ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍: ୨୦ରୁ ଅଧିକ ଆହତ

ଯାତ୍ରୀବାହୀ ବସ୍‌କୁ ଟ୍ରକ୍ ଧକ୍କା ଦେବା ଦ୍ବାରା ବସ୍‌ଟି ଓଲଟି ୨୦ରୁ ଅଧିକ ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କରଞ୍ଜିଆ ଥାନା ତଥା ଚଢ଼େଇଭୋଳ ଫାଣ୍ଡି ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥର ଚଢ଼େଇଭୋଳ ନିକଟରେ ଘଟିଛି...

ଅଦ୍ୟତନ ହୋଇଛି
Truck hits passenger bus: More than 20 injured

Truck hits passenger bus: More than 20 injured Photograph: (sambad.in)

ଚଢେଇଭୋଳ: ଯାତ୍ରୀବାହୀ ବସ୍‌କୁ ଟ୍ରକ୍ ଧକ୍କା ଦେବା ଦ୍ବାରା ବସ୍‌ଟି ଓଲଟି ୨୦ରୁ ଅଧିକ ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  କରଞ୍ଜିଆ ଥାନା ତଥା ଚଢ଼େଇଭୋଳ ଫାଣ୍ଡି ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥର ଚଢ଼େଇଭୋଳ ନିକଟରେ ଘଟିଛି ।

ନନ୍ଦ ଏବଂ ନନ୍ଦ (ଶିବଶକ୍ତି)ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌କୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେବା ଫଳରେ ବସ୍‌ଟି ରାସ୍ତା ଉପରେ ଓଲଟି ପଡିବା ଦ୍ୱାରା ବସ୍‌ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। 

ଆହତଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଗୁରୁତର ଆହତଙ୍କ ମୁଣ୍ଡ ଏବଂ ଛାତିରେ ଆଘାତ ଲାଗିଥିବା ବେଳେ ତାଙ୍କୁ ବର୍ତ୍ତମାନ ଅଧିକା ଚିକିତ୍ସା ପାଇଁ ବଡ଼ ମେଡ଼ିକାଲ ନେବା ଜରୁରୀ ହୋଇ ପଡିଛି। ଖବର ପାଇ କରଞ୍ଜିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। ତେବେ ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା କାରଣରୁ ସେଠାରେ ଗୋଟିଏ ଓଭରବ୍ରିଜ ନିର୍ମାଣ କରିବା ପାଇଁ ସ୍ଥାନୀୟଲୋକେ ଦାବି କରି ଆସୁଛନ୍ତି।

ଅଧିକ ପଢ଼ନ୍ତୁ: ଆସନ୍ତାକାଲି ସିବିଏସଇ ଦଶମ-ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ!

ଅନ୍ୟପଟେ ଦୁର୍ଘଟଣା ଖବର ପାଇ ସ୍ଥାନୀୟ ପ୍ରଶାସନ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପହଞ୍ଚି ଆହତଙ୍କ  ଚିକିତ୍ସା ସମ୍ପର୍କିତ ଖବର ପଚାରି ବୁଝିବା ସହିତ  ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରଙ୍କ ସହଯୋଗ ଲୋଡିଛନ୍ତି। ସୂଚନା ଥାଉକି ନନ୍ଦ ଏବଂ ନନ୍ଦ ନାମକ ଘରୋଇ ବସ୍‌ଟି ବୋଲାଣିରୁ କରଞ୍ଜିଆ ଆସୁଥିଲା। ଚଢ଼େଇଭୋଳରୁ ବାଇପାସ ରାସ୍ତାରେ ଆସୁଥିବା ବେଳେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଆତଙ୍କବାଦୀ ଅଛନ୍ତି କି ପ୍ରଶ୍ନରେ କଣ କହିଲେ ପାକିସ୍ତାନ ମନ୍ତ୍ରୀ

 Mayurbhanj | Accident 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe