Advertisment

Unfortunate incident: ଚାକିରି ନ ମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା: ଯୁବତୀଙ୍କ ଆତ୍ମଦାହ ଉଦ୍ୟମ

Advertisment

ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ଚାକିରି ମିଳିଲାନି। ଶେଷରେ ମାନସିକ ଭାରସାମ୍ୟ ହରାଇ ଯୁବତୀ ଜଣକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଜୀବନ ସିନା ବଞ୍ଚିଯାଇଛି, ହେଲେ ଡାକ୍ତରଖାନା ଶଯ୍ୟାରେ କଷ୍ଟ ଭୋଗୁଛନ୍ତି।

ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ଚାକିରି ମିଳିଲାନି। ଶେଷରେ ମାନସିକ ଭାରସାମ୍ୟ ହରାଇ ଯୁବତୀ ଜଣକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଜୀବନ ସିନା ବଞ୍ଚିଯାଇଛି, ହେଲେ ଡାକ୍ତରଖାନା ଶଯ୍ୟାରେ କଷ୍ଟ ଭୋଗୁଛନ୍ତି।

fire

ଭଦ୍ରକ: ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ଚାକିରି ମିଳିଲାନି। ଶେଷରେ ମାନସିକ ଭାରସାମ୍ୟ ହରାଇ ଯୁବତୀ ଜଣକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଜୀବନ ସିନା ବଞ୍ଚିଯାଇଛି, ହେଲେ ଡାକ୍ତରଖାନା ଶଯ୍ୟାରେ କଷ୍ଟ ଭୋଗୁଛନ୍ତି। ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ।

ସୂଚନା ଅନୁସାରେ, ତିହିଡ଼ି ବ୍ଲକ୍‌ ଶ୍ୟାମସୁନ୍ଦରପୁର ଅଞ୍ଚଳର ବିଜୟଲକ୍ଷ୍ମୀ ଦାସ ଅର୍ଲି ଚାଇଲ୍‌ଡହୁଡ୍‌ କେୟାର୍‌ ଏଜୁକେସନ୍‌ ପାଠ୍ୟକ୍ରମ ଶେଷ କରିଛନ୍ତି। ସେ ଶିଶୁ ବାଟିକାରେ ଚାକିରି ପାଇଁ ଆଶାୟୀ ଥିଲେ। ହେଲେ ଶିଶୁ ବାଟିକାରେ ସ୍ବତନ୍ତ୍ର ଭାବେ ନିଯୁକ୍ତି ବ୍ୟବସ୍ଥା ନ ଥିବା ଜାଣି ବିଜୟଲକ୍ଷ୍ମୀ ପ୍ରତିବାଦ କରିଥିଲେ। ଏମିତିକି ବିଭାଗୀୟ ଅଧିକାରୀଙ୍କୁ ଭେଟି ଦାବି ଜଣାଇଥିଲେ। ସେହିପରି ସଂଘ ସହାୟତାରେ ଅନେକଥର ବିଧାନସଭା ଆଗରେ ଧାରଣା ଦେଇଥି‌ଲେ। ହେଲେ କିଛି ସୁଫଳ ମିଳି ନଥିଲା। ସବୁଆଡ଼ୁ ନିରାଶ ହେବା ପରେ ଗୁହାରି କରିବା ପାଇଁ ଆଜି ଭଦ୍ରକ ଜିଲ୍ଲାପାଳଙ୍କ ପାଖକୁ ଆସିଥିଲେ। ହେଲେ କାର୍ଯ୍ୟାଳୟରେ ଜିଲ୍ଲାପାଳ ଉପସ୍ଥିତ ନ ଥିବା ଜାଣି ବିଜୟଲକ୍ଷ୍ମୀ ମାନସିକ ଭାରସାମ୍ୟ ହରାଇ ବସିଥିଲେ।

ପାଖରେ ରଖିଥିବା ଦିଆସିଲି ମାରି ନିଜ ପୋଷାକରେ ନିଆଁ ଲଗାଇ ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ତୁରନ୍ତ ନିଆଁ ଲିଭାଇଥିଲେ ମଧ୍ୟ ବିଜୟଲକ୍ଷ୍ମୀ କିଛିକାଂଶରେ ପୋଡ଼ିଯାଇ ଆହତ ହୋଇଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍‌ସ ଯୋଗେ ଭଦ୍ରକ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ବିଜୟଲକ୍ଷ୍ମୀଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ତେବେ ଏ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe