶେଖର ହୋତା ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ନିଯୁକ୍ତ

ମୃତ ବାଇକ୍ ଆରୋହୀ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ମାର୍କଣା ଶାସନର ଗୌରାଙ୍ଗ ମିଶ୍ରଙ୍କ ପୁଅ ରାଜିବ କୁମାର ମିଶ୍ର । ସେ ବହୁ ବର୍ଷ ହେଲା ବହଳଦା ଅଞ୍ଚଳରେ ବିବାହ କରି ସେଠାରେ ଏକ ଭଡ଼ା ଘରେ ରହି ଆସୁଥିଲେ ।

ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ଟ୍ରାକ୍ଟରକୁ ପୁଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ଏନେଇ ବହଳଦା ଥାନାରେ ଏକ ମାମଲା ରୁଜୁ ହୋଇଛି । ଦୁର୍ଘଟଣା ପରେ  ୨୨୦ ନମ୍ବର ଜାତୀୟ ରାଜପଥକୁ ସ୍ଥାନୀୟ ବାସିନ୍ଦା ଅବରୋଧ କରିଛନ୍ତି।

ଅଧିକ ପଢ଼ନ୍ତୁ: ଇସ୍ରାଏଲ-ଆମେରିକା ଟାର୍ଗେଟରେ ଇରାନର ପରମାଣୁ କେନ୍ଦ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe