ଭୁବନେଶ୍ବର/ଯାଜପୁର/ଚଢ଼େଇଧରା: ଧର୍ମଶାଳା ବ୍ଲକ୍ ଜେନାପୁର ଥାନା ପନ୍ତୁରୀଠାରେ ଆଜି ବିଧାୟକ ହିମାଂଶୁ ଶେଖର ସାହୁ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଉଭୟ ଗୋଷ୍ଠୀର ଏକାଧିକ ଯୁବକ ଲହୁଲୁହାଣ ହୋଇଥିବା ବେଳେ ଗାଡ଼ି ଭଙ୍ଗାରୁଜା ହୋଇଛି। ସୂଚନା ମୁତାବକ, ଆଜି ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରୀଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ୍ରେ ବଣଭୋଜିର ଆୟୋଜନ କରାଯାଇଥିଲା। ପ୍ରଣବଙ୍କ କିଛି ସମର୍ଥକ ଉକ୍ତ ଭୋଜିରେ ସାମିଲ ଥିଲେ। ଅପରାହ୍ଣରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ସୁନୀଲ ପଣ୍ଡା ଓ ନିଗମାନନ୍ଦ ଦାଶ ସେହି ବାଟ ଦେଇ ଚଢ଼େଇଧରାରୁ ନରସିଂହପୁର ଗ୍ରାମକୁ ସ୍କର୍ପିଓ ଗାଡ଼ିରେ ଫେରିବାବେଳେ ପୂର୍ବ ଶତ୍ରୁତାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ସୁନୀଲ ଓ ନିଗମାନନ୍ଦ ଗୁରୁତର ଆହତ ହୋଇଥିବାବେଳେ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରାଯାଇଛି।
Sydney Terror Attack : ଦୁଇଟି ଆତଙ୍କବାଦୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଯାଇଥିବା ବ୍ୟକ୍ତି
ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ଡାକ୍ତରଖାନା ପଠାଯାଇଛି। ବିଧାୟକ ଶ୍ରୀ ସାହୁ ଏହି ଘଟଣାକୁ କଡ଼ା ନିନ୍ଦା କରି କହିଛନ୍ତି, ପରାଜୟ ପରେ ପୂର୍ବତନ ବିଧାୟକ ରକ୍ତଚାଉଳ ଚୋବାଉଛନ୍ତି। ବିଜେଡି କର୍ମୀମାନେ ମଦମାଂସର ଆସର କରୁଥିଲେ। ଭାଗବଣ୍ଟା ନ ଛିଡ଼ିବାରୁ ନିଜ ନିଜ ମଧ୍ୟରେ ବାଡ଼ିଆପିଟା ହୋଇଛନ୍ତି। ଆଇନରୁ ଊର୍ଦ୍ଧ୍ବରେ କେହି ନୁହନ୍ତି। ଆଇନ ତା ବାଟରେ କାର୍ଯ୍ୟ କରିବ। ଅନ୍ୟପକ୍ଷରେ ପ୍ରଣବ ତାଙ୍କ ଫାର୍ମହାଉସ୍ରେ ଭଙ୍ଗାରୁଜା ହୋଇଥିବାବେଳେ ଏକାଧିକ ସମର୍ଥକ ଆହତ ହୋଇଥିବା କହିଛନ୍ତି।
ଭାଗବଣ୍ଟା ନ ଛିଡ଼ିବାରୁ ନିଜ ନିଜ ଭିତରେ ବାଡ଼ିଆପିଟା ହୋଇଛନ୍ତି: ହିମାଂଶୁ
ବିଧାୟକଙ୍କୁ ଗିରଫ ଦାବିରେ ଡିଜି କ୍ୟାମ୍ପ ଅଫିସ୍ରେ ବିଜେଡିର ଧାରଣା
Sydney Terror Attack : ଦୁଇଟି ଆତଙ୍କବାଦୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଯାଇଥିବା ବ୍ୟକ୍ତି
ସବିଶେଷ ଖବର ଅନୁଯାୟୀ ଧର୍ମଶାଳା ବିଧାୟକଙ୍କୁ ଗିରଫ ଦାବିରେ ଆଜି ରାତିରେ ବିଜେଡି ପକ୍ଷରୁ ଡିଜିପି କ୍ୟାମ୍ପ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା। ବିଧାୟକଙ୍କ ସମର୍ଥକମାନେ ଧର୍ମଶାଳାରେ ଗୁଣ୍ଡାରାଜ ଚଳାଇ ଆସୁଥିଲେ ମଧ୍ୟ ପୁଲିସ ଚୁପ ରହୁଛି। ଆଜି ବିନା କାରଣରେ ଭୋଜି କରୁଥିବା ବିଜେଡି କର୍ମୀମାନଙ୍କ ଉପରେ ବିଧାୟକଙ୍କ ସମର୍ଥକ ଆକ୍ରମଣ କରିଛନ୍ତି। ଡିଜିପି ଘଟଣା ଉପରେ ଅନୁଧ୍ୟାନ କରି ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି। ବିକ୍ଷୋଭରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟିକା ପ୍ରମିଳା ମଲ୍ଲିକ, ସମ୍ବିତ ରାଉତରାୟଙ୍କ ସମେତ ଆହତ କର୍ମୀ, ତାଙ୍କ ପରିବାର ସଦସ୍ୟ ଓ ବହୁ ନେତା ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/15/sfhfhshfsxvbbv-2025-12-15-00-44-53.jpg)