ଭୁବନେଶ୍ବର: ଭିତରେ ଝିଅ ରୋଗ ସହ ଲଢ଼ୁଛି, ୱାର୍ଡ ବାରଣ୍ଡାରେ ଶୀତ ସହ ଲଢ଼ୁଛି ବାପା। ଏଭଳି ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ। ଧର୍ମଶାଳା ନଥିବାରୁ ପ୍ରବଳ ଶୀତରେ କିଏ ବ‌ାରଣ୍ଡ‌ାରେ ତ କିଏ ପୁଣି ନିରାମୟ ଓ ପଞ୍ଜୀକରଣ କେନ୍ଦ୍ର ସମ୍ମୁଖରେ ପ୍ରବଳ ଶୀତରେ ରାତି କାଟି ଦେଉଛନ୍ତି। ଆଉ କିଏ ବହୁ ଦୂରରୁ ଆଗୁଆ‌ ଟିକଟ୍‌ ପାଇଁ ଆସି ପଥର ଥୋଇ ଲାଇନ୍ ଲଗାଇଛନ୍ତି। ସେ ମଧ୍ୟ ପଞ୍ଜୀକରଣ କେନ୍ଦ୍ର ନିକଟରେ ବସି ସକାଳକୁ ଅପେକ୍ଷା କରିଛନ୍ତି। କେବଳ ଏବେ ନୁହେଁ ରାଜ୍ୟର ପ୍ରମୁଖ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ନୀତିଦିନ ରୋଗୀ ସମ୍ପର୍କୀୟମ‌ାନେ ଏଭଳି ଦୟନୀୟଭାବେ ରାତି କାଟୁଛନ୍ତି।

Advertisment

1.55 lakh crore withdrawn: ବିଦେଶୀ ନେଇଗଲେ ୧୧,୮୨୦ କୋଟି: ୨୦୨୫ରେ ପ୍ରତ୍ୟାହାର କଲେ ୧.୫୫ ଲକ୍ଷ କୋଟି

 
ସୂଚନା ଅନୁସାରେ କ୍ୟାପିଟାଲ୍ ହସ୍ପିଟାଲ୍‌କୁ କେବଳ ଭୁବନେଶ୍ବର ନୁହେଁ ଜିଲ୍ଲା ବାହାରୁ ମଧ୍ୟ ପ୍ରତିଦିନ ହଜାର ହଜାର ‌ଲୋକ ଚିକିତ୍ସ‌ା ପାଇଁ ଆସୁଛନ୍ତି। କ୍ୟାପିଟାଲ୍ ହସ୍ପିଟାଲ୍‌ରେ ପ୍ରାୟ ୧୦୦୦ ରୋଗୀ ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ରୋଗୀ ପାଖରେ ଜଣେ ଆଟେଣ୍ଡାଣ୍ଟ ରହିବାର ବ୍ୟବସ୍ଥା ରହିଛି। ତେଣୁ ବାକି ସମ୍ପର୍କୀୟ ବାରଣ୍ଡାରେ କିମ୍ବା ବାହାରେ ରହୁଛନ୍ତି। ଏହାସହିତ ଦୂରରୁ ଆସୁଥିବା ରୋଗୀ ଗୋଟିଏ ଦିନରେ ଡାକ୍ତରଙ୍କୁ ଦେଖାଇବା ସହିତ ଟେ‌ଷ୍ଟ ରିପୋର୍ଟ ପାଇ ପାରୁ ନଥିବାରୁ ସେମାନେ ମଧ୍ୟ ଟଙ୍କା ଅଭାବ‌ରୁ ଆହାର କେନ୍ଦ୍ରରେ ଖାଇ ହସ୍ପିଟାଲ ବାରଣ୍ଡାରେ ରାତି କଟାଉଛନ୍ତି।

elephant 'Ramu': ହାତୀ ‘ରାମୁ’ର ଅସ୍ଥି ସଂରକ୍ଷଣ ପ୍ରକ୍ରିୟା: ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ ଦଳ

ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଥିବା ସୁପରସ୍ପେସାଲିଟି ବିଭାଗ ଗୁଡ଼ିକରେ ପ୍ରତିଦିନ ମାତ୍ର ଏକ ସୀମିତ ସଂଖ୍ୟକ ରୋଗୀଙ୍କୁ ଡାକ୍ତର ଦେଖୁଛନ୍ତି। ସାଢ଼େ ୮ଟାରେ ପଞ୍ଜୀକରଣ କେନ୍ଦ୍ର ଖୋଲା ଯାଉଥିଲେ ମଧ୍ୟ ୧୦ଟା ସୁଦ୍ଧା ଟିକଟ ସରି ଯାଉଛି। ତେଣୁ ଏହାକୁ ଦୁରଦୁରାନ୍ତ ରୋଗୀ ଗୋଟିଏ ଦିନ ପୂର୍ବରୁ ଆସି ଟିକଟ ପାଇଁ ଅପେକ୍ଷା କରୁଛନ୍ତି। ତେଣୁ ସେମାନେ ମଧ୍ୟ ରାତିରେ ସେହି ପଞ୍ଜୀକରଣ ସମ୍ମୁଖରେ ଅପେକ୍ଷା କରି ରହୁଛନ୍ତି। ପଥର, ପାଣି ବୋତଲ ଥୋଇ ପ୍ରଥମ ଟିକଟ ପାଇଁ ଅପେକ୍ଷା କରି ରହୁଛନ୍ତି। 
ସୂଚନାଯୋଗ୍ୟ ଯେ କ୍ୟାପିଟାଲ ହସ୍‌ପିଟାଲ୍‌କୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ରାତ୍ରୀକାଳୀନ ରହଣି ପାଇଁ ହସ୍‌ପିଟାଲ ପରିସରରେ ଏକ ଧର୍ମଶାଳା ନିର୍ମାଣ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ‘ ଆମ୍‌ ହସ୍‌ପିଟାଲ୍‌’ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ମାତ୍ର ଇତିମଧ୍ୟରେ ଦୁଇବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ଧର୍ମଶାଳା ନିର୍ମାଣ କାର୍ଯ୍ୟ ସରିନାହିଁ। ଫଳରେ ଶୀତ, କାକରରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଡହଳବିକଳ ହେଉଛନ୍ତି। ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଖୁବଶୀଘ୍ର ଧର୍ମଶାଳାର ଉଦ୍‌ଘାଟନ କରାଯିବ। ସେଠାରେ ରୋଗୀ ସମ୍ପର୍କୀୟ ରହିବା ପାଇଁ ସମସ୍ତ ବ୍ୟବସ୍ଥ‌ା କରାଯିବ।