Tragic road accident: ଆନ୍ଧ୍ରପ୍ରଦେଶ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଞ୍ଜାମର ଜଣେ ରୋଗୀଙ୍କ ସମେତ ୨ ମୃତ

Advertisment

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲ୍ଲା ଟେକିଲି ଥାନା ଅଧୀନ ନନ୍ଦିଗାମ୍‌ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର ଜଣେ ପକ୍ଷାଘାତ ରୋଗୀଙ୍କ ସମେତ ୨ ଜଣ ପ୍ରାଣ ହରାଇଛନ୍ତି।

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲ୍ଲା ଟେକିଲି ଥାନା ଅଧୀନ ନନ୍ଦିଗାମ୍‌ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର ଜଣେ ପକ୍ଷାଘାତ ରୋଗୀଙ୍କ ସମେତ ୨ ଜଣ ପ୍ରାଣ ହରାଇଛନ୍ତି।

dagdgdgzvcv

ଚିକିଟି/ପାରଳାଖେମୁଣ୍ଡି: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲ୍ଲା ଟେକିଲି ଥାନା ଅଧୀନ ନନ୍ଦିଗାମ୍‌ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର ଜଣେ ପକ୍ଷାଘାତ ରୋଗୀଙ୍କ ସମେତ ୨ ଜଣ ପ୍ରାଣ ହରାଇଛନ୍ତି। ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ଡାକ୍ତରଖାନା ଓ ଜଣେ ଗୁରୁତରଙ୍କୁ ବିଶାଖାପାଟଣାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Raid on mine: ରଥୀପୁର ଚୋରା ଖଣିରେ ଚଢ଼ଉ: ୩ ହାଇୱା, ୨ ଜେସିବି ଜବତ, ଅନ୍ଧାରରେ ଦୌଡ଼ିଲେ ମାଫିଆ

ସ୍କର୍ପିଓରେ ବିଶାଖାପାଟଣା ସ୍ଥାନାନ୍ତର ବେଳେ ଧକ୍କା ଦେଲା ଟ୍ରକ୍
୫ ଗୁରୁତର, ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା

ମିଳିଥିବା ସୂଚନାନୁସାରେ, ଚିକିଟି ବ୍ଲକ୍ ପାତିସୁନାପୁର ଗ୍ରାମର ପକ୍ଷାଘାତ ରୋଗୀ ଡବ୍ଲୁ. ଡାଲେୟା (୪୬)ଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ିଯିବାରୁ ପରିବାରଲୋକେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ଅଧିକ ଚିକିତ୍ସା ପାଇଁ  ସଂପର୍କୀୟମାନେ ରାତାରାତି ଏକ ସ୍କର୍ପିଓରେ ତାଙ୍କୁ ବିଶାଖାପାଟଣା ନେଉଥିଲେ। ଚାଳକ, ରୋଗୀ ଓ ସଂପର୍କୀୟଙ୍କୁ ମିଶାଇ ମୋଟ ୮ ଜଣ ଗାଡ଼ିରେ ବସିଥିଲେ।  ରାତି ପ୍ରାୟ ୧୨ଟା ବେଳେ ନାନ୍ଦିଗାମ୍‌ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ହଠାତ୍‌ ଗାଡ଼ିର ଇଞ୍ଜିନ୍‌ ବନ୍ଦ ହୋଇଯାଇଥିଲା। ଚାଳକ ଏହାକୁ ପାର୍କିଂ କରୁଥିବା ବେଳେ ବିପରୀତପଟୁ ଏକ ଟ୍ରକ୍‌ ଦ୍ରୁତଗତିରେ ଆସି ଗାଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଟ୍ରକଟି ସ୍କର୍ପିଓଟିକୁ କିଛି ଦୂର ଘୋଷାଡ଼ି ନେଇଥିଲା।

Education: ପ୍ରଧାନଶିକ୍ଷକ, ହୋଷ୍ଟେଲ ଅଧୀକ୍ଷକଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍‌

ସମସ୍ତ ଗୁରୁତରଙ୍କୁ ଟେକିଲି ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାଲେୟା ଓ ଡବ୍ଲୁ. ମୋହିନାମ୍ମା (୫୦)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।  ଡବ୍ଲୁ. ନୀଳାଦ୍ରି, ଡି. ରାମାରାଓ, ବି. ଚନ୍ଦ୍ରମଣି, ପି. ଏଙ୍କଟେଶ  ଓ ଜଣେ ଶିଶୁ ଗୁରତର ହୋଇଥିବା ବେଳେ ରାମାରାଓଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଟେକିଲି ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବ‌ଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଥିବା ସହ ସିଏମ୍‌ଆର୍‌ଏଫ୍‌ରୁ ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାରାଶି ପ୍ରଦାନ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe