ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ୨ ଯୁବକଙ୍କର ମୃତ୍ୟୁ

ହୋଲିରେ ଅଘଟଣ ଘଟିଛି । ନରସିଂହପୁର-କମଳାଡ଼ିହ ମୁଖ୍ୟ ରାସ୍ତାର ସୀତାରାମପୁର ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦୁଇ ଯୁବକ । ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି...

Two youths die after being hit by electric pole

Two youths die after being hit by electric pole

ଆଠଗଡ଼: ହୋଲିରେ ଅଘଟଣ ଘଟିଛି । ନରସିଂହପୁର-କମଳାଡ଼ିହ ମୁଖ୍ୟ ରାସ୍ତାର ସୀତାରାମପୁର ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦୁଇ ଯୁବକ । ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ଜଣେ ଆହତ ଚିକିତ୍ସିତ ହୋଇ ନିଜ ଘରକୁ ଫେରିଛନ୍ତି ।

ମୃତ ଯୁବକ ହେଲେ କଟକ ନରସିଂହପୁର ବ୍ଲକ ଜଗନ୍ନାଥ ପ୍ରସାଦ ନୂଆଗଡ ଗ୍ରାମର ଅଭିମନ୍ୟୁ ଅମାନ୍ତ ଏବଂ କୃଷ୍ଣପ୍ରସାଦ ଗ୍ରାମର ଆଶିଷ ବେହେରା । 

ସୂଚନାଯୋଗ୍ୟ, ଏକ ବାଇକ୍‌ରେ ଯୋଡୁମୁଁ ଥାନା ଅନ୍ତର୍ଗତ ସରଧାପୁର ଆଡୁ ନରସିଂହପୁର ଆଡକୁ ଆସୁଥିବା ସମୟରେ ସୀତାରାମପୁର ନିକଟରେ ବାଇକ୍ ଦୁର୍ଘଟଣା ଘଟି ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଯୋଡୁମୁଁ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ବିଜେଡିକୁ ମଜବୁତ କରିବା ପାଇଁ ବରିଷ୍ଠମାନେ ଅଣ୍ଟା ଭିଡ଼ନ୍ତୁ: ଅଶୋକ ଚନ୍ଦ୍ର ପଣ୍ଡା

ସେପଟେ ବଡ଼ମ୍ବା ନରସିଂହପୁର ବିଧାୟକ ବିଜୟ କୁମାର ଦଳ ବେହେରା ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତକଙ୍କ ପରିବାରଙ୍କୁ ଭେଟିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।

ଅଧିକ ପଢ଼ନ୍ତୁ: ହୋଲିରେ ତାରା-ରବି ଏକାଠି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe