Gulua-barsha Photograph: (sambad.in)
ଭୁବନେଶ୍ବର: ଦିନେ ହସର ହାଟ ବସାଇ ଲୋକଙ୍କୁ ହସେଇ ହସେଇ ବେଦମ କରୁଥିବା ଦମ୍ପତି ବି ହତାଶର ଶିକାର ହେବେ ଆଉ ସେମାନଙ୍କ ସତ ସତିକା ଘର କଳି କାହାଣୀ ଲୋକ ଜାଣିବେ, ମଜା ନେବେ ଆଉ ହସିବେ… ଏକଥା କେହି ବି କଳ୍ପନା କରିନଥିବେ । ହେଲେ ଆଜି ଦିନ ତମାମ କମେଡିଆନ ଦମ୍ପତି ବର୍ଷା-ଗୁଲୁଆଙ୍କ ବିବାଦ ଏବଂ ଘରୋଇ ଡ୍ରାମା ସୋସିଆଲ ମିଡିଆ ସହ ବିଭିନ୍ନ ମିଡିଆରେ ଚର୍ଚ୍ଚା ହେବା ପରେ ଉଭୟ ଗୁଲୁଆ ଏବଂ ବର୍ଷା ପ୍ରତିକ୍ରିୟା ରଖି ନିଜ ନିଜ ବୟାନ ଦେଇଥିଲେ । ହେଲେ ପୁଣି ଥରେ ବର୍ଷା ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଗୁଲୁଆଙ୍କ ଉପରେ ବର୍ଷିଛନ୍ତି ।
ଆହୁରି ପଢନ୍ତୁ- Gulua-Barsha Controversy: ପରକୀୟା ପ୍ରୀତି: କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି କମେଡ଼ିଆନ ଦମ୍ପତି… ଗୁଲୁଆ କହିଲେ ନିଜେ ଲଢିବି ନିଜ ଲଢେଇ…
ଭିଡିଓରେ ବର୍ଷା ଗୁଲୁଆଙ୍କୁ ମହାଖଳନାୟକ କହି ବର୍ଷିଛନ୍ତି । ଯଦି ଆପଣଙ୍କୁ ଧମକ ମିଳୁଛି ତାହାଲେ ପ୍ରମାଣ ଦେଖାଅ । ତମେ ଏମିତି କଣ କରିଛ କି ଜଣେ ତମକୁ ସୋସିଆଲ ମିଡିଆରେ ବଦନାମ କରିଦେବ ବୋଲି କହି ଗୁଲୁଆଙ୍କୁ ପ୍ରଶ୍ନ କରିଛନ୍ତି ବର୍ଷା । ଆଜିକାଲି କେହି ୫ ଟଙ୍କା ବି ଛାଡୁନି, ତାହାଲେ ଜଣେ କଣ ପାଇଁ ମୋଟା ଅଙ୍କର ଟଙ୍କା ଛାଡିଦେବ । ତାହାଲେ ତମେ ୫୦ ଲକ୍ଷ ଟଙ୍କା ନେଇଛ । ଯିଏ ଭୁଲ କାମ କରିଥାଏ ସିଏ ସୋସିଆଲ ମିଡିଆରେ ବଦନାମ ହୁଏ ବୋଲି ବର୍ଷା କହିଛନ୍ତି । ତମେ ଯଦି ଭୁଲ କରିନ ତେବେ ଡରୁଛ କଣ ପାଇଁ…
ପୂରା ଭିଡ଼ିଓ ଦେଖନ୍ତୁ- କଣ କହିଛନ୍ତି ବର୍ଷା…
କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ବର୍ଷା ବର୍ଷିଥିଲେ ଆଉ ଗୁଲୁଆଙ୍କ ଗୁମର ଫିଟାଇଛନ୍ତି । ବର୍ଷା କହିଛନ୍ତି ଯେ ୮ ମାସ ଧରି ମୁଁ ଆଉ ତାଙ୍କ ପାଖରେ ନାହିଁ । ସେ ମୋତେ ଘରୁ ମାଡ ମାରି ବିଦା କରିଦେଇଥିଲେ । ତା ପୂର୍ବରୁ ଆମ ମଧ୍ୟରେ ବିବାଦ ଦେଖାଦେଇଥିଲା, ଯାହାକୁ ମୁଁ କେବେ କାହା ଆଗରେ କହୁନଥିଲି।
ଅନ୍ୟଙ୍କ ସହ ସମ୍ପର୍କକୁ ମନା କରିବାରୁ ମାଡ ମାରିଥିଲେ: ବର୍ଷା
ବର୍ଷା କହିଛନ୍ତି ଯେ ୨୦୨୪ ମସିହା ଜୁନ-ଜୁଲାଇ ମାସରୁ ଗୁଲୁଆ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖିବାରୁ ସେ ଏଭଳି ନ କରିବାକୁ ମନା କରିଥିଲେ । ଆଉ ମନା କରିବାରୁ ଗୁଲୁଆ ରାଗିଯାଇ ଅନେକ ଥର ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ ମରାଯିବା ସହ ଅକଥନୀୟ ଅତ୍ୟାଚାର କରାଯାଉଥିଲା । ଅନେକ ଥର ଦୁଇ ପରିବାର ମଧ୍ୟରେ ବୁଝାମଣା ହେବା ସତ୍ତ୍ୱେ ଓ ଗୁଲୁଆଙ୍କୁ ବୁଝାଇବା ସତ୍ତ୍ୱେ ସେ ବୁଝିନଥିଲେ । କେବଳ ମୋ ପରିବାର ନୁହେଁ ପୁଲିସ ବି ତାଙ୍କୁ ବୁଝାଇଛନ୍ତି, କିନ୍ତୁ ପରକୀୟା ପ୍ରୀତି ରଖିବାରୁ ବିରତ ହୋଇନଥିଲେ ଗୁଲୁଆ ।
ମୋତେ ନ ଛାଡି ବାହାଘର ପାଇଁ ଝିଅ ଖୋଜୁଛନ୍ତି: ବର୍ଷା
ବର୍ଷା କହିଛନ୍ତି ଯେ ମୋତେ ବହୁତ ବାଧିଥିଲା ଯେ ମୋତେ ନ ଛାଡି ସେ ଆଉ ଥରେ ବାହା ହେବା ପାଇଁ ଝିଅ ଖୋଜୁଛନ୍ତି । ମୋର ୭-୮ ବର୍ଷ ବର୍ବାଦ କରି କେମିତି ଝିଅ ଖୋଜିପାରୁଛ, ତାହା ମୋତେ ବହୁତ ବାଧିଥିଲା ।
ଟଙ୍କା ନେଇ ଫେରାଉନାଁହାନ୍ତି ଗୁଲୁଆ: ବର୍ଷା
ବର୍ଷା କହିଛନ୍ତି ଯେ ବାହାଘର ବେଳେ ମୋ ବାପା ଝିଅ ପାଇଁ ୫୦ ଲକ୍ଷ ଟଙ୍କା ଦେଇଥିଲେ । ଝିଅ କେମିତି ଖୁସିରେ ରହିବ ସେଥିପାଇଁ ଘର କରିକି ଦେଇଥିଲେ । ତେଣୁ ମୋ ବାପା ତାଙ୍କୁ କହିଥିଲେ ଯେ ଯେହେତୁ ମୋ ଝିଅ ଆଉ ରହିବ ନାହିଁ ତେଣୁ ଟଙ୍କା ଫେରାଇଦିଅ । ଗୁଲୁଆଙ୍କ ବାପା ମଧ୍ୟ ମୋ ବାପାଙ୍କୁ ୩ ମାସରେ ଟଙ୍କା ଫେରାଇଦେବେ ବୋଲି କହିଥିଲେ।
Follow Us