କାଲିମେଳା: ପ୍ରେମିକାକୁ ଦାମୀ ଉପହାର ଦେବାପାଇଁ କରୁଥିଲେ ଗଞ୍ଜେଇ ଚାଲାଣ। ହେଲେ ପୁଲିସ ହାତରେ ଧରାପଡ଼ିଗଲେ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମାଲକାନଗିରିଜିଲ୍ଲା ଲାଛିପେଟା ଅଞ୍ଚଳରେ। ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମଦିନରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଯୋଗାଡ଼ କରିବା ଚକ୍କରରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ମାଲକାନଗିରି ଜିଲ୍ଲାର ଏମଭି–୭୯ ଥାନା ପୁଲିସ ହାତରେ ଧରାପଡ଼ିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଘରେ କେତେ ରୁପା ରଖିବା ଉଚିତ୍? ନିୟମ ନଜାଣିଲେ ଦେବାକୁ ପଡ଼ିବ ଜରିମାନା

ଆକ୍ଟିଭାରେ ଗଂଜେଇ ଚାଲାଣ

ଶୁକ୍ରବାର ଦିନ ପାଟ୍ରୋଲିଂ ସମୟରେ ଏମଭି–୭୯ ପୁଲିସ ଟିମ୍ ଲାଛିପେଟା ଛକ ନିକଟରେ ସନ୍ଦେହଜନକ ଆକ୍ଟିଭା ସ୍କୁଟିକୁ ଯାଞ୍ଚ କରିଥିଲେ। ଏହି ସମୟରେ ମୋଟ ୨୨ କିଲୋ ଗଞ୍ଜେଇ ମିଳିଥିଲା। ମଧ୍ୟରାତିରେ ସେମାନେ ଗଞ୍ଜେଇକୁ ଅନ୍ୟ ଅଞ୍ଚଳକୁ ନେଇ ଉଚ୍ଚ ମୂଲ୍ୟରେ ବିକି ଟଙ୍କା ଯୋଗାଡ଼ କରିବା ଚେଷ୍ଟା କରୁଥିବା ଜଣାପଡିଛି। ଧରାପଡ଼ିଥିବା ଦୁଇ ଯୁବକ ହେଲେ ଟି. ତ୍ରିନାଥ କୁମାର ଏବଂ ବି. ୟୁଵାଚାରଣ ଆଦିତ୍ୟ।

ତେଲେଙ୍ଗାନାର ଯୁବକ ଗିରଫ

ଗିରଫ ଦୁଇ ଯୁବକ ତେଲେଙ୍ଗାନା ରାଜ୍ୟର ଖମ୍ମମ ଜିଲ୍ଲାର ବାସିନ୍ଦା। ପୁଲିସ ସୂତ୍ର ଅନୁସାରେ ଜବତ ହୋଇଥିବା ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏଥିସହିତ ଚାଲାଣରେ ବ୍ୟବହୃତ ଆକ୍ଟିଭା ସ୍କୁଟିକୁ ମଧ୍ୟ  ପୁଲିସ ଜବତ କରିଛି। ତେବେ ଦୁଇ ଯୁବକ ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମଦିନରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ଚକ୍କରରେ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।

ଅଧିକ ପଢ଼ନ୍ତୁ: ରାଜନୀତି ଛାଡ଼ିବା ସହ ପରିବାର ସହିତ ସମ୍ପର୍କ ଭାଙ୍ଗିଲେ ଲାଲୁଙ୍କ ଝିଅ