Tragic outcome of the land dispute: ଜମି ବାଡ଼ି ଗଣ୍ଡଗୋଳରୁ ବଡ଼ ଭାଇଙ୍କୁ ଠେଙ୍ଗାରେ ପିଟି ମାରିଲା ସାନ ଭାଇ

ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ବରଡିହା ପଞ୍ଚାୟତର ବଣକାଟି ଗ୍ରାମରେ ଜମିବାଡ଼ି ଗଣ୍ଡଗୋଳରୁ କରୁଣ ପରିଣତି ଘଟିଛି। ବଡ଼ ଭାଇକୁ ନିଜ ସାନ ଭାଇ ଠେଙ୍ଗାରେ ପିଟି ମାରିଦେଇଛି...

Tragic outcome of the land dispute: The elder brother was beaten and killed by the younger brother.

Tragic outcome of the land dispute: The elder brother was beaten and killed by the younger brother. Photograph: (sambad.in)

ଜଳେଶ୍ବର: ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ବରଡିହା ପଞ୍ଚାୟତର ବଣକାଟି ଗ୍ରାମରେ ଜମିବାଡ଼ି ଗଣ୍ଡଗୋଳରୁ କରୁଣ ପରିଣତି ଘଟିଛି। ବଡ଼ ଭାଇକୁ ନିଜ ସାନ ଭାଇ ଠେଙ୍ଗାରେ ପିଟି ମାରିଦେଇଛି। ଏନେଇ  ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ୧୧୧ ନମ୍ବରରେ ମାମଲା ରୁଜୁ କରି ଅଭିଯୁକ୍ତକୁ କମର୍ଦ୍ଦା ଥାନା ଇଲାକାରୁ ଗିରଫ କରିଛି।

ଯୁକ୍ତିତର୍କରୁ ଜୀବନ ଗଲା

ବଣକାଟି ଗ୍ରାମର ରେବତୀ ସିଂଙ୍କ ଅଭିଯୋଗ ଅନୁଯାୟୀ ଗତ ୨୦ ତାରିଖ ରାତି ୮ ଟା ସମୟରେ ଜମିବାଡ଼ିକୁ କେନ୍ଦ୍ର କରି ତାଙ୍କ ସ୍ବାମୀ ଖୁଦିରାମ ସିଂ (୪୫) ଓ ଦିଅର ଅଭିରାମ ସିଂ(୪୦) ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।ଏହି ସମୟରେ ହଠାତ୍ ଅଭିରାମ ଉତ୍ତେଜିତ ହୋଇ ଖୁଦିରାମଙ୍କୁ ଏକ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ।

ଆହୁରି ପଢ଼ନ୍ତୁ:Ram Charan will become father again: ଦ୍ୱିତୀୟ ଥର ପାଇଁ ପିତାମାତା ହେବେ ରାମ-ଉପାସନା

ଫଳରେ ଖୁଦିରାମଙ୍କ ମୁଣ୍ଡ ସମେତ ଶରୀରର ଅନ୍ୟ ସ୍ଥାନ ଫାଟି ଯିବା ସହ ସେ ଲହୁଲୁହାଣ ହୋଇଥିଲେ।ରେବତୀ ଗ୍ରାମବାସୀ ତଥା ବନ୍ଧୁବାନ୍ଧବଙ୍କ ସହାୟତାରେ ଖୁଦିରାମଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ପୁଣି କଟକ ବଡ଼ ମେଡ଼ିକାଲ ନିଆଯାଇଥିବା ବେଳ ୨୧ ତାରିଖ ଅପରାହ୍ନ ୪ ଟା ସମୟରେ ଡାକ୍ତର କିନ୍ତୁ ମୃତ ଘୋଷଣା କରିଥିଲେ।


କଟକ ବଡ଼ ମେଡ଼ିକାଲରେ ଖୁଦିରାମଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇଛି। ଏସମ୍ପର୍କରେ ଗତକାଲି ସନ୍ଧ୍ୟାରେ ରେବତୀ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ୧୧୧ ନମ୍ବରରେ ମାମଲା ରୁଜୁ କରି ଅଭିଯୁକ୍ତ ଅଭିରାମକୁ କମର୍ଦ୍ଦା ଥାନା ଅଞ୍ଚଳରେ ଥିବା କୁଲିଆ ଗାଁରୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ:Former BJD MLA Bikram Panda arrest issue: ବିକ୍ରମ ପଣ୍ଡାଙ୍କ ଗିରଫ ନେଇ ପ୍ରତିବାଦ କରିବ ବିଜେଡି

ମୃତକଙ୍କ ଜଣେ ଝିଅ ବିବାହିତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ପୁଅଝିଅ ସହ ପତ୍ନୀ ରହିଛନ୍ତି। ଉଭୟ ଭାଇଙ୍କ ମଧ୍ୟରେ ଜମିରେ ବାଡ଼ ବସାକୁ ନେଇ ଗଣ୍ଡଗୋଳରୁ ଏପରି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe